Special Story: ଭେଟନ୍ତୁ Tisya Panigrahi, ଓଡିଶାର ଲିଟିଲ୍ ମର୍ମେଡ୍

କୁହାଯାଏ କି ଯଦି ବୁଦ୍ଧି ଅଛି ତେବେ ଆପଣ ସବୁ କ୍ଷେତ୍ରରେ ସଫଳ ହୋଇ ପାରିବେ । ଆପଣ ଜଳ, ସ୍ଥଳ ଓ ଆକାଶ ସବୁ କ୍ଷେତ୍ରରେ ସଫଳ ହୋଇ ପାରିବେ । ଏଥିରେ ବୟସ ମଧ୍ୟ ବାଧା ସୃଷ୍ଟି କରିବ ନାହି । ଏହାକୁ ପ୍ରମାଣ କରି ଦେଖାଇଛନ୍ତି ଓଡିଶାର ସ୍କୃଭା ଡ୍ରାଇଭର ତିସ୍ୟା ପାଣିଗ୍ରାହୀ । ତ୍ରିସ୍ୟା ଅନେକ ପ୍ରକାରର ଜଳ କ୍ରିଡା ଆଗରୁ କରି ସାରିଛନ୍ତି । କିନ୍ତୁ ଯେତେବଳେ ଗତ ସେପ୍ଟେମ୍ବର ମାସରେ ତ୍ରିସ୍ୟା ଓ ତାଙ୍କର ପିତା ସମୁଦ୍ରର ୪୦ ଫୁଟ ଗଭୀରକୁ ଯାଇ ନୂଆଖାଇର ଶୁଭେଚ୍ଛା ପୁରା ଦେଶବାସୀଙ୍କୁ ଦେଇଥିଲେ ସେହି ସମୟର ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ପୁରା ବିଶ୍ଵରେ ତାହା ଚର୍ଚ୍ଚାର ବିଷୟ ହୋଇଥିଲା ।

ଆଜିକା ଡେଟରେ ସେହି ସର୍ବ କନିଷ୍ଠ ସୃଭା ଡ୍ରାଇଭର ଯାହାଙ୍କର ବୟସ ହେଉଛି ମାତ୍ର ୧୦ ବର୍ଷ । ତ୍ରିସ୍ୟାଙ୍କର ସଫଳତା ପଛରେ ତାଙ୍କର ପିତା ପ୍ରିୟଦର୍ଶ ପାଣିଗ୍ରାହୀଙ୍କର ବଡ ହାତ ରହିଛି । ତାଙ୍କ ପିତା ନିଜ ରାଏ ରେ କହିଛନ୍ତି ଯେ ତ୍ରିସ୍ୟା ସାହସିକତାର ସହ ନିଜର ଟ୍ରେନିଂ ସମ୍ପନ୍ନ କରିଛନ୍ତି । ଏଥିପାଇଁ ତ୍ରିସ୍ୟା କଠିନ ପରିଶ୍ରମ କରିବା ସହ ସଂଘର୍ଷ ମଧ୍ୟ କରିଛନ୍ତି । ଆଜି ତ୍ରିସ୍ୟା ଯେଉଁ ଭଳି ଭବେ ସ୍କୃଭା ଡ୍ରାଇଭିଙ୍ଗ କରି ସଫଳତା ହାସଲ କରିଛନ୍ତି ଅତହା ବାସ୍ତବରେ ପ୍ରଶଂସା ଯୋଗ୍ୟ ଅଟେ ।

କିନ୍ତୁ ଆଜିକା ଦୁନିଆରେ ଏମିତି କିଛି ପିଲା ଅଛନ୍ତି ଯେଉଁ ମାନଙ୍କୁ ଏହି ସୁବର୍ଣ୍ଣ ସୁଯୋଗ ମିଳୁ ନାହି । ତାଙ୍କର ଦକ୍ଷତା ଥିଲେ ମଧ୍ୟ ସେମାନେ ନିଜର ଲକ୍ଷ୍ୟ ସ୍ଥଳରେ ପହଞ୍ଚି ପାରୁ ନାହାନ୍ତି । ତ୍ରିସ୍ୟାଙ୍କ ବାପା କହିଛନ୍ତି ଏହି ଟ୍ରେନିଂ ପାଇଁ ଭାରତ ସମେତ ଓଡିଶାରେ ମଧ୍ୟ ଏହାର ଟ୍ରେନିଂ ଦିଆ ଯାଉଛି । ତ୍ରିସ୍ୟା ନିଜ ମତରେ କହିଛନ୍ତି ଯେ ଆମ ପୃଥିବୀର ୭୦ ବାହାଗ ହେଉଛି ଜଳ ଭାଗ ।

ସେ ତାଙ୍କ ସାଙ୍ଗ ସାଥି ଙ୍କ ପାଇଁ ମ୍ଯାସେଜ ଦେଇଛନ୍ତି ଯେ ବିନା ବ୍ୟୟରେ ଏହି ଟ୍ରେନିଂ ପୁରା କରି ହେବ । ମନରେ ଦୃଢ ବିଶ୍ଵାସ ଓ ସାହସର ସହ ସବୁ କାମ ସମ୍ଭବ ବୋଇ ତ୍ରିସ୍ୟା ନିଜ ମତରେ କହିଛନ୍ତି । ସ୍କୃଭା ଡ୍ରାଇଭିଙ୍ଗରେ ସମୁଦ୍ରର ୭୦ ପ୍ରତିଶତ ଭାଗ ତଳକୁ ଯାଇ ଏହାର ସନ୍ଧାନ କରିବାକୁ ହୋଇଥାଏ । ଯାହା ଆଜିକା ଡେଟରେ ତ୍ରିସ୍ୟା କରି ଦେଖାଇଛନ୍ତି । ତ୍ରିସ୍ୟା ଙ୍କୁ ଜୁନିୟର ସ୍କୃବାହ ଡ୍ରାଇଭର ଓ ଜଳପରି ଭାବେ ଜଣା ଯାଉଛି । ଆପଣ ମାନେ ମଧ୍ୟ ଏହି ଚେଷ୍ଟା ଓ ଉଦ୍ୟମ କରିଲେ ନିଶ୍ଚିନ୍ତ ଭାବେ ସଫଳ ହେବେ ।

ବନ୍ଧୁଗଣ ଏହି ଘଟଣା କୁ ନେଇ ଆପଣ ମାନଙ୍କର ମତାମତ କଣ ରହିଛି ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *