Special Report: ଏବେ ଆପଣଙ୍କ ଗାଡିଚାବି ଛଡାଇ ପାରିବେନି ଟ୍ରାଫିକ ପୋଲିସ

ଆପଣ କେବେ ଟ୍ରାଫିକରେ ଧାରା ପଡିଥିବା ବେଳେ ପୋଲିସ ଠାରୁ ଗା-ଳି ଗୁ-ଲ-ଜ ଶୁଣିବା ସହ ଆପଣଙ୍କ ଗାଡି ଚାବି ଟ୍ରାଫିକ ପୋଲିସ କେବେ ରଖି ଦେଇଛି କି ? କିନ୍ତୁ ନିୟମ ଅନୁସାରେ ଟ୍ରାଫିକ ପୋଲିସ କେବେ ବି କୌଣସି ଗାଡି ଚାଳକଙ୍କର ଗାଡି ଚାବି ଛଡାଇ ରଖି ପାରିବେ ନାହି ବୋଲି ନିୟମ ରହିଛି । ଏ କ୍ଷେତ୍ର ରେ ଗାଡି ଚାଳକ ଟ୍ରାଫିକ ପୋଲିସକୁ ଗାଡି ଚାବି ରଖି ନେବାର ନିୟମ ବିଷୟରେ ପାଠ ପଢାଇ ପାରିବେ ।

ମୋଟୋର ସାଇକେଲ ଆକ୍ଟ-୨୦୧୯ ଅନୁଯାୟୀ ଗାଡି ଚାବି ଛଡାଇ ନେବାର ଅଧିକାର ଟ୍ରାଫିକ ପୋଲିସ ପାଖରେ ନାହି । ତ୍ରଫଇକ ପୋଲିସ ଯେତେ ସିନିୟର ଅଫିସର ହୁଅନ୍ତୁ ନାଁ କାହିଁକି କିନ୍ତୁ ଗାଡି ଚାଳକଙ୍କ ଗାଡି ଚାବି ଛଡାଇ ପାରିବେ ନାହି କିମ୍ବା ଗାଡି ଟାୟାରରୁ ପ୍ରେଶର ବାହାର କରି ପରାଇବେ ନାହି ।

ଏହି ନିୟମ ଅନୁଯାୟୀ କୌଣସି ଟ୍ରାଫିକ ପୋଲିସ ଗାଡି ଚାଳକଙ୍କୁ ଗାଳି ଗୁଲଜ ବା ଅସଭ୍ୟ ଶବ୍ଦ ବ୍ୟବହାର କରି ପାରିବେ ନାହି । ଯଦି ଆପଣଙ୍କ ସହ ଏମିତି କେବେ ଘଟିଛି ତେବେ କଣ କରିବେ ଜାଣନ୍ତୁ । ଏଥିପାଇଁ ଆପଣଙ୍କ ସହ ଘଟିଥିବା ଘଟଣା ବିଷୟରେ ଭିଡିଓ କରି ନିକଟରେ ଥିବା ଥାନାରେ ଅଭିଯୋଗ କରନ୍ତୁ ।

ଯଦି କୌଣସି ଥାନା ଅଧିକାରୀ ବା ଟ୍ରାଫିକ ପୋଲିସ ଅଧିକାରୀ ଆପଣଙ୍କର ଅଭିଯୋଗ ନ ଶୁଣୁଛନ୍ତି ବା କୌଣସି ପୋଲିସ ଅଧିକାରୀ ଟ୍ରାଫିକ ପୋଲିସର ସପକ୍ଷ ନେଉଛନ୍ତି ତେବେ ଏହି କ୍ଷେତ୍ର ରେ ଏହି ମାମଲାକୁ ହାଇ କୋର୍ଟ ଯାଏଁ ଗାଡି ମାଲିକ ନେଇ ପାରିବେ ।

ଯଦି ଗାଡି ଚାଳକ ଗରିବ ସୀମା ରେଖା ଭିତରେ ଆସୁ ଥାନ୍ତି ବା ତାଙ୍କ ପାଖରେ ବିପିଏଲ କାର୍ଡ ରହିଛି ତେବେ ଓକିଲ ତାଙ୍କୁ ମାଗଣାରେ ପରାମର୍ଶ ଦେଇ ପାରିବେ । ଏହା ପରେ ହାଇକୋର୍ଟ ସେହି ଟ୍ରାଫିକ ପୋଲିସ ଓ ତାଙ୍କର ସିନିୟର ଅଫିସରଙ୍କୁ ନେଇ ବିଚାର କରିବେ । ଟ୍ରାଫିକ ପୋଲିସର କାମ ହେଉଛି କେବେଳ ହାତ ଦେଖାଇ ଗାଡି ରୋକୀ ପାରିବେ କିନ୍ତୁ ଆପଣଙ୍କ ଦେହରେ କେବେ ବି ହାତ ଲଗାଇ ପାରିବେ ନାହି ।

ଯଦି କୌଣସି ଗାଡି ଚାଳକ ଟ୍ରାଫିକ ପୋଲିସ ନିୟମ ଉଲଂଘନ କରନ୍ତି ସେମନାଙ୍କ ବିରୁଦ୍ଧରେ ଟ୍ରାଫିକ ପୋଲିସ କାର୍ଯ୍ୟ ଅନୁଷ୍ଠାନ ଗ୍ରହଣ କରି ପାରିବେ । ତେବେ ଯେଉଁ ଗାଡି ଚାଳକ ଙ୍କ ସହ ଏମିତି ଘଟଣା ଘଟୁଛି ସେମାନେ ତୁରନ୍ତ ଏହାର ପ୍ରତିବାଦ କରି ନିକଟରେ ଥିବା ଥାନା ରେ ଜଣାଇ ପାରିବେ । ପ୍ରତେକ ଗାଡି ଚାଳକଙ୍କର ଟ୍ରାଫିକ ନିୟମ ମାନିବା ମଧ୍ୟ ସେତିକି ଗ୍ରହଣୀୟ ଅଟେ ।

ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣାକୁ ନେଇ ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମର ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *