ଉଦ୍ଧାର ନେବା ଏବଂ ଦେବାର କଣ ହୋଇଥାଏ ସଠିକ ସମୟ, ଜାଣନ୍ତୁ ଏହାସହ ଯୋଡା ହୋଇଥିବା କିଛି ମହତ୍ଵପୂର୍ଣ୍ଣ କଥା

ସବୁ ମଣିଷର କିଛି ନ କିଛି ଆବଶ୍ୟକତା ଥାଏ ଯାହାକୁ ପୂରଣ କରିବା ପାଇଁ ସେ ମଣିଷ ପରିଶ୍ରମ କରିଥାଏ କାମ କରିଥାଏ କାରଣ ସେ କିଛି ପଇସା କମାଇ ପାରିବ ଏବଂ ନିଜର ଛୋଟ ବଡ ଆବଶ୍ୟକକୁ ପୂରଣ କରିପାରିବ । କିନ୍ତୁ କେତେ ଥର ଏମିତି ବି ପରିସ୍ଥିତି ଆସିଥାଏ ଯେବେ କାହାର ଆବଶ୍ୟକତା ଅଧିକ ହୋଇଯାଇଥାଏ ଏବଂ ଏହା ପାଇଁ ତା ପାଖରେ ପର୍ଯ୍ୟାପ୍ତ ଧନ ନଥାଏ ଯାହା ପାଇଁ ତାକୁ ଉଦ୍ଧାର ନେବାକୁ ପଡିଥାଏ ।

ଉଦ୍ଧାର ନେବା ଭୁଲ ହୋଇନଥାଏ କି ଆପରାଧ ବି ହୋଇନଥାଏ କିନ୍ତୁ ଏହି ଉଦ୍ଧାର ସେ ସମୟରେ ଆପଣଙ୍କ ପାଇଁ ସମସ୍ଯା ହେଇଯାଇଥାଏ ଯେତବେଳେ ଆପଣ ଠିକ ସମୟରେ ଏହାକୁ ଫେରାଇ ପାରନ୍ତି ନାହିଁ ।

ଏମିତି ବି କୁହାଯାଇଥାଏ କି ଯଦି ଆପଣ କୌଣସି ଠିକ ସମୟରେ ଉଦ୍ଧାର ନେବେ ତାହେଲେ ଆପଣ ନେଇଥିବା ଉଧାରକୁ ବି ଆପଣ ଠିକ ସମୟରେ ସୁଝି ପାରିବେ । ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ କି କେଉଁ ଦିନ ଆପଣଙ୍କୁ ଧାର ନେବା ଦରକାର ଯାହାକି ଆପଣ ଶୀଘ୍ର ସୁଝିପାରିବେ ।

ସୋମବାର ଦିନର ଅଧିଷ୍ଟାତା ମା ପାର୍ବତୀ ହୋଇଥାନ୍ତି ଏବଂ ଏହି ଦିନ ବହୁତ ଶୁଭ ହୋଇଥାଏ ,ଯଦି ଆପଣ ଏହି ଦିନ ଧାର ନେବେ ତାହେଲେ ଆପଣଙ୍କୁ କୌଣସି ପ୍ରକାରର ହାନି ହେବ ନାହିଁ ।

ମଙ୍ଗଳବାର ଦିନର ଦେବତା କାର୍ତିକ ହୋଇଥାନ୍ତି ଏବଂ ଶାସ୍ତ୍ର ଅନୁସାରେ ଏହି ଦିନକୁ ବହୁ ଉଗ୍ର ଏବଂ କୃର ବୋଲି କୁହାଯାଇଥାଏ ,ଏଥିପାଇଁ ଯଦି ଆପଣ ଏହି ଦିନ କୌଣସି ପ୍ରକାରର ଧାର ନେବେ ତାହେଲେ ଏହା ଆପଣଙ୍କ ପାଇଁ ସମସ୍ଯା ବଢାଇଦେବ ।

ବୁଧବାରର ଦେବତା ଭଗବାନ ଶ୍ରୀହରି ଅଟନ୍ତି ଏବଂ ଏହା ଏକ ଶୁଭ ବାର ହୋଇଥାଏ ,କିନ୍ତୁ ଜୋତିଷଙ୍କ ଭାଷା ଅନୁସାରେ ଏହାକୁ ନପୁଷକ ବାର ବୋଲି କୁହାଯାଇଥାଏ । କୁହାଯାଏକି ବୁଧବାର ଦିନ କାହାକୁ ବି କରଜ ଦେବା ଉଚିତ ହେଇନଥାଏ ।

ଗୁରୁବାର ଦିନ ଭଗବାନ ବ୍ରହ୍ମାଙ୍କୁ ପୂଜା କରାଯାଇଥାଏ ,ଏହି ଦିନ ଭୁଲରେ ବି କାହାକୁ କରଜ ଦିଅନ୍ତୁ ନାହିଁ ଯଦି ଏହି ଦିନ ଆପଣ କାହାଠାରୁ କରଜ ନେଇଥାନ୍ତି ତାହାଲେ ଆପଣଙ୍କ କରଜ ବହୁତ ଶୀଘ୍ର ସୁଝିଦେଇ ପାରିବେ ।

ଶୁକ୍ରବାର ଦିନ ଇନ୍ଦ୍ର ଦେବତାଙ୍କୁ ପୂଜା କରାଯାଇଥାଏ ଏବଂ ଶାସ୍ତ୍ର ଅନୁସାରେ କୁହାଯାଇଛି କି ଏହି ଦିନ ମୃଦ୍ୟୁ ସଂଯକ ହୋଇଥାଏ ଯାହା କାରଣରୁ ଏହି ଦିନ କର୍ଜ ନେବା ଏବଂ ଦେବା ପାଇଁ ଏହି ଦିନକୁ ବହୁତ ଶୁଭ ବୋଲି କୁହାଯାଇଥାଏ ।

ଶନିବାରର ଦେବତା କାଳ ହୋଇଥାନ୍ତି । କୁହାଯାଏକି ସ୍ତିର କାମ କରିବା ପାଇଁ ଏହି ଦିନ ଶୁଭ ହୋଇଥାଏ କିନ୍ତୁ କରଜ ନେବା ଓ ଦେବା ପାଇଁ ଏହିଦିନ ଶୁଭ ହୋଇନଥାଏ ।

ରବିବାରର ଦେବତା ଶିବ ଙ୍କୁ କୁହାଯାଇଥାଏ ଏବଂ ଏହି ଦିନ ସ୍ତିର ବାର ହୋଇଥାଏ । ଶାସ୍ତ୍ର ଅନୁସାରେ କୁହାଯାଇଛି କି ରବିବାର ଦିନ କରଜ ଦେବା ଏବଂ କରାଯା ନେବା ଉଚିତ ନୁହେଁ ।

Leave a Reply

Your email address will not be published. Required fields are marked *