ରବିବାର, 10 ମାର୍ଚ୍ଚ 2019 – କେମିତି କଟିବ ଆଜି ଆପଣଙ୍କ ଦିନ

ମେଷ

ସାମାନ୍ୟ ବିବ୍ରତ ରହିବେ । ଦାଇତ୍ତ୍ୱର ସହ ଅନ୍ୟାନ୍ୟ କାର୍ଯ୍ୟକରିବାରେ ଅସୁବିଧା ହୋଇପାରେ । ବଂଧୁ ମାନଙ୍କସହ ଫୋନ ମାଧ୍ୟମରେ ବାର୍ତ୍ତାଳାପ କିଛି ସମୟ କଟିପରେ । ଗୁରୁତ୍ତ୍ୱପୂର୍ଣ୍ଣ କାର୍ଯ୍ୟକୁ ସ୍ଥଗିତ ରଖନ୍ତୁ ନାହିଁ । ନିକଟ ସମ୍ପର୍କିୟ ଆପଣଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିବେ ଏବଂ ଆପଣ ଖୁସିରେ ମଧ୍ୟ ରହିବେ । ନିଜ ସମ୍ପର୍କକୁ ଦୃଢ କରିବା ପାଇଁ ଆପଣ ବହୁତ ଚେଷ୍ଟା କରିଛନ୍ତି ଏବଂ ଏହି ଚେଷ୍ଟା ଆପଣଙ୍କର ଫଳବତି ମଧ୍ୟ ହୋଇଛି । ଈଶ୍ଵରଙ୍କର ନାମ ସ୍ମରଣରେ ଆପଣଙ୍କ ଦିନର ଶୁଭାରମ୍ଭ ହେବ । ଗୃହସ୍ଥଜୀବନରେ ଆନନ୍ଦମୟ ବାତାବରଣ ରହିବ । ଆପଣଙ୍କ ପ୍ରତ୍ୟେକ କାର୍ଯ୍ୟ ସରଳତା ପୂର୍ବକ ସମ୍ପୂର୍ଣ୍ଣ ହେବ । ଆର୍ଥିକ ଦେବା-ନେବା କରନ୍ତୁ ନାହିଁ । ଖର୍ଚ୍ଚର ମାତ୍ରା ଅଧିକ ହୋଇପାରେ । ଶାରୀରିକ ଏବଂ ମାନସିକ ରୁପରେ ଅସୁବିଧା ହୋଇପାରେ । ପ୍ରତିକାର–ଗହମ, ଗୁଡ ପିଲାମାନଙ୍କୁ ଦାନ କରିବେ ।

ବୃଷ

ଆଜି ଆପଣ ଯାହା ନିଷ୍ପତ୍ତି ନେବେ ଭାବିଚ଼ିନ୍ତି ନିଅନ୍ତୁ , କାରଣ ଆପଣ ନେଇଥିବା ନିଷ୍ପତ୍ତି ଉପରେ ପଶ୍ଚାତାପ ଯେପରି କରିବାକୁ ନ ପଡ଼େ । ତରତର ହୋଇ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ । ଆପଣ ଆସୁବିଧାରେ ପଡ଼ୁଥିବା ପରିସ୍ଥିତିରୁ ଦୂରେଇ ରୁହନ୍ତୁ । କୌଣସି ବେକାର କାର୍ଯ୍ୟରେ ପଡ଼ନ୍ତୁ ନାହିଁ ଏବଂ ନିଜର ସକାରାତ୍ମକ ଚ଼ିନ୍ତା ଧାରା ବଜାୟ ରଖନ୍ତୁ । ଯାହା ଆପଣ ହୋଇପାରିବେ ନାହିଁ ତାହା ହେବା ପାଇଁ ଚ଼େଷ୍ଟା କରନ୍ତୁ ନାହିଁ । କୌଣସି କାରଣରୁ ମନରେ ଚିନ୍ତା ହୋଇପାରେ । ସନ୍ତାନ ଏବଂ ସ୍ଵାସ୍ଥ୍ୟ ବିଷୟରେ ଆପଣଙ୍କୁ ସ୍ୱଳ୍ପ ଅସୁବିଧା ହୋଇପାରେ । ପେଟ ସମ୍ବନ୍ଧୀତ ଯନ୍ତ୍ରଣାର ଅଭିଯୋଗ ରହିବ । ବିଦ୍ୟାର୍ଥିମାନଙ୍କପାଇଁ ପାଠପଢ଼ାରେ କଠିନତା ଆସିବ । ଆକସ୍ମିକ ଧନ ଖର୍ଚ୍ଚ ହୋଇପାରେ, ପ୍ରତିକାର:- ଅସହାୟା ମାନଙ୍କୁ ସାହାଯ୍ୟ କରନ୍ତୁ ।

