ବ୍ଲାକ ଫଙ୍ଗସ ପରେ ବର୍ତ୍ତମାନ ହ୍ୱାଇଟ୍ ଫଙ୍ଗସ, କେତେ ମାରାତ୍ମକ ହ୍ୱାଇଟ୍ ଫଙ୍ଗସ ?

ବର୍ତ୍ତମାନ ସମୟରେ କରୋନାରେ ଆକ୍ରାନ୍ତଙ୍କ ସଂଖ୍ୟା ଠାରୁ କରୋନାରେ ସୁସ୍ଥ ହେଉଥିବା ବ୍ୟକ୍ତିମାନଙ୍କ ସଂଖ୍ୟା ଅଧିକା ଅଟେ । କିନ୍ତୁ ଏହା ସତ୍ବେ ସୁସ୍ଥ ହେଉଥିବା ଲୋକମାନଙ୍କ ସମସ୍ୟା ଟଳି ନାହିଁ ।

କାରଣ ସୁସ୍ଥ ହୋଇ ଘରୁ ଫେରିଯାଉଥିବା କିଛି ବ୍ୟକ୍ତିମାନେ ବ୍ଲାକ ଫଙ୍ଗସର ଶିକାର ହେଉଛନ୍ତି । ଏମିତିରେ ବ୍ଲାକ ଫଙ୍ଗସକୁ ନେଇ ସମସ୍ତେ ଚିନ୍ତିତ ଅଛନ୍ତି । କିନ୍ତୁ ଏହା କମ ଥିଲା କି ପୁଣି ଥରେ ଏକ ନୂଆ ରୋଗ ମାଡି ଆସୁଛି । କହିବାକୁ ଗଲେ ବ୍ଲାକ ଫଙ୍ଗସ ପରେ ବର୍ତ୍ତମାନ ହ୍ୱାଇଟ୍ ଫଙ୍ଗସ ଆସିଯାଇଛି । ଯାହାକି ଆହୁରି ଚିନ୍ତା ଜଣକ ବିଷୟ ଅଟେ । କୁହାଯାଉଛି କି ବ୍ଲାକ ଫଙ୍ଗସ ଠାରୁ ହ୍ୱାଇଟ୍ ଫଙ୍ଗସ ଆହୁରି ଅଧିକ ଭୟଙ୍କର ଓ ସଂକ୍ରମଣ ବି ଅଧିକ ଜଲ୍ଦି ହୋଇଥାଏ । କରୋନା ଭଳି ଏହା ଫୁସଫୁସକୁ ମଧ୍ୟ ସଂକ୍ରମଣ କରିଥାଏ ଓ ଏହା ଶରୀରରେ ବ୍ଲାକ ଫଙ୍ଗସ ଠାରୁ ଅଧିକ ଜଲ୍ଦି ବ୍ୟାପିଥାଏ ।

ବିଶେଷଜ୍ଞମାନଙ୍କ କହିବା ଅଟେ କି ଶରୀରରେ ରୋଗ ପ୍ରତିରୋଧକ ଶକ୍ତି କମ ଥିଲେ ହ୍ୱାଇଟ୍ ଫଙ୍ଗସ ହେବାର ଭୟ ଅଧିକ ଥାଏ । ବ୍ଲାକ ଫଙ୍ଗସ ଭଲି ଏହା କେବଳ ଫୁସଫୁସକୁ ନୁହେଁ କିଡନୀ, ମସ୍ତିଷ୍କ, ନଖ, ଚର୍ମ, ପାକସ୍ଥଳୀ, , ପାଟି, ଗୁପ୍ତାଙ୍ଗ ଓ ଅନ୍ୟ କିଛି ସଂବେଦନଶୀଳ ଅଂସକୁ ଆକ୍ରାନ୍ତ କରିଥାଏ । କହିବାକୁ ଗଲେ ହ୍ୱାଇଟ୍ ଫଙ୍ଗସ ବ୍ଲାକ ଫଙ୍ଗସ ଦୁଇ ଭାଇ ଅଟନ୍ତି । ଜର ଓ କାସ ଭଲି କିଛି ହ୍ୱାଇଟ୍ ଫଙ୍ଗସର ଲକ୍ଷଣ ଅଟେ । ଯଦି ଆପଣଙ୍କୁ ହ୍ୱାଇଟ୍ ଫଙ୍ଗସ ହୋଇଛି ତେବେ ଲାଗିବ ବ କି ଆପଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି ।

