କର୍ମଚାରୀ ମାନଙ୍କ ପାଇଁ ବଡ ଖବର: ଟୀକା ନାହିଁ ତ ମେ ମାସର ଦରମା ନାହିଁ

ଆମ ଦେଶରେ ବର୍ତ୍ତମାନ କରୋନା ସଂକ୍ରମିତଙ୍କ ସଂଖ୍ୟା ଅନ୍ୟ ଦେଶ ଅପେକ୍ଷା ପ୍ରାୟତଃ ଅଧିକା ଅଛି । ଗତ କିଛି ଦିନ ତଳେ ଆମ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଥିଲା । କିନ୍ତୁ ବର୍ତ୍ତମାନ ଧୀରେ ଧୀରେ ଏହି ସଂଖ୍ୟା କମ ହେବାରେ ଲାଗିଛି ।

କହିବାକୁ ଗଲେ ଆମ ଦେଶରେ କେତେକ ଏମିତି ରାଜ୍ୟ ଅଛି ଯେଉଁ ରାଜ୍ୟରେ କାରୋନା ସଂକ୍ରମିତଙ୍କ ସଂଖ୍ୟା ସବୁଠୁ ଅଧିକ ଅଟେ । ସେଥି ମଧ୍ୟରୁ ଗୋଟିଏ ହେଉଛି ମହାରାଷ୍ଟ୍ର । ଯେଉଁଠି ସଂକ୍ରମଣର ପ୍ରକୋପ ଜାରି ରହିଛି । କିନ୍ତୁ  ସେଠିକାର ରାଜ୍ୟ ସରକାର କରୋନାର ମୁକାବିଲା କରିବା ପାଇଁ ସମସ୍ତେ ସମ୍ଭବ ପ୍ରୟାସ କରୁଛନ୍ତି o ଜଲ୍ଦି ଟୀକାକରଣ ଉପରେ ବି ଗୁରୁତ୍ଵ ଦେଉଛନ୍ତି । କିନ୍ତୁ ଏହି ସବୁ ମଧ୍ୟରେ ମଧ୍ୟପ୍ରଦେଶର ଦତିଆ ଜିଲ୍ଲାର କଲେକ୍ଟର ସଞ୍ଜୟ କୁମାରଙ୍କ ଆଦେଶ ଚର୍ଚାର ରହିଛି ।

ଜିଲ୍ଲାପାଳ ସଞ୍ଜୟ କୁମାର ସମସ୍ତଙ୍କୁ ଓ ଖାସ କରି ସରକାରୀ କର୍ମଚାରୀଙ୍କୁ ଟୀକା ନେବା ପାଇଁ କହିଛନ୍ତି ଓ ଏହା ସହ ଏକ ଅଦ୍ଭୁତ୍ତ ଆଦେଶ ବି ଜାରି କରିଛନ୍ତି । ସେ କହିଛନ୍ତି କି, ଯେଉଁ କର୍ମଚାରୀ ଭ୍ୟାକସିନ ନେବେ ନାହିଁ, ସେମାନଙ୍କୁ ମେ ମାସର ଦରମା ଦିଆଯିବ ନାହିଁ । ଏମିତିରେ ସମସ୍ତ କର୍ମଚାରୀ ମେ ୨୪ ତାରିଖ ସୁଦ୍ଧା ଟୀକା ନେବା ପାଇଁ ବାଧ୍ୟ ଅଟନ୍ତି । କାରଣ ମେ ୨୫ରେ ଭ୍ୟାକସିନ ସାର୍ଟିଫିକେଟ ବରିଷ୍ଠ ଅଧିକାରୀଙ୍କୁ ଦେଖାଇବା ପାଇଁ ବି କହିଛନ୍ତି ।

ଜିଲ୍ଲାପାଲଙ୍କ ଏହି ଆଦେଶ ସେହି କର୍ମଚାରୀମାନଙ୍କ ଚିନ୍ତା ବଢାଇ ଦେଇଛି ଯେଉଁମାନଙ୍କର ବୟସ ୧୮ ରୁ ୪୫ ବର୍ଷ ମଧ୍ୟରେ ଅଛି । କାରଣ ବର୍ତ୍ତମାନ ସମୟରେ ଏହି ବର୍ଷ ମଧ୍ୟରେ ଥିବା ବ୍ୟକ୍ତିଙ୍କୁ ଟୀକକରଣ ପାଇଁ ସ୍ଲଟ ମିଳୁ ନାହିଁ । ଏମିତିରେ ସେମାନେ କେମିତି ଟୀକା ନେବେ ତାହା ଏକ ବଡ ସମସ୍ୟା ଅଟେ । ସେହି କର୍ମଚାରୀମାନେ ବି ବହୁତ ଚିନ୍ତିତ ଅଛନ୍ତି ଯେଉଁମାନେ କିଛି ଦିନ ତଳେ ସଂକ୍ରମିତ ହୋଇଛନ୍ତି କିନ୍ତୁ ପୁଣି ସୁସ୍ଥ ହୋଇ ଯାଇଛନ୍ତି ।

କାରଣ ଡାକ୍ତର ସେମାନଙ୍କୁ ଏକ ମାସ ପରେ ଟୀକା ନେବାକୁ କହିଛନ୍ତି । ଗର୍ଭବତ୍ତୀ ମହିଳାଙ୍କୁ ବି ଡାକ୍ତର ଭ୍ୟାକସିନ ନ ନେବା ପାଇଁ କହିଛନ୍ତି । କହିବାକୁ ଗଲେ ଏହି ଆଦେଶ ଦ୍ଵାରା ପାଖାପାଖି ୫ ହଜାର କର୍ମଚାରୀ ପ୍ରଭାବିତ ହୋଇ ପାରନ୍ତି ।ଆଦେଶ ଜାରି କରିଥିବା ଜିଲ୍ଲାପାଳ ସଞ୍ଜୟ କୁମାର କହିଛନ୍ତି କି ଭ୍ୟାକସିନ ଅଭାବ ଏହା କୌଣସି ବଡ ପ୍ରଶ୍ନ ନୁହେଁ ।

ଏହିଭଳି ଆଦେଶ ଜାରି କରିବାର ମୁଖ୍ୟ କାରଣ ହେଉଛି କେତେକ କର୍ମଚାରୀ ପ୍ରଥମ ଡୋଜ ନେବା ପରେ ଦ୍ଵିତୀୟ ଡୋଜ ନେଉ ନାହାନ୍ତି । ଯଦି କର୍ମଚାରୀ ଲଗାଇବେ ନାହିଁ ତେବେ ସମସ୍ତଙ୍କୁ ଏକ ଭୁଲ ସନ୍ଦେଶ ପହଞ୍ଚିବ । ସ୍ୟାଲେରୀ ବନ୍ଦ ପ୍ରଶ୍ନ ଉପରେ ସେ କହିଛନ୍ତି କି ଏହି ଆଦେଶକୁ ଖାରଜ କରିବା ଉପରେ ବିଚାର ବିମର୍ଶ କରାଯିବ ।

Leave a Reply

Your email address will not be published. Required fields are marked *