ଫିଲ୍ମ ଦୁନିଆ ହେଉକି ଟିଭି ଦୁନିଆ ହେଉ ବହୁତ ବାର ଏହା ଦେଖାଯାଇଥାଏ ଏହି ଷ୍ଟାର ସେମାନଙ୍କ କୋ ଷ୍ଟାର ପ୍ରେମରେ ପଡିଯାଇଥାନ୍ତି । ଆଉ ତାଙ୍କ ସହ ବିବାହ ମଧ୍ୟ କରିଥାନ୍ତି । ଆଜି ଆମେ ଟିଭି ଇଣ୍ଡଷ୍ଟ୍ରିଏଅ ସେଇ ଷ୍ଟାର ମାନଙ୍କ ବିଷୟରେ କହିବୁ ଯେଉଁ ମାନେ ସେମାନଙ୍କ କୋ ଷ୍ଟାର ମାନକୁ ହିଁ ବିବାହ କରିଛନ୍ତି ।
ଦିବ୍ୟାଙ୍କ ତ୍ରିପାଠୀ ଓ ବିବେକ ଧୟା :- ଦିବ୍ୟଙ୍କା ଓ ବିବେକ ଏକା ସହିତ ୟେ ହେ ମହୋବତେ ରେ ଏକ ସହିତ କାମ କରିଥିଲେ । ଏହି ସିରିୟଲ କାମ କରି ଦୁଇଜଣ ପ୍ରେମ କରିଥିଲେ । ଆଉ ସେ ୨୦୧୬ ରେ ବିବାହ କରିଥିଲେ ।
ଶକ୍ତି ଆନନ୍ଦ ଓ ସାଇ ଦେବୋଧର :- ସାରା ଆକାଶ ସିରିୟଲରେ କାମ କରୁଥିବା ସାଇ ଦେବୋଧର ନିଜର କୋ ଏକ୍ଟର ଶକ୍ତି ସହିତ ୨୦୦୫ ରେ ବିବାହ କରିଥିଲେ । ସାଇ ଯେବେ ଶକ୍ତି ସହିତ ଦେଖା ହୋଇଥିଲେ ସେବେ ସେ ଗୋଟେ ରିଲେସନସିପରେ ଥିଲେ । ଆଉ ତାଙ୍କର ନିର୍ବନ୍ଧ ମଧ୍ୟ ହୋଇସାରିଥିଲା । କିନ୍ତୁ ସେ ଶକ୍ତି ପ୍ରେମରେ ଏତେ ପାଗଳ ହୋଇଥିଲେ ସେ ତାଙ୍କର ନିର୍ବନ୍ଧ ଭାଙ୍ଗିକି ଶକ୍ତି ସହିତ ବିବାହ କରିବାର ନିସ୍ପତି ନେଇଥିଲେ ।
ରଶ୍ମୀ ଦେଶାଇ ଓ ନଦିଶ ସେନ୍ଧୁ :- ଏହି ଦୁଇଜଣଙ୍କର ଦେଖା ଉତରଣ ସିରିୟଲରେ ହୋଇଥିଲା । ତାଙ୍କ ଭିତରେ ଏହି ସିରିଏଲରେ କାମ କରି ପ୍ରେମ ହୋଇଥିଲା । ଆଉ ସେ ୨୦୧୪ ରେ ମଧ୍ୟ ବିବାହ କରିଥିଲେ କିନ୍ତୁ ସେ ଅଧିକ ଦିନ ସାଙ୍ଗ ହୋଇ ରହିପାରି ନଥିଲେ । ଆଉ ତାଙ୍କର ଛାଡପତ୍ର ହୋଇଥିଲା ।
ଅଭିନାଶ ସଚଦେବ ଓ ସାଲମଲି ଦେଶାଇ :- ଇସ ପ୍ୟାର କୋ କ୍ଯା ନାମ ଦୂ” ରେ ଭାଉଜ ଆଉ ଦିଅର ଚରିତ୍ରରେ ଅଭିନୟ କରିଥିଲେ । ଆଉ ସେମାନଙ୍କ ଭିତରେ ପ୍ରେମ ହୋଇଥିଲା । ଅବିନାଶ ଓ ସଲମଲି ୨୦୧୫ ରେ ବିବାହ କରିଥିଲେ ।
ଇନ୍ଦ୍ର ନୀଲସେନ ଗୁପ୍ତା ଓ ବରଖା :- ଏହି ଦୁଇଜଣ ସିରିୟଲ ପ୍ୟାର କି ଦୋ ନାମ ଏକ ରାଧା ଏକ ଶ୍ଯାମ” ରେ ଅଭିନୟ କରିଥିଲେ । ଆଉ ସାଥି ହୋଇ କାମ କରିଥିବା ସମୟରେ ଦୁଇଜଣଙ୍କ ଭିତରେ ପ୍ରେମ ହୋଇଥିଲା । ଦୁଇ ବର୍ଷ ଡେଟ କରିବା ପରେ ଏହି ଦୁଇଜଣ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ।
କିରଣ କର୍ମକାରଓ ରିଙ୍କୁ ଧବନ :- ଏହି କପଲ କାହାନି ଘର ଘରକି ” ସିରିୟଲରେ କାମ କରୁଥିଲେ । ତାଙ୍କ ଭିତରେ କାମ କରୁଥିବା ସମୟରେ ପ୍ରେମ ବଢିବାକୁ ଲାଗିଥିଲା । ଆଉ ସେମାନେ ୨୦୦୧ ରେ ବିବାହ କରିଥିଲେ । ଆଉ ତାଙ୍କର ନିଜ ମନମାଳିନ୍ୟ ଲାଗି ଦୁଇଜଣଙ୍କ ଭିତରେ ଛାଡପତ୍ର ହୋଇଥିଲା ।
ଅର୍ଜୁନ ପୁଞ୍ଜ ଓ ଗୁରଦୀପ କୋହଲି :- ଏମାନେ ସଞ୍ଜିବନୀ ସିରିୟଲ ମାଧ୍ୟମରେ ଭେଟ ହୋଇଥିଲେ । ଆଉ ଦୁଇଜଣଙ୍କ ମଧ୍ୟରେ ପ୍ରେମ ହୋଇଥିଲେ । ସେମାନେ ୨୦୦୬ ରେ ବିବାହ କରିଥିଲେ ।
ସଂଜୀବ ଶେଠ ଓ ଲତା ଶବରୱାଲ :- ଏହି ଦୁଇଜଣ ୟେ ଋସ୍ତା କ୍ଯା କେହେଲାତା” ସିରିୟଲ ରେ ଦେଖା ହୋଇଥିଲେ । ଆଉ ଏହାର ଭିତରେ ପ୍ରେମ କରି ବସିଥିଲେ । ଆଉ ୨୦୧୦ ରେ ସେମାନେ ବିବାହ କରିଥିଲେ ।
ମାନବ ଗୋଏଲ ଓ ଶ୍ଵେତା କବାତ୍ରା :- ଏହି ଦୁଇଜଣ ସିରିୟଲ କାହାନି ଘର ଘର କି” ରେ ଦେଖା ହୋଇଥିଲା । ଏହି ଦୁଇଜଣ ୨୦୦୪ ରେ ବିବାହ କରିଥିଲେ ।
ୟଶ ଟଙ୍କ ଓ ଗୌରି ୟାଦବ :- ତାଙ୍କର ଦେଖା କହିଁ କିସି ରୋଜ” ସିରିୟଲରେ ହୋଇଥିଲା । ଆଉ ୨୦୦୧ ରେ ସେମାନେ ବିବାହ କରିଥିଲେ ।