କରୋନା ଟୀକା ଲଗାଇବା ପୂର୍ବରୁ ନିଶ୍ଚୟ କରନ୍ତୁ ଏହି କାମ

ବନ୍ଧୁଗଣ, କରୋନା ଭାଇରସ ର ଦ୍ଵିତୀୟ ଲହରୀ ବର୍ତ୍ତମାନ ପୁଣିଥରେ ନିଜର ପ୍ରକୋପ ଦେଖାଇବାରେ ଲାଗିଅଛି । ଲକ୍ଷାଧିକ ସଂଖ୍ୟାରେ ନୀତିଦିନ କରୋନା କେସ ସାମ୍ନା ରେ ଆସୁଅଛି । ଅପର ପାର୍ଶ୍ଵରେ ଡାକ୍ତର ଖାନା ରେ ଅକ୍ସିଜେନ ତଥା ଅମ୍ଳଜାନ ର ଅଭାବ ପ୍ରବଳ ଭାବରେ ପରିଲକ୍ଷିତ ହେବାରେ ଲାଗିଅଛି । ବର୍ତ୍ତମାନ ସ୍ଥିତି ଆୟତ ବାହାରକୁ ଯିବାରେ ଲାଗିଲାଣି । ଏହିଭଳି ପରିସ୍ଥିତିରେ କରୋନା ଟୀକା ହିଁ ମସିହା ବାଣୀ ଆମ୍ଭ ସମସ୍ତଙ୍କୁ ବଞ୍ଚାଇ ପାରିବ । ଏଥିପାଇଁ ଏହା ଜରୁରୀ ଅଟେ କି ପ୍ରତ୍ୟକ ବ୍ୟକ୍ତି କରୋନା ର ଟୀକା ଲାଗାଇ ନିଅନ୍ତୁ ।

କିଛି ସମୟ ପୂର୍ବରୁ ହିଁ କେନ୍ଦ୍ର ସରକାର ଘୋଷଣା କରିଥିଲେ ଯେ, ୧ ତାରିଖ ମଇ ମାସରୁ ୧୮ ବର୍ଷ ରୁ ଅଧିକ ବୟସର ଲୋକଙ୍କୁ ଟୀକା ଲଗାଇବା ଆରମ୍ଭ ହୋଇଯିବ । ବନ୍ଧୁଗଣ ଆପଣ ମାନଙ୍କ ମଧ୍ୟରୁ କେତେକ ବ୍ୟକ୍ତି ଏହି ଟୀକା ଲଗାଇବାକୁ ନିଶ୍ଚିତ ଯିବେ । ମାତ୍ର କରୋନା ର ଟୀକା ଲଗାଇବା ପୂର୍ବରୁ କିଛି ବିଶେଷ କଥା ର ଧ୍ୟାନ ରଖିବାକୁ ହେବ । ଏହି ନିୟମ ଅବଲମ୍ବନ କରିବା ଦ୍ଵାରା ଟୀକା ର ପ୍ରଭାବ ସଠିକ ଭାବେ କାର୍ଯ୍ୟ କରିବା ଦ୍ଵାରା ଆପଣଙ୍କର ସ୍ୱାସ୍ଥ୍ୟ ମଧ୍ୟ ଉତ୍ତମ ରହିବ ।

୧- ବନ୍ଧୁଗଣ ବେକ୍ସିନ କେତେବେଳେ ଖାଲି ପେଟରେ ଲଗାଇବା ଉଚିତ ନୁହେଁ । ଟୀକା ଲଗାଇବା ପୂର୍ବରୁ ଉତ୍ତମ ତଥା ସ୍ୱାସ୍ଥ୍ୟକର ଖାଦ୍ଯ ଖାଇ ଜାଆନ୍ତୁ । ଏହା ସହିତ ଆପଣ ନିଦ ମଧ୍ୟ ସଂପୂର୍ଣ୍ଣ ଭାବରେ ନିଅନ୍ତୁ ।

୨- ଯଦି ଆପଣଙ୍କୁ କୌଣସି ମେଡିସିନ ନେବା ଦ୍ଵାରା ଏଲର୍ଜି ରହିଥାଏ ତେବେ ଏହି କଥା ମଧ୍ୟ ଡାକ୍ତରଙ୍କ ସହିତ ଆଲୋଚନା କରନ୍ତୁ ।

