ଟ୍ରେନର କେତେ ପ୍ରକାର ହର୍ନ ଅଛି ଓ ଏହାର ଅର୍ଥ ସବୁ କଣ? ଟ୍ରେନ ହର୍ନରୁ ଏମିତି ବୁଝନ୍ତି ଗାର୍ଡ!

ସବୁ ଯାନ ବାହାନ ରେ ହର୍ନ ନିଶ୍ଚୟ ଥାଏ ଯାହା ଫଳ ରେ ହର୍ନ ବାଜିବା ଦ୍ଵାରା ସତର୍କ ହୋଇଥାଉ କି କୌଣସି ଏକ ଯାନ ଆସୁଛି ଯାହା ଫଳ ରେ ଦୁର୍ଘଟଣା ହେବା ଆଶଙ୍କା କମିଥାଏ । ତେବେ ପ୍ରତ୍ଯେକ ଯାନ ର ହର୍ନ ର ଆବାଜ ମଧ୍ୟ ଅଲଗା ଅଲଗା ଅଟେ ।

ତେବେ ଆପଣ ସମସ୍ତେ ଟ୍ରେନ ରେ ଯାତ୍ରା ନିଶ୍ଚୟ କରିଥିବେ । ଯାତ୍ରା ନ କଲେ ମଧ୍ୟ ଟ୍ରେନ ର ହର୍ନ ନିଶ୍ଚୟ ଶୁଣିଥିବେ । ଏହା ମଧ୍ୟ ଅନେକ ଲୋକ ଜାଣିଥିବେ ଓ ଅନେକ ଜାଣି ନଥିବେ କି ଟ୍ରେନ ବିଭିନ୍ନ ଷ୍ଟପେଜ ଓ ଅଲଗା ଅଲଗା ଷ୍ଟେସନରେ ହର୍ନ ପରିବର୍ତନ କରିଥାଏ । ଏହି ହର୍ନ ପରିବର୍ତନ ରେ ବହୁତ ଅର୍ଥ ଓ ସଂକେତ ରହିଥାଏ , ଆମେ କେବଳ ଭବିଥାଉ ଷ୍ଟେସନ ଅନୁସାରେ ଟ୍ରେନ ନିଜର ହର୍ନ ପରିବର୍ତନ କରିଥାଏ ।

ଟ୍ରକ, ବସ, ବାଇକ, ଅଟୋ, ଟ୍ରେନ ଆଦି ର ହର୍ନ ଆବାଜ ଅଲଗା ଅଟେ । ଟ୍ରେନ ର ହର୍ନ ଶୁଣି ଆମେ ସତର୍କ ହେଇଯାଉ କି ଟ୍ରେନ ଆସୁଛି କିନ୍ତୁ ଏଥିରୁ ବେଶୀ ସତର୍କ ରୁହନ୍ତି ଟ୍ରେନ ଗାର୍ଡ ମାନେ ସେମାନେ ଟ୍ରେନ ର ହର୍ନ ଶୁଣି ଏହାର ଅର୍ଥ କୁ ବୁଝିଥାନ୍ତି ଓ ସେହି ହର୍ନ ର ସିଗନାଲ ହିସାବ ରେ କାମ ମଧ୍ୟ କରିଥାନ୍ତି । ତେବେ ଟ୍ରେନ ହର୍ନ ର ଅର୍ଥ ଗୁଡିକ କଣ ଆସନ୍ତୁ ଜାଣିବା । ଯଦି ଟ୍ରେନ ଡ୍ରାଇଭର ଗୋଟିଏ ଛୋଟ ହର୍ନ ମାରିଥାନ୍ତି , ଏହାର ଅର୍ଥ ଟ୍ରେନକୁ ଦ୍ଵିତୀୟ ଇଞ୍ଜିନର ଆବଶ୍ୟକତା ନାହି ।

ଟ୍ରେନ ଡ୍ରାଇଭର ଯଦି ଗୋଟିଏ ଛୋଟ ଓ ଲମ୍ବା ହର୍ନ ବଜାନ୍ତି ତେବେ ଏହାର ଅର୍ଥ ହେଉଛି ତାଙ୍କୁ ଟ୍ରେନ ପଛରେ ଲାଗିଥିବା ଇଞ୍ଜିନର ଆବଶ୍ୟକତା ରହିଛି । ଯଦି ଟ୍ରେନ ଛିଡା ହୋଇଛି ଆଉ ଡ୍ରାଇଭର ୨ ଟି ଛୋଟ ହର୍ନ ମାରୁଛନ୍ତି ତେବେ ଏହାର ଅର୍ଥ ସେ ଗାର୍ଡ ଙ୍କ ଠାରୁ ଟ୍ରେନ ଖୋଲିବାର ସହାୟତା ମାଗୁଛନ୍ତି । ଟ୍ରେନ ଡ୍ରାଇଭର ଯଦି ୩ ଟି ଛୋଟ ହର୍ନ ମାରନ୍ତି ତେବେ ଏହାର ଅର୍ଥ ସେ ଗାର୍ଡ ଙ୍କୁ ବ୍ରେକ ଲଗାଇବାର ଇସାରା ଦେଉଛନ୍ତି ।

ଯଦି ଟ୍ରେନ ଡ୍ରାଇଭର ୪ ଟି ଛୋଟ ହର୍ନ ମାରନ୍ତି ତେବେ ଏହାର ଅର୍ଥ ଆଗରେ ରାସ୍ତା କ୍ଲିୟର ନାହି ଆଉ ଡ୍ରାଇଭର ଗାର୍ଡଙ୍କୁ ସହାୟତା ମାଗୁଛନ୍ତି । ଟ୍ରେନ ଡ୍ରାଇଭର ଯଦି ଦୁଇଟି ଲମ୍ବା ଓ ଦୁଇଟି ଛୋଟ ହର୍ନ ମାରନ୍ତି ତେବେ ଏହାର ଅର୍ଥ ସେ ଟ୍ରେନର ଗାର୍ଡଙ୍କୁ ନିଜ ପାଖକୁ ଡାକୁଛନ୍ତି । ଯଦି ଟ୍ରେନ ଡ୍ରାଇଭର ଲଗାତାର ଲମ୍ବା ହର୍ନ ମାରୁଛନ୍ତି ତେବେ ଏହାର ଅର୍ଥ ଟ୍ରେନ କୌଣସି ସୁଡଙ୍ଗ ଦେଇ ଗତି କରିବ ।

ଆଉ ଏକ କାରଣ ହେଉଛି ଟ୍ରେନକୁ ଷ୍ଟେସନ ରେ ରହିବାର ନାହି ତେବେ ସେ ଲଗାତାର ଲମ୍ବା ହର୍ନ ମାରି ଷ୍ଟେସନ ଦେଇ ଗତି କରିବ । ଟ୍ରେନ ଡ୍ରାଇଭର ଯଦି ଦୁଇଟି ଛୋଟ ହର୍ନ ଓ ଏକ ଲମ୍ବା ହର୍ନ ମାରିଥାନ୍ତି ତେବେ ଏହାର ଅର୍ଥ କୌଣସି ଯାତ୍ରୀ ଟ୍ରେନର ଚେନ ଟାଣିଛନ୍ତି କିମ୍ବା ଟ୍ରେନର ଗାର୍ଡ ନିଜେ ଟ୍ରେନ ରୋକିବାକୁ ଚେଷ୍ଟା କରୁଛନ୍ତି । ଯଦି ଟ୍ରେନ ଡ୍ରାଇଭର ଲଗାତାର ଛୋଟ ଛୋଟ ହର୍ନ ମାରୁଛନ୍ତି ତେବେ ଏହାର ଅର୍ଥ ଆଗରେ ରାସ୍ତା କ୍ଲିଅର ନାହି , ଆଉ ଡ୍ରାଇଭରଙ୍କୁ ଆଗରେ ବିପଦ ଦେଖାଯାଉଛି ।

Leave a Reply

Your email address will not be published. Required fields are marked *