ମିଥୁନ

ଆଜି ଆପଣଙ୍କୁ ଆପଣଙ୍କ ପରିବାର ଲୋକଙ୍କର ସହାୟତା ମିଳିବ । ଯଦି ଆପଣ କିଛି ଅସୁବିଧାରେ ପଡ଼ିଛନ୍ତି ତାହାହେଲେ ପରିବାର ଲୋକଙ୍କ ସାହାଯ୍ୟ ମଧ୍ୟ ନେଇପାରନ୍ତି । ଆଜି ଆପଣ ନିଜର ସୀମାଠାରୁ ବାହାରକୁ ଆସି କୌଣସି ପ୍ରକାରର ବିପଦ ଉଠାଇବାକୁ ଚ଼ାହିଁବେ । ଆପଣ ନିଜ ଜୀବନରେ ବହୁତ କିଛି ଜିନିଷ ଆଗକୁ ବଢ଼ାଇବାକୁ ଚ଼ାହିଁବେ, ଯେପରିକି ଆପଣଙ୍କର ସମ୍ପର୍କ ଏବଂ ବ୍ୟବସାୟ ଇତ୍ୟାଦି । ଆଜି ଆପଣଙ୍କପାଇଁ ଲାଭଦାୟକ ଦିନ ଅଟେ । ଚାକିରି-ବ୍ୟବସାୟ କ୍ଷେତ୍ରରେ ଆୟ ବୃଦ୍ଧି ହେବ । ବୃଦ୍ଧ ବର୍ଗ ଏବଂ ମିତ୍ରମାନଙ୍କ ତରଫରୁ ଆପଣଙ୍କୁ କିଛି ଲାଭ ହେବ । ନୂଆ ମିତ୍ର ବନିବେ, ଯେଉଁମାନଙ୍କର ମିତ୍ରତା ଭବିଷ୍ୟତ ପାଇଁ ଲାଭଦାୟକ ପ୍ରମାଣିତ ହେବ, ପ୍ରତିକାର:- ଦରିଦ୍ର ନାରାୟଣଙ୍କୁ ଖାଦ୍ୟ ଦିଅନ୍ତୁ ।

କର୍କଟ

ଆଜି ଆପଣଙ୍କୁ କିଛି ନୂଆ ଶିଖିବାକୁ ମିଳିବ । ଜୀବନରେ ପ୍ରତିକ୍ଷଣରେ ଆମକୁ କିଛି ନୂଆ କଥା ଶିଖିବାକୁ ପଡ଼ିଥାଏ । ତେଣୁ ସବୁ ପରିସ୍ଥିତିରୁ ଆମେ କିଛି ନା କିଛି ଶିଖିବା ଉଚ଼ିତ୍ । ଏମିତିବି ଆପଣଙ୍କୁ ନୂଆ ଅନୁଭୂତି ଅନୁଭବ କରିବା ବହୁତ ପସନ୍ଦ । ଆଜି ଆପଣଙ୍କୁ ସଫଳତା ମିଳିବାର ବହୁମାତ୍ରାରେ ସଙ୍କେତ ଅଛି । ଯଦି ଆପଣଙ୍କୁ ନିଜ ସଫଳତା ପାଇଁ ଅନ୍ୟମାନଙ୍କ ଠାରୁ ସହାନୁଭୂତି ମିଳୁଛି, ତେବେ ବ୍ୟସ୍ତ ହୁଅନ୍ତୁ ନାହିଁ । ପାରିବାରିକ ବାତାବରଣ କାରଣରୁ ଆପଣ ଅସୁବିଧା ଭୋଗିପାରନ୍ତି । ନିରର୍ଥକ ଧନ ଖର୍ଚ୍ଚ ହୋଇପାରେ । କାର୍ଯ୍ୟ ସମ୍ପୂର୍ଣ୍ଣ ହେବ । ମହତ୍ତ୍ଵପୂର୍ଣ୍ଣ ନିର୍ଣ୍ଣୟ ନେବା ଆଜି ହିତକର ନୁହେଁ|ସନ୍ତାନମାନଙ୍କର ସମସ୍ୟାରେ ଚିନ୍ତିତ ହୋଇପାରନ୍ତି । ବୌଦ୍ଧିକ ଚର୍ଚ୍ଚା ତଥା କଥାବାର୍ତ୍ତାରେ ଭାଗ ନିଅନ୍ତୁ ନାହିଁ । ପ୍ରଣୟ ପ୍ରକରଣରେ ସଫଳତା ମିଳିବ । ପ୍ରିୟ ବ୍ୟକ୍ତିମାନଙ୍କ ସହିତ ସାକ୍ଷାତକରି ହେବ । ପ୍ରତିକାର–ବୃଦ୍ଧ ବୃଦ୍ଧାଙ୍କୁ ସହାୟତା କରିବେ ଓ ଆଶୀର୍ବାଦ ପ୍ରାପ୍ତ କରିବେ ।

ସିଂହ

ଆଜି ଆପଣଙ୍କୁ କ୍ରୋଧ ଲାଗିବ । ଆଜି ଆପଣଙ୍କର ଜୀବନର ଉନ୍ନତି କ୍ଷେତ୍ରରେ କିଛି ପରିମାଣର ଅବନତି ଦେଖାଦେବ । କିନ୍ତୁ ଆପଣ ଏ କ୍ଷେତ୍ରରେ ଆଦୌ ବ୍ୟସ୍ତ ନହୋଇ ଏ ପରିସ୍ଥିତିର ମୁକାବଲା କରନ୍ତୁ । ଆଜି ଆପଣଙ୍କର ବାହାରକୁ ଯାଇ ଲୋକମାନଙ୍କ ସହ ସାକ୍ଷାତ କରିବାପାଇଁ ଇଛାହେବ । ଆଜି ଆପଣ ଦ୍ୱିଧାରେ ଅଛନ୍ତି । ଆପଣ ନିଜ ବନ୍ଧୁଙ୍କ ସହ ବାହାରକୁ ବୁଲିବା ପାଇଁ ଯାଆନ୍ତୁ । କ୍ରୋଧ ଉପରେ ନିୟନ୍ତ୍ରଣ ରଖିବେ । ଅତ୍ୟଧିକ ଖର୍ଚ୍ଚରେ ଆର୍ଥିକ ଅସୁବିଧା ଅନୁଭବ କରିପାରନ୍ତି । ପାରିବାରିକ ସଦସ୍ୟ ଏବଂ ଅଫିସ୍ ରେ ସହକର୍ମିମାନଙ୍କ ସହିତ ମନମାଳିନ୍ୟ କିମ୍ବା ବିବାଦର ପ୍ରସଙ୍ଗ ବନିପାରେ । ଯେଉଁ କାରଣରୁ ମନ ଦୁଃଖ ହୋଇପାରେ । ପ୍ରତିକାର– ଗାଈକୁ ରୁଟି ଖାଇବାକୁ ଦେବେ ।