୩- ଟୀକା ନେବା ପୂର୍ବରୁ ଅଧିକ ମାତ୍ରା ରେ ଆରାମ କରନ୍ତୁ । ଯଦି ଆପଣଙ୍କ ଶରୀର ଥକି ଯାଇଛି ତେବେ, ଆପଣ ସେହି ଅବସ୍ଥା ସହିତ ବେକ୍ସିନ ଲଗାଇବାକୁ ଜାଆନ୍ତୁ ନାହିଁ ।

୪- ଶରୀର ସହିତ ମାନସିକ ଚିନ୍ତା ମଧ୍ୟ ଯେପରି ନ ରହିବା ଆବଶ୍ୟକ । ଯଦି ଆପଣ ଚିନ୍ତା ଅନୁଭବ କରୁଛନ୍ତି ତେବେ ଏହି କଥା ଡାକ୍ତରଙ୍କୁ ଜଣାନ୍ତୁ ।

୫- ଡାଇବେଟିକ ଏବଂ ବିପି ଥିବା ବ୍ୟକ୍ତି କରୋନା ଟୀକା ଲଗାଇବା ପୂର୍ବରୁ ଥରେ ସୁନିଶ୍ଚିତ କରି ନିଅନ୍ତୁ ଯେ, ଆପଣଙ୍କ ସୁଗାର ଲେବଲ ଏବଂ ବ୍ଲଡ ପ୍ରେସର ର ମାତ୍ର ନିୟନ୍ତ୍ରଣ ରେ ଅଛି କି ନାହିଁ ।

୬- ଯଦି ଆପଣ କେନ୍ସର ପେସେଣ୍ଟ ଅଟନ୍ତି ତେବେ ଟୀକା ନେବା ପୂର୍ବରୁ ଡାକ୍ତରଙ୍କ ଠାରୁ ଥରେ ଏହି ପ୍ରସଙ୍ଗରେ ପଚାରି ବୁଝି ନିଅନ୍ତୁ ।

୭- ଯଦି ଆପଣ କରୋନ ପେସେଣ୍ଟ ଥିଲେ, ଏବଂ ଚିକିସ୍ୟା ନିମନ୍ତେ “ପ୍ଳାଜ୍ମା ଏଣ୍ଟିବାଜି” ମିଳିଥିଲା ତେବେ, ଟୀକା ଲଗାଇବା ପୂର୍ବରୁ ଡାକ୍ତରଙ୍କ ଠାରୁ ଏହି ବିଷୟରେ ଥରେ ପଚାରି ବୁଝି ନିଅନ୍ତୁ ।

୮- ବେକ୍ସିନ ଲଗାଇବା ପୂର୍ବରୁ କିଛି ସମୟ ଟୀକାକରଣ କେନ୍ଦ୍ର ରେ ବସି ରୁହନ୍ତୁ । ଏହି ସମୟରେ ଡାକ୍ତର ପରିଲକ୍ଷିତ କରିବେ ଯେ, ଆପଣଙ୍କୁ କୌଣସି ପ୍ରକାରର ଗମ୍ଭୀର ସମସ୍ଯା ତ ହେଉନାହିଁ । ଯଦି ଆପଣଙ୍କୁ କୌଣସି ପ୍ରକାରର ସମସ୍ଯା ହେଉନାହିଁ । ଆପଣ ନିଜ ସ୍ୱାସ୍ଥ୍ୟ କୁ ଉତ୍ତମ ମାନେ କରୁଛନ୍ତି ତେବେ ଆପଣ ସେଠାରୁ ଯାଇପାରନ୍ତି । ବନ୍ଧୁଗଣ ଏହାଥିଲା କରୋନା ଟୀକା ସମ୍ବନ୍ଧରେ ସଂପୂର୍ଣ୍ଣ ବିବରଣୀ । ଏହି ନିୟମକୁ ଦୟାକରି ପାଳନ କରନ୍ତୁ । ଆପଣ ମାନଙ୍କୁ ଏହି ବିଶେଷ ଟିପ୍ପଣୀ ଟି କିଭଳି ଲାଗିଲା କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *