କେଉଁ ଅଭିନେତା କେଉଁ ଅଭିନେତ୍ରୀ କୁ ବିବାହ କରିଛନ୍ତି

ବାହାଘର ହେଉଛି ଦୁଇଟି ଆତ୍ମାର ମିଳନ , ଦୁଇଟି ମନର ମିଳନ । ସାତ ଜନ୍ମର ଏକ ଅତୁଟ ବନ୍ଧନ ହେଉଛି ବାହାଘର । ଜଣେ ନାରୀ ଓ ଜଣେ ପୁରୁଷ ଜଣେ ଅନ୍ୟ ଜଣଙ୍କର ପରିପୁରକ । ସେଥିପାଇଁ ନାରୀକୁ ପୁରୁଷ ର ଅର୍ଧାଙ୍ଗିନୀ ବୋଲି କୁହାଯାଏ । ଆସନ୍ତୁ ଆଜି ଜାଣିବା କିଛି ସେଲିବ୍ରିଟି ଙ୍କ ନିଜ ଜୀବନର ପାର୍ଟନର ଙ୍କ ବିଷୟରେ ।
ଯେପରି ଓଲିଉଡ ମେଗାଷ୍ଟାର ଅନୁଭବ ମହାନ୍ତିଙ୍କ ବାହାଘର ସମ୍ପନ୍ନ ହୋଇଛି ବର୍ଷା ପ୍ରିୟଦର୍ଶିନୀ ଙ୍କ ସହ । ଜଣେ ହେଲେ ଓଲିଉଡର ରାଜା ତ ଆଉ ଜଣେ ଓଲିଉଡ ର ରାଣୀ । ସିନେମା ପରଦା ରେ ଯେପରି ତାଙ୍କ ଯୋଡି ହିଟ, ସତ ଜୀବନରେ ମଧ୍ୟ ।

ଆକାଶ ଦାସନାୟକ , ଅଭିନେତା ତଥା ସାଂସଦ । ସେ ହାତ ଧରିଛନ୍ତି ଶୁଭ୍ରଜ୍ୟୋତି ହାତୀ ଙ୍କର । ଉଭୟ ଙ୍କ ଯୋଡି ଖୁବ ସୁନ୍ଦର।ଏକେ ଅପର ସାଙ୍ଗେ ଖୁବ ସୁନ୍ଦର ଭାବେ ଜୀବନ ବିତାଉଛନ୍ତି ।
ଓଲିଉଡର ଚକଲେଟ ହିରୋ ବାବୁଶାନ ମହାନ୍ତି ହାତ ଧରିଛନ୍ତି ନିଜ ପିଲାଦିନର ପ୍ରେମ ତୃପ୍ତି ଶତପଥୀ ଙ୍କର । ଅନେକ ବର୍ଷର ପ୍ରେମ ସମ୍ପର୍କ କୁ ଶେଷରେ ବିବାହ ବନ୍ଧନରେ ବାନ୍ଧି ଦେଇଛନ୍ତି ଦୁହେଁ ପରିବାର ଲୋକଙ୍କ ସହମତିରେ ।

ଓଲିଉଡ ଷ୍ଟାର ଅରିନ୍ଦମ ରାୟ ହାତ ଧରିଛନ୍ତି ସୁନ୍ଦରୀ ଅନୁପା ଦାସ ଙ୍କର। ଗୋଟେ ରାଜନୈତିକ ପରିବାରରୁ ଆସି ଚଳଚ୍ଚିତ୍ର ଜଗତର ନାୟକଙ୍କୁ ନିଜ ପତି ରୂପରେ ପାଇ ଯଥେଷ୍ଟ ଖୁସି ରେ ଅଛିନ୍ତି ଅନୁପା ।
ଓଲିଉଡ ସହ ଟଲିଉଡ଼ ରେ କମାଲ ଦେଖଉଥିବା ଚର୍ଚ୍ଚିତ ଚେହେରା ସବ୍ୟସାଚୀ ମିଶ୍ର ହାତ ଧରିଛନ୍ତି ସୁନ୍ଦରୀ ସୀମା ମିଶ୍ର ଙ୍କର । ଖୁସ ମିଯାଜ ର ନାୟକ ବର୍ତ୍ତମାନ ବିବାହ ପରେ ପତ୍ନୀ ଙ୍କ ସହ ଢେର ଖୁସିରେ ଅଛନ୍ତି ତଥା ଖୁସି ସାଉଁଟିବା ପାଇଁ ଅଧିକ ଜାଗା ଖୋଜୁଛନ୍ତି ।
ଓଲିଉଡ ର ନାୟକ, ନିର୍ଦ୍ଦେଶକ ଶ୍ରୀତମ ଦାସ ଙ୍କ ହାତ ଧରିଛନ୍ତି ସୁନ୍ଦରୀ ପୁନମ ପଣ୍ଡା । ନିଜ ନିଆରା ବିବାହ ଶୈଳୀ କୁ ନେଇ ଚର୍ଚ୍ଚିତ ଶ୍ରୀତମ ଦାସ ଅନ୍ୟଙ୍କ ପାଇଁ ଏକ ବିରାଟ ଉଦାହରଣ ରଖିଯାଇଛନ୍ତି । ବାୟୁ ପ୍ରଦୂଷଣ କୁ ରୋକିବା ପାଇଁ ଶଗଡ଼ ଗାଡ଼ିରେ ବର ଓ ରିକ୍ସା ରେ ବରଯାତ୍ରୀ ଯାଇ ପରିବେଶ ସୁରକ୍ଷା ପାଇଁ ଏକ ଦୃଢ଼ ଉଦାହରଣ ରଖିଛନ୍ତି ।

ଓଲିଉଡ ର ମୁନ୍ନା ଭାଇ ତଥା ସାଂସଦ ସିଦ୍ଧାନ୍ତ ମହାପାତ୍ର ବିବାହ କରି ଆଜିଯାଏଁ ବୈବାହିକ ସମ୍ପର୍କକୁ ଆଗେଇ ନେଇଛନ୍ତି ମାମ ମିଶ୍ର ତଥା ସଞ୍ଜିତା ମିଶ୍ର ଙ୍କ ସହ । ସିନେ ଜଗତ ସହ ଜଡିତ ଉଭୟ ପତି ପତ୍ନୀ ଏକ ସମୟରେ ନାୟକ ଓ ନାୟିକା ରୂପେ ଆଗଧାଡ଼ିରେ ଥିଲେ । ବର୍ତ୍ତମାନ ବିବାହ ପରେ ମାମା ମିଶ୍ର ଅଭିନୟ ଜଗତ ଠୁ ଦୁରେଇ ସାଂସାରିକ ଜୀବନେ ବ୍ୟସ୍ତ ।
ଓଲିଉଡ ର ଚର୍ଚ୍ଚିତ ଖଳନାୟକ ବବି ମିଶ୍ର ହାତ ଧରିଛନ୍ତି ଓଲିଉଡ ନାୟିକା ତଥା ବଙ୍ଗୀୟ ଲଳନା କୋଏଲ ବାନାର୍ଜୀ ଙ୍କ ସହିତ । ବିବାହ ପରେ ମଧ୍ୟ ଉଭୟ ଚଳଚ୍ଚିତ୍ର ଜଗତରେ ସକ୍ରିୟ ଅଛନ୍ତି ।

ଧାରାବାହିକ ଅଭିନେତା ତଥା ସିନେ ଜଗତରେ ମଧ୍ୟ ପାଦ ଥାପିଥିବା ନାୟକ ଶୁଭାଶିଷ ଶର୍ମା ହାତ ଧରିଛନ୍ତି ଟେଲି ଅଭିନେତ୍ରୀ ଅନିଷା ଙ୍କର ।

ଉଭୟ ପ୍ରଥମେ ଗୋଟିଏ ଟେଲି ଧାରାବାହିକ ରେ କାର୍ଯ୍ୟ କରି ଅଭୂତପୂର୍ବ ସଫଳତା ଓ ପ୍ରଶଂସା ସାଉଁଟିଛନ୍ତି । ବୈବାହିକ ଜୀବନ ମଧ୍ୟ ଉଭୟ ଙ୍କ ହସ ଖୁସିରେ ଚାଲିଛି ।
ଟେଲି ଅଭିନେତା ତଥା ଯାତ୍ରା ଜଗତରେ ବର୍ତ୍ତମାନ ନାଁ କମେଇଥିବା ନାୟକ ସତ୍ୟ ଦାଶ ବିବାହ କରିଛନ୍ତି ସୁମନ ସତ୍ୟ ଦାଶ ଙ୍କୁ । ଉଭୟ ଉଭୟଙ୍କୁ ସ୍ନେହ ଆଦର ସମ୍ମାନ ରେ ବାନ୍ଧି ରଖିଛନ୍ତି । ଜୀବନ ହସ ଖୁସିରେ ଗଡି ଚାଲିଛି । ଆଶା ଆଜୀବନ ଏପରି ହିଁ ରହିବ ।
ସଭିଙ୍କ ଜୀବନ ପରି ଆପଣଙ୍କ ଜୀବନରେ ମଧ୍ୟ ଏପରି ଘଟଣା ଘଟିବ । ଚେଷ୍ଟା କରିବେ, ଦୁହେଁ ଦୁହିଁଙ୍କୁ ଶ୍ରଦ୍ଧା ସମ୍ମାନ ଓ ଭଲପାଇବା ଦେଇ ନିଜ ଜୀବନକୁ ସ୍ୱର୍ଗମୟ କରିତୋଳି

Leave a Reply

Your email address will not be published. Required fields are marked *