କନ୍ୟା

ଆଜି ଆପଣ ବନ୍ଧୁଙ୍କ ସହିତ ଝଗଡ଼ା କରିବା ଦ୍ୱାରା ଚ଼ିନ୍ତାରେ ପଡ଼ିଯିବେ ।  ଏହି କଥା ପାଇଁ ଆପଣଙ୍କୁ ବହୁତ ଆଶ୍ଚର୍ଯ୍ୟ ଲାଗିବ ଏବଂ ବହୁତ ବୁଦ୍ଧିର ସହିତ ଆପଣଙ୍କୁ ଏହି ପରିସ୍ଥିତିକୁ ସମ୍ଭାଳିବା ପାଇଁ ପଡ଼ିବ । ଆପଣ ଦେଖିବେ ଆଜି ଆପଣଙ୍କର ବିଦେଶୀ ଲୋକଙ୍କ ସହ ଆତ୍ମୀୟତା ବଢିବ । ଆପଣଙ୍କ ବିଦେଶୀ ବନ୍ଧୁ ଆପଣଙ୍କୁ ସେଠାକୁ ଯିବାକୁ ନିମନ୍ତ୍ରଣ କରିପାରନ୍ତି କିମ୍ବା ଆପଣଙ୍କ କାର୍ଯ୍ୟ ଯୋଗୁଁ ବିଦେଶ ଯାଇପାରନ୍ତି । ଘରେ ଶାନ୍ତିର ବାତାବରଣ ହେବ । ଦୈନିକ କାର୍ଯ୍ୟଗୁଡ଼ିକରେ ସ୍ୱଳ୍ପ ଅବରୋଧ ଆସିପାରେ । ଅଧିକ ପରିଶ୍ରମ କରିବା ପରେ ମଧ୍ୟ ଅଧିକାରୀମାନଙ୍କ ସହିତ ବାଦ-ବିବାଦରେ ପଡ଼ନ୍ତୁ ନାହିଁ, ପ୍ରତିକାର–ବୃଦ୍ଧ ବୃଦ୍ଧାଙ୍କୁ ସହାୟତା କରିବେ ଓ ଆଶୀର୍ବାଦ ପ୍ରାପ୍ତ କରିବେ । ତୁଳା

ଆଜି ଦିନରେ ଆପଣ ବିଦେଶରୁ କୌଣସି ଖୁସିଖବର ପାଇ ପାରନ୍ତି । ଏହି ଖବର ବିଦେଶରେ ରହୁଥିବା କୌଣସି ବନ୍ଧୁପରିଜନ ଆପଣଙ୍କୁ ଦେବେ । ଆପଣ ତାଙ୍କର ଫୋନ କିମ୍ବା ଇମେଲର ଅପେକ୍ଷା କରନ୍ତୁ । କାରଣ ଏହି ସୁସମ୍ବାଦ ଆପଣଙ୍କ ପାଇଁ ଖୁବ୍ ଗୁରୁତ୍ତ୍ୱପୂର୍ଣ୍ଣ । ଆଜି ଆପଣ ଘରକାର୍ଯ୍ୟରେ ବ୍ୟସ୍ତ ରହିବେ । ହଠାତ୍ ଆପଣଙ୍କ ବନ୍ଧୁ ଆପଣଙ୍କୁ ସାକ୍ଷାତ କରିବାପାଇଁ ଆପଣଙ୍କ ଘରକୁ ଆସି ପାରନ୍ତି । ତାଙ୍କ ସାଥିରେ ଖୁସି ମଉଜ କରନ୍ତୁ । କିନ୍ତୁ ଆଜି ଆପଣ ନିଜ କାର୍ଯ୍ୟ ପ୍ରତି ମଧ୍ୟ ଧ୍ୟାନ ଦିଅନ୍ତୁ । କୌଣସି କାର୍ଯ୍ୟ କିମ୍ବା ପ୍ରୋଜେକ୍ଟରେ ସରକାରଙ୍କର ତରଫରୁ ଲାଭ ମିଳିବ । ଅଫିସ୍ ରେ ମହତ୍ତ୍ଵପୂର୍ଣ୍ଣ ବିଷୟ ସମ୍ବନ୍ଧରେ ଉଚ୍ଚ ପଦାଧିକାରିମାନଙ୍କ ସହିତ ବିଚାର-ବିମର୍ଶ ହେବ । ଅଫିସ୍ ର କାର୍ଯ୍ୟ ହେତୁ ଯାତ୍ରା କରି ପାରନ୍ତି, ପ୍ରତିକାର–ମାଦକଦ୍ରବ୍ୟଠାରୁ ଦୂରେଇ ରୁହନ୍ତୁ ।

ବିଛା

ଆଜି ପୂରା ଦିନ ଆପଣ ଖୁସି ମଜ୍ଜାରେ ମଜ୍ଜି ରହିବେ । ଆଜି ନିଜର ପରିବାର ଓ ବନ୍ଧୁମାନଙ୍କ ସହିତ କିଛି ସମୟ କାଟନ୍ତୁ । ଏଥିଯୋଗୁଁ ଆପଣ ନିଜେ ଖୁସି ହେବା ସହିତ ନିଜ ପରିବାରବର୍ଗଙ୍କୁ