ବିବେକାନନ୍ଦଙ୍କ ଏହି 10 ଟି କଥା ଆପଣଙ୍କ ଜୀବନରେ ସଫଳତା ଆଣିଦେବ 

ଆମ୍ଭେମାନେ ସମସ୍ତେ ଜାଣିଛନ୍ତି ବିବେକାନନ୍ଦ ଜଣେ ଶକ୍ତିଶାଳୀ ବକ୍ତା ଥିଲେ । ତାଙ୍କ ଭାଷଣରେ ଗୋଟେ ଅଲଗା ପ୍ରକାରର ଜାଦୁଥିଲା । ତାଙ୍କ ଭାଷଣ ଯିଏବି ଶୁଣୁଥିଲେ ନିଜକୁ ପରିବର୍ତନ କରିବାକୁ ଚେଷ୍ଟା କରୁଥିଲେ । ଯଦି ଆପଣ ମାନେ ଭାବୁଛନ୍ତି ତାଙ୍କ ସଫଳତା ପଛରେ କିଛି ରହସ୍ୟ ରହିଛି ତେବେ ହଁ ସାଙ୍ଗମାନେ ତାଙ୍କ ସଫଳତାର ୧୦ ପଏଣ୍ଟ । ଆପଣମାନେ ଯଦି ସେ 10ଟି ପଏଣ୍ଟକୁ ନେଇ ଚଳିବେ ଜୀବନରେ ବହୁତ ସଫଳତା ଅର୍ଜନ କରିବେ । ତେବେ ଆସନ୍ତୁ ଜାଣିବା ସେଗୁଡିକ କଣ ।

Image Courtesy: Google

ପ୍ରେମ ହିଁ ଜୀବନର ଏକମାତ୍ର ମୂଳ ମନ୍ତ୍ର

ସ୍ଵାମୀ ବିବେକାନନ୍ଦଙ୍କ ପ୍ରଥମ ନିୟମ । ମନୁଷ୍ୟ ବଞ୍ଚି ରହିବା ପାଇଁ ଯେମିତି ଅମ୍ଳଜାନ ଦରକାର, ସେହିପରି ଏହି ଦୁନିଆରେ ବଞ୍ଚିବାକୁ ହେଲେ ପ୍ରେମର ଆବଶ୍ୟକ । ଯଦି ଆପଣ ସ୍ଵାର୍ଥପର ବ୍ୟକ୍ତି  ହେଉଛନ୍ତି ତେବେ ଆପଣ କାହାରି ଭିତରେ ବି ବଞ୍ଚିରହିପାରିବେନି । ଯଦି ଆପଣ ଏହି ଦୁନିଆରେ ବଞ୍ଚିରହିବାକୁ ଚହୁଁଛନ୍ତି ତ ସମସ୍ତଙ୍କୁ ଭଲ ପାଆନ୍ତୁ ।ଦେଖିବେ ଆପଣ ସମସ୍ତଙ୍କ ଭିତରେ ବଞ୍ଚିରହିବେ । ସେଥିପାଇଁ ବିବେକାନନ୍ଦ କହିଛନ୍ତି ପ୍ରେମ ହିଁ ଜୀବନର ମୂଳ ମନ୍ତ୍ର ।

ଯଦି ଆପଣ ଏହି ଦୁନିଆକୁ ବିଶ୍ଵାସ କରୁଛନ୍ତି ତେବେ ଏ ଦୁନିଆ ବହୁତ ସୁନ୍ଦରମୟ ଦେଖାଯିବା

ବିବେକାନନ୍ଦ କହିଛନ୍ତି ଏହି ଦୁନିଆରେ ଯାହା ବି ହେଉଛି ତା ପଛରେ କିଛି ନ କିଛି କାରଣ ଛୁପି ରହୁଛି । ଯାହା ବି କିଛି ହେଉଛି ଲୋକମାନଙ୍କର ଭଲ ପାଇଁ ହେଉଛି । ଭଗବାନ ଯାହା କରନ୍ତି ପ୍ରାଣିର ମଙ୍ଗଳ ପାଇଁ ହୋଇଥାଏ । ଯଦି ଆପଣଙ୍କ ସହିତ କିଛି ଅଘଟଣ ହେଉଛି କି କାହା ଦ୍ଵାରା କିଛି ଭୁଲ ହେଉଛି, ସେଥିରେ କିଛି ରିଆକ୍ଟ କରନ୍ତୁ ନାହିଁ । ନିଜ ଉପରେ ଭରସା ଓ ବିଶ୍ବାସ ରଖନ୍ତୁ ।  ଦେଖିବେ ସବୁ କିଛି ଠିକ ହୋଇଯିବ, ଓ ଜୀବନ ବହୁତ ସୁନ୍ଦରମୟ ହେବ । ସ୍ଵାମୀ ବେବେକାନନ୍ଦ ନିଜକୁ ବହୁତ ଭଲ ପାଉଥିଲେ ଓ ନିଜ ଉପରେ ବହୁତ ଭରସା କରୁଥିଲେ, ସେଥିପାଇଁ ସେ ଏହି କଥା କହିଛନ୍ତି ।

