‘ମାଡି ଆସୁଛି ସମୁଦ୍ର’… ସତର୍କ କରାଇଲେ ପାଣିପାଗ ବିଭାଗ- ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ । ଆପଣ ମାନେ ଜାଣିଥିବେ ଦକ୍ଷିଣ ଆଣ୍ଡାମନ ସାଗର ରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଯାହା ଅବପାତର ରୂପ ନେଇ ବାତ୍ୟା ରେ ପରିଣତ ହୋଇଛି । ଏହି ବାତ୍ୟା ର ନାମ ରହିଛି ଯୱାଦ । ଯାହା ଖୁବ ତୀବ୍ର ଗତିରେ ଓଡିଶା ଉପକଉଳ ଆଡକୁ ମାଡି ଆସୁଛି ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷ ରୁ ସୂଚନା ରହିଛି । ତେବେ ଏହି ଭିଡିଓ ରେ ଯେଉଁ ଦ୍ରୁଶ୍ଯ ଦେଖା ଯାଉଛି ତାହା ହେଉଛି ସାତପଡା ର ଦୃଶ୍ୟ ।

ସମୁଦ୍ର ବାତ୍ୟା ପ୍ରଭାବରେ ଅଶାନ୍ତ ଥିବାରୁ କିପରି ଜୁଆର ଉଠିଛି ତାହା ଏହି ଭିଡିଓ ରେ ଦେଖା ଯାଉଛି । ସମୁଦ୍ର ଭିତରେ ଗଭୀର ଅବପାତରେ ପରିଣତ ହୋଇ ସମୟ କ୍ରମେ ବାତ୍ୟା ଜୱାଦ ଦୁର୍ବଳ ହେବାରେ ଲାଗିଛି ବୋଲି ପାଣିପାଗ ବିଭାଗ ପକ୍ଷ ରୁ ସୂଚନା ରହିଛି ।

ତେବେ ଆଜି ଅପାରାହ୍ନ ରେ ବାତ୍ୟା ପୁରୀ ଜିଲ୍ଲା ଦେଇ ଗତି କରିବା ବୋଲି ସୂଚନା ରହିଛି । ଏହି ସମୟରେ ପବନର ବେଗ ୮୦ ରୁ ୧୦୦ କିମି ବେଗରେ ବହିପାରେ ବୋଲି ପୂର୍ବ ଅନୁମାନ କରିଛି ପାଣିପାଗ ବିଭାଗ । କିନ୍ତୁ ଅନ୍ୟ କ୍ଷେତ୍ର ରେ ବାତ୍ୟା ଯୱାଦ ଦୁର୍ବଳ ହେବା କାରଣରୁ ଓଡିଶାରେ ଏହାର ପ୍ରଭାବ କେତେ ପରିମାଣରେ ରହିବ ତାହା ଏ ଯାଏଁ ସ୍ପଷ୍ଟ ହୋଇ ନାହି ।

ତେବେ ଏ ନେଇ ସମୁଦ୍ର ଭିତରକୁ ନ ଯିବା ପାଇଁ ମାଛ ଧରାଳି ମାନଙ୍କୁ ସତର୍କ ସୂଚନା ଜାରି ହୋଇଛି । ଏହା ସହ ସବୁ ରାଜ୍ୟର ଜିଲ୍ଲାପାଳ ମାନଙ୍କୁ ସତର୍କ ସୂଚନା ଦିଆ ଯାଇଛି । ବାତ୍ୟା ନେଇ ସବୁ ରାଜ୍ୟର ଜିଲ୍ଲାପାଳ ମାନେ ପ୍ରସ୍ତୁତ କରି ଥିବାର ସୂଚନା ମିଳିଛି । ତେବେ ସାତପଡା ର ସମୁଦ୍ର କେତେ ମାତ୍ରା ରେ ଅଶାନ୍ତ ରହିଛି ତାହା ଏହି ଭିଡିଓ ଜରିଆରେ ଜାଣି ହେଉଛି ।

ମାଛ ଧରାଳି ମାନେ ବୋଟ ଉପରେ ବସି ପାଣି କାଢିବାରେ ଲାଗିଛନ୍ତି ଯାହା ଏହି ଭିଡିଓ ରେ ଦୃଶ୍ୟ ହେଉଛି । ଏହା ସହ ସେଠାରେ ପବନର ବେଗ ଅଧିକ ରହି ଥିବାର ସ୍ପଷ୍ଟ ହେଉଛି । ତେବେ ବାତ୍ୟା ଯୱାଦ ଓଡିଶା ଉପକୂଳରେ କେଉଁ ଭଳି ପ୍ରଭାବ ପକାଇବ ତାହା ଲ୍ୟାଣ୍ଡଫଲ ହେବା ପରେ ଜଣା ପଡିବ । ତେବେ ବାତ୍ୟା ମାଡି ଆସୁଥୀବା ବେଳେ ସମୁଦ୍ର ରେ ଜୁଆର ଧୀରେ ଧୀରେ ବଢିବାରେ ଲାଗିଛି ଯାହା ଚିନ୍ତାର ବିଷୟ ହୋଇ ପଡିଛି ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *