Breaking News: ୨୬ ଟି ଜିଲ୍ଲା ହୋଇପାରେ Unlock ଏବଂ ଅନ୍ୟ ୪ ଜିଲ୍ଲା ପାଇଁ ରହିଛି ସ୍ଵତନ୍ତ୍ର ଷ୍ଟ୍ରାଟେଜି, ଜାଣନ୍ତୁ କଣ

କରୋନାର ଦ୍ଵିତୀୟ ଲହର ପ୍ରଥମ ଲହର ଠାରୁ ବହୁତ ଭୟଙ୍କର ଅଟେ । କାରଣ ଏଥର କରୋନା ସଂକ୍ରମିତ ରୋଗୀଙ୍କ ଫୁସଫୁସ ଜଲ୍ଦି ସଂକ୍ରମିତ ହେଉଛି ଯେଉଁ କାରଣରୁ ଲୋକମାନେ ନିଜର ପ୍ରାଣ ହରାଉଛନ୍ତି । କିନ୍ତୁ ଏହା ସତ୍ବେ ବି ବହୁତ ଲୋକମାନେ ସୁସ୍ଥ ହୋଇ ଘରକୁ ଫେରୁଛନ୍ତି । ଯଦି ସୁସ୍ଥ ଲୋକମାନଙ୍କ ସଂଖ୍ୟା ଦେଖିବା ତେବେ ଏହା ବହୁତ ହିଁ ଅଧିକ ଅଟେ ।

ଯାହା ପ୍ରମାଣିତ କରୁଛି କି ଆମ ଦେଶରେ ବର୍ତ୍ତମାନ କରୋନାର ସ୍ଥିତିରେ ସୁଧାର ଆସିଯାଇଛି । ଯଦି ଓଡିଶା ବିଷୟରେ କହିବା ତେବେ ଆଜିର ରିପୋର୍ଟ ଅନୁସାରେ ସଂକ୍ରମିତଙ୍କ ସଂଖ୍ୟା ୫ ହଜାରରୁ ବି କମ ଅଛି । ଯଦି ୧୨ ଜୁନରେ ଆସିଥିବା ରିପୋର୍ଟ ବିଷୟରେ କହିବା ତେବେ ଶୁକ୍ରବାର ଦିନ ୬୭,୧୨୨ ନମୁନା ପରୀକ୍ଷା କରାଯାଇଥିଲା । ଯେଉଁଥିରୁ ୪୮୫୨ ଜଣ ପଜିଟିବ ଚିହ୍ନଟ ହୋଇଛନ୍ତି ।

ତେବେ ପଜିଟିବ ହାର ୭.୨୩ ପ୍ରତିଶତ ରହିଛି । ଏହାର ଅର୍ଥ ୧୦୦ ଜଣଙ୍କ ମଧ୍ୟରେ ୭ ଜଣ ପଜିଟିବ ହୋଇଛନ୍ତି । ଓଡିଶାର ୧୯ ଟି ଜିଲ୍ଲାରେ ବର୍ତ୍ତମାନ ସଂକ୍ରମଣର ସଂଖ୍ୟା ନା ହିଁ ସଙ୍ଗେ ସମାନ ଅଟେ । କିନ୍ତୁ ଅନ୍ୟ ୧୧ ଟି ଜିଲ୍ଲାରେ ସଂକ୍ରମିତଙ୍କ ବଢୁଥିବା ସଂଖ୍ୟା ଚିନ୍ତା ବଢାଇଛି । ଏମିତିରେ ସରକାର ସମସ୍ତ ଜିଲ୍ଲାର ପଜିଟିବ ହାରକୁ ବିଚାର କରି ଆସନ୍ତା ୧୭ ତାରିଖ ପରେ ୨୬ ଟି ଜିଲ୍ଲାରେ ଅନଲକ ପ୍ରକ୍ରିୟା ଆରମ୍ଭ କରି ପାରନ୍ତି ।

ଶନିବାର ଦିନ ସର୍ବାଧିକ ୪୭ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ସବୁଠୁ ଅଧିକ ରେକର୍ଡ କରିଛି । କହିଦେଉଛୁ କି ଓଡିଶାର ପଶ୍ଚିମ ଜିଲ୍ଲା ଗୁଡିକରେ ଦ୍ଵିତୀୟ ଲହରର ସବୁଠୁ ଅଧିକ ଭୟଙ୍କର ସ୍ଥିତି ଦେଖାଯାଇଥିଲା । ଯେମିତି କି ଆପଣ ସମସ୍ତେ ଜାଣିଛନ୍ତି କି ୧୭ ତାରିଖ ପର୍ଯ୍ୟନ୍ତ ଓଡିଶାରେ ଲକଡାଉନ ଓ ସଟଡାଉନ ଲାଗୁ ରହିଛି । ଏମିତିରେ ସଂକ୍ରମଣ ହାର କମ ହେଉଥିବାରୁ ୧୭ ତାରିଖ ପରେ ରାଜ୍ୟରେ ଅନଲକ ପ୍ରକ୍ରିୟା ଆରମ୍ଭ ହୋଇଯିବ ବୋଲି ଆଶା କରାଯାଉଛି ।

କିନ୍ତୁ ଏହି ଅନଲକ ପ୍ରକ୍ରିୟାରେ କିଛି ନିୟମ କୋହଳ ହୋଇପାରେ ତ ଅନ୍ୟ ପଟେ କିଛି ନିୟମ ପୂର୍ବ ଭଳି ଲାଗୁ ରହିବ । ଓଡିଶାର ସବୁ ଜିଲ୍ଲା ଅନଲକ ହୋଇ ପାରନ୍ତି । କିନ୍ତୁ ଅନୁଗୁଳ, ଖୋର୍ଦ୍ଦା, କଟକ ଓ ଯାଜପୁର ଭଳି ଜିଲ୍ଲାରେ ସ୍ଵତନ୍ତ୍ର ଷ୍ଟ୍ରାଟେଜି ଲାଗୁ ହେଉ ବୋଲି ସ୍ୱାସ୍ଥ୍ୟ ସେବା ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର କହିଛନ୍ତି । ଏହା ସହିତ ସେ କହିଛନ୍ତି କି ସରକାର ସବୁ ଜିଲ୍ଲାକୁ ୩ ଟି ଜୋନରେ ବିଭକ୍ତ କରି ଅନଲାକ ପ୍ରକ୍ରିୟା ଆରମ୍ଭ କରିବେ ।

କିନ୍ତୁ କହିଦେଉଛୁ କି ଯେଉଁ ସମସ୍ତ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୧୦ ପ୍ରତିଶତରୁ ବି ଅଧିକ ଅଛି ସେହି ସମସ୍ତ ଜିଲ୍ଲା ଗୁଡିକରେ ଲକଡାଉନ ବଳବତ୍ତର ରହିବ ଓ ସଂକ୍ରମିତ ହାର ୫ ପ୍ରତିଶତରୁ ଯଦି କମ ହେବ ତେବେ ସେହି ସମସ୍ତ ଜିଲ୍ଲାରେ କିଛି ନିୟମ କୋହଳ କରିବେ ।

ସଚେତନତା ପାଇଁ ପୋଷ୍ଟଟିକୁ ସେଆର କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।

Leave a Reply

Your email address will not be published. Required fields are marked *