Image Courtesy: Google

ଆପଣ ନିଜ ବିଷୟରେ କଣ ଭାବୁଛନ୍ତି

ଯଦି ନିଜକୁ ଖରାପ ଲୋକଭଳି ଭବିବେ ତ ଖରାପ ଲୋକ ହୋଇଯିବେ । ଯଦି ନିଜକୁ ବିଦ୍ଵାନ ଭବିବେ ତ ଆପଣ ବିଦ୍ଵାନ ହୋଇଯିବେ ।କାହିଁକି ନା ଆପଣଙ୍କ ଚିନ୍ତାଧାରା ଆପଣାକୁ ତିଆରି କରିଦିଏ । ଆପଣଙ୍କ ଚିନ୍ତାଧାରା ଯେପରି ହୋଇଥାଏ ସେଇପରି ହୋଇଥାଏ । ସେଥିପାଇଁ ସାଙ୍ଗମାନେ ପୋଜେଟିଭ ଚିନ୍ତାଧାରା ନେଇ ଚାଲନ୍ତୁ । କାହିଁକି ନା ଏ ଦୁନିଆ ପଜେଟିଭ ଲୋକଙ୍କୁ ଅଧିକ ଗୁରୁତ୍ଵ ଦେଇଥାଏ ।

ନିଜକୁ ମୁକ୍ତ କରନ୍ତୁ

ନିଜକୁ ଏହି ସାଂସାରିକ ମୋହମାୟାରି ମୁକ୍ତ କରନ୍ତୁ ।ନିଜକୁ ସିଂହ ପରି ତିଆରି କରନ୍ତୁ । ନିଜକୁ ସବୁ ଚିନ୍ତରୁ ମୁକ୍ତ ରଖନ୍ତୁ, ନିଜକୁ ମୁକ୍ତ ରଖିଲେ ହିଁ ଆଗକୁ ବଢିପାରିବେ । ସବୁବେଳେ ନିଜେ କିଛି ନ କିଛି କରିବାକୁ ଚେଷ୍ଟା କରନ୍ତୁ ।ଜୀବନରେ ୱାନ ମ୍ୟାନ ଆର୍ମୀ ହେବାକୁ ଚେଷ୍ଟା କରନ୍ତୁ । ଦେଖିବେ ଯଦି ଜୀବନରେ ନିଜେ କିଛି ହୋଇକି ଦେଖାଇବେ ଲୋକ ଆପଣମାନଙ୍କୁ ଅନୁସରଣ କରିବେ ।

Image Courtesy: Google

କାହାରୀକୁ କେବେବି  ନିନ୍ଦା କରନ୍ତୁ ନାହିଁ କି ଦୋଷ ଦିଅନ୍ତୁ ନାହିଁ

ସ୍ଵାମୀ ବିବେକାନନ୍ଦ ନନ୍ଦ କହିଛନ୍ତି କି ଯଦି କାହାରୀକୁ ନିନ୍ଦା କରୁଛନ୍ତି କି ଦୋଷ ଦେଉଛନ୍ତି ସେଇଟା ଠିକ କଥା ନୁହେଁ ।କାହିଁକି ନ ଏମିତି କରିବା ଦ୍ଵାରା ଆପଣ ନିଜେ ଦୋଷୀ ହେଉଛନ୍ତି । ଯଦି କିଏ ଭୁଲ କରୁଛି ତାକୁ ଦୋଷୀ କହିବା ଆଗରୁ ତାକୁ ବୁଝାନ୍ତୁ କି କି ଏହି ଭୁଲ ପାଇଁ କେବଳ ତୁ ହିଁ ଦାଇ, ଦେଖିବେ ସେ ନିଜର ଭୁଲ ବୁଝି ଅନୁତାପ କରିବେ । ପରବର୍ତୀ ସମୟରେ ସେ ନିଜକୁ ପରିବର୍ତନ କରିବାକୁ ଚେଷ୍ଟା କରିବେ ।

