T20 Cricket Team ର କ୍ୟାପେଟେନସିପ ଛାଡିବା ପୂର୍ବରୁ ଶେଷ ଥର ପାଇଁ Virat କାହିଁକି କହିଲେ ଏମିତି… ଦେଖନ୍ତୁ Video

ଟି ୨୦ ବିଶ୍ଵକପରେ ଭାରତୀୟ ଟିମର ଯାତ୍ରା ସମାପ୍ତ ହୋଇଛି । ନାମ୍ବିୟା ବିପକ୍ଷରେ ଜିତିବା ସହ ଭାରତୀୟ ଟିମ ନିଜର ଯାତ୍ରା ଶେଷ କରିଛି । ଏହା ସହିତ ବିରାଟ କୋହଲି ଟି ୨୦ କ୍ରିକେଟ ଟିମର କ୍ୟାପଟେନ ପଦରୁ ଓଲହାଇ ପଡିଛନ୍ତି । ଏବେ ଟି ୨୦ ମ୍ୟାଚରେ କୋହଲିଙ୍କୁ କ୍ୟାପଟେନ ରୂପରେ ନଜର ଆସିବେ ନାହିଁ । ନାମ୍ବିୟା ସହ ମ୍ୟାଚ ପରେ ବିରାଟ କୋହଲି ମିଡିଆ ସାମ୍ନାରେ ନିଜ ମନର କଥା କହିଛନ୍ତି । ଟି ୨୦ ଅଧିନାୟିକ ପଦ ଛାଡିବା ପରେ ବିରାଟ କୋହଲି କହିଛନ୍ତି କି ଏହିଭଳି ପଦ ଛାଡିବା ପରେ ଅଳ୍ପ ହାଲୁକା ଲାଗୁଛି ।

ଏହା ମୋ ଜୀବନର ସବୁଠୁ ସ୍ମରଣୀୟ ଓ ଗର୍ବର ମୁହୂର୍ତ ହୋଇ ରହିବ । କିନ୍ତୁ ଆମକୁ ଏହି ସ୍ଥାନରୁ ଆହୁରି ଆଗକୁ ବଢିବାକୁ ପଡିବ । ନିଜ ଉପରୁ କାର୍ଯ୍ୟ ଚାପ କମାଇବାର ଏହା ଉପଯୁକ୍ତ ସମୟ ଅଟେ । ମୁଁ ଲଗାତାର ୬ ରୁ ୭ ବର୍ଷ ହେବ କ୍ରିକେଟ ଖେଳୁଛି ।

ଟିମ ରୂପରେ ଆମେ ବହୁତ ଭଲ ଭଲ ପ୍ରଦର୍ଶନ ମଧ୍ୟ କରିଛୁ । ବିଶ୍ଵକପରେ ଆମେ ଆଗକୁ ବଢି ପାରିଲୁ ନାହିଁ । କିନ୍ତୁ ଟି ୨୦ କ୍ରିକେଟରେ ଆମେ ପ୍ରାୟତଃ ଭଲ ଖେଳିଛୁ । ପ୍ରଥମ ଦୁଇଟି ମ୍ୟାଚରେ ଯଦି ଆମେ ଭଲ ଖେଳିଥାନ୍ତୁ ତେବେ ରେଜଲ୍ଟ କିଛି ଅଲଗା ହିଁ ସାମ୍ନାକୁ ଆସିଥାନ୍ତା । ବିରାଟ କୋହଲି ଆଗକୁ କହିଲେ କି ଅଧିନାୟକ ପଦ ଛାଡି ଦେଇଛନ୍ତି କିନ୍ତୁ ପଡିଆରେ ଆଗଭଳି ତାଙ୍କର ଜୋସ ଦେଖିବାକୁ ମିଳିବ । ତାଙ୍କର ଏହି ଅଭ୍ୟାସ କେବେ ବି ବଦଳିବ ନାହିଁ ।

ଯେଉଁ ଦିନ ପଡିଆରେ ଏହି ଜୋସ ଦେଖିବାକୁ ମିଳିବ ନାହିଁ ସେହି ଦିନ ଠାରୁ ଆଉ ଖେଳିବିନି । ଯେତେବେଳେ ମୁଁ ଅଧିନାୟକ ନ ଥିଲି ସେହି ସମୟରେ ବି ମୁଁ ଜୋସ ର ସହ ସବୁ ମ୍ୟାଚ ଖେଳୁଥିଲି । ଆଗକୁ ବି ଏହିଭଳି ଜୋସ ଦେଖିବାକୁ ମିଳିବ ।

କାରଣ ମୁଁ କେବଳ ପଡିଆରେ ଛିଡା ହୋଇ ରହିବି ନାହିଁ । ମିଡିଆ ଯେତେବେଳେ ପ୍ରଶ୍ନ କରିଲେ କି ସେ ନାମ୍ବିୟା ବିକ୍ଷରେ କାହିଁକି ସେ ବ୍ୟାଟିଙ୍ଗ କରିବାକୁ ଆସିଲେ ନାହିଁ । ଏହାର ଜବାବରେ ବିରାଟ କୋହଲି କହିଲେ କି ସୂର୍ଯ୍ୟ କୁମାର ଯାଦବଙ୍କୁ ଏହି ଟୁର୍ନାମେଣ୍ଟରେ ବ୍ୟାଟିଙ୍ଗ କରିବାର ଅଧିକ ସୁଯୋଗ ମିଳି ନ ଥିଲା ।

ଏଥିପାଇଁ ନାମ୍ବିୟା ବିପକ୍ଷ ମ୍ୟାଚରେ କୋହଲି ନିଜେ ବ୍ୟାଟିଙ୍ଗ କରିବାକୁ ନ ଆସି ସୂର୍ଯ୍ୟ କୁମାର ୟାଦବଙ୍କୁ ସୁଯୋଗ ଦେଇଥିଲେ । କହିଦେଉଛୁ କି ଅତ୍ୟଧିକ କାର୍ଯ୍ୟ ଭାର ଯୋଗୁ ସେ ଟି ୨୦ ଅଧିନାୟକ ପଦ ଛାଡିବାକୁ ବିରାଟ କୋହଲି ଆଗରୁ ହିଁ ଘୋଷଣା କରି ଦେଇଥିଲେ । ବିରାଟ କୋହଲି ଅଧିନାୟକ ପଦ ଛାଡିବା ପରେ ବର୍ତ୍ତମାନ ବୋର୍ଡ ରୋହିତ ଶର୍ମାଙ୍କୁ ଏହି ପଦ ଦେଇ ପାରନ୍ତି ।

Leave a Reply

Your email address will not be published. Required fields are marked *