ବର୍ତ୍ତମାନ ଜାଣି ନିଅନ୍ତୁ କି କେଉଁ ବ୍ୟକ୍ତିମାନେ ଏହି ହ୍ୱାଇଟ୍ ଫଙ୍ଗସ ରୋଗରୁ ସତର୍କ ରହିବା ଉଚିତ । ପ୍ରଥମେ ତ ଯଦି ଆପଣ କୋବିଡର ସମସ୍ତ ନିୟମ ପାଳନ କରିବେ ତେବେ ପ୍ରାୟତଃ ଆପଣଙ୍କୁ କୌଣସି ବି ପ୍ରକାରର ରୋଗ ହେବ ନାହିଁ । କିନ୍ତୁ ଏହା ସତ୍ବେ ଆପଣ ସତର୍କ ରୁହନ୍ତୁ । କହିବାକୁ ଗଲେ ଯଦି ଆପଣଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି କମ ଅଛି, ଡାଏବେଟିସ ରୋଗୀ, ଯେଉଁମାନେ ଷ୍ଟେରଏଡ ନେଉଛନ୍ତି, ଅକ୍ସିଜେନ ଥେରାପି ନେଉଥିବା ବ୍ୟକ୍ତି, କ୍ୟାନ୍ସର ପୀଡିତ ରୋଗୀ ଓ ବିଶେଷ କରି ମହିଳା ଏବଂ ଶିଶୁମାନେ ବି ସତର୍କ ରୁହନ୍ତୁ ।

ହ୍ୱାଇଟ୍ ଫଙ୍ଗସ ଶିକାର ହେବା ଠାରୁ ବଞ୍ଚିବାକୁ ଚାହୁଁଛନ୍ତି ତେବେ ସବୁବେଳେ ନିଜକୁ ପରିଷ୍କାର ପରିଚ୍ଛନ ରଖନ୍ତୁ ଓ ନିଜ ଆଖପାଖରେ ଥିବା ସମସ୍ତ ବ୍ୟକ୍ତିଙ୍କୁ ପରିଷ୍କାର ରହିବାକୁ କୁହନ୍ତୁ । ଆପଣ ଘରୁ ବାହରକୁ ବାହାରିବା ମାତ୍ରେ ହିଁ ମାସ୍କ ପିନ୍ଧନ୍ତୁ । ବାହାରୁ ଘର ଭିତରେ ପ୍ରବେଶ କରିବା ପରେ ବି ଭଲ ଭାବରେ ପରିଷ୍କାର ହେବା ପରେ ହିଁ ଘରେ ପ୍ରବେଶ କରନ୍ତୁ । ଏହିଭଳି କିଛି ନିୟମ ମାନିଲେ ଆପଣ କେବେ ବି ହ୍ୱାଇଟ୍ ଫଙ୍ଗସର ଶିକାର ହେବେ ନାହିଁ ।

ଯଦି ଆପଣଙ୍କୁ ଜର, ଥଣ୍ଡା ଓ କାସ ହେଉଛି ତେବେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ । କାରଣ ସବୁ ଲକ୍ଷଣ ସବୁବେଳେ ହ୍ୱାଇଟ୍ ଫଙ୍ଗସ ହୋଇ ନ ଥାଏ । ସେଥିପାଇଁ ପୂର୍ବରୁ ଭୟଭୀତ ହୁଅନ୍ତୁ ନାହିଁ । ଡାକ୍ତରଙ୍କ ପରାମର୍ଶ ନେବା ପରେ ହିଁ ସଠିକ ରୂପରେ ନିଜର ଚିକିତ୍ସା କରନ୍ତୁ ଓ ମନରେ ଆତ୍ମବିଶ୍ଵାସ ରଖନ୍ତୁ ।

Leave a Reply

Your email address will not be published. Required fields are marked *