ଅନ୍ୟକୁ ସାହାର୍ଯ୍ୟ କରନ୍ତୁ

ଯଦି ଆପଣ ମାନେ ଅଧିକରୁ ଅଧିକ ଟଙ୍କା କମଉଛନ୍ତି, ଯଦି ଟଙ୍କା ସାହାର୍ଯ୍ୟରେ ଆସୁନି ତ ସେହି ଟଙ୍କା ମୂଲ୍ୟହୀନ ଅଟେ ।କଥାରେ ଅଛି ଅନ୍ୟକୁ ସାହାର୍ଯ୍ୟ କରୁଥିବା ଟଙ୍କା ହିଁ ପ୍ରକୃତ ଟଙ୍କା ।ଟଙ୍କା ନିଜର ଆବଶ୍ୟକତାରୁ ଅଧିକ ଖର୍ଚ କରିବା ଅପେକ୍ଷା ସେହି ଟଙ୍କାରେ କାହାର ଆବଶ୍ୟକତା ଯଦି ପୂରଣ ହେଉଛି, ଏହଠୁ ଭଲ କଥା ଆଉ କିଛି ନାହିଁ ।

ସବୁବେଳେ ନିଜ ହୃଦୟ କଥା ସୁଣନ୍ତୁ

ଆପଣମାନଙ୍କର ହୃଦୟରେ ଯାହା କିଛି ଚାଲିଛି କେବଳ ଆପଣ ମାନେ ହିଁ ଶୁଣିପାରିବେ ।ଯଦି ଆପଣଙ୍କ ମନ କହୁଛି କାହାକୁ ସାହାର୍ଯ୍ୟ କରିବା ପାଇଁ, ତେବେ ଆପଣ ସାହାର୍ଯ୍ୟ କରନ୍ତୁ । କାହାରି କଥାବି ସୁଣନ୍ତୁ ନାହିଁ । ଯଦି ଥରେ ଆପଣ ଫେଲ ହୋଇଛନ୍ତି, କିନ୍ତୁ ମନ କହୁଛି ଆଉଥରେ ପରୀକ୍ଷା ଦେଇ ପାସ କରିବି ତ ନିଶ୍ଚୟ ଚେଷ୍ଟା ଜାରି ରଖନ୍ତୁ । ଯଦି ସବୁବେଳେ ହୃଦୟ କଥା ଶୁଣିବ ସବୁବେଳେ ସଫଳ ହେବେ ।

Image Courtesy: Google

କିଛିବି ଅସମ୍ଭବ ନୁହେଁ

ଏହି ଦୁନିଆରେ କିଛି ବି ଅସମ୍ଭବ ନୁହେଁ ଯଦି ତୁମ୍ଭେମାନେ ଚେଷ୍ଟା କରିବା । ଯେଉଁମାନେ ଏମିତି ଭବିଥାନ୍ତି କି, ମୁଁ ଏହି କାମ କରିପାରିବିନି କି ମୋ ଦ୍ଵାରା ଏହି କାମ ହୋଇପାରିବ ନାହିଁ, ଏମାନଙ୍କଠୁ ମୂର୍ଖ ଆଉ କେହି ନାହାନ୍ତି । କାହିଁକି ନ ଚେଷ୍ଟା କରିବା ଦ୍ଵାରା ସବୁକିଛି ସମ୍ବଭ ହୋଇଥାଏ । ସ୍ଵାମୀ ବିବେକାନନ୍ଦ ନନ୍ଦା କହିଛନ୍ତି, ‘ ଏହି ଦୁନିଆରେ ସବୁକିଛି ସମ୍ବଭ ‘ ।

ତୁମେ ବହୁତ ଶକ୍ତିଶାଳି

ଲୋକମାନଙ୍କ ଭିତରେ  ବହୁତ ଲୁକାଇତ ଶକ୍ତି ଥାଏ ଯାହାକୁ କେବେବି ଚିହ୍ନିବା ପାଇଁ ଚେଷ୍ଟା କରିନାହାନ୍ତି । ଥରେ ଚିହ୍ନି ପାରିଲେ ଆପଣଙ୍କ ଦୁନିଆ ବଦଳିଯିବ । ସବୁବେଳେ ବିଶ୍ଵାସ ରଖନ୍ତୁ  ନିଜ ଉପରେ କି ଆପଣ ବହୁତ ଶକ୍ତିଶାଳୀ ଓ ଆପଣ କିଛି ବି କରିପାରିବେ।

ସବୁବେଳେ ସତ କୁହ ଓ ଅଲଗା ଭାବିବାକୁ ଚେଷ୍ଟା କରନ୍ତୁ

ଯଦି ସବୁବେଳେ ସତ କଥା କହିବ ତ କେବେବି କୋଉଠି ହାରମାନିବନି, ଏ ଦୁନିଆ ତୁମ ପାଖରେ ହାର ମାନେ । କାରଣ ସତ କଥାରେ ବହୁତ ଶକ୍ତି ଥାଏ, ଯାହାକି ଏ ଦୁନିଆକୁ ପରିବର୍ତନ କରିଦିଏ । ଏହିଭଳି ଭିନ୍ନ ଭିନ୍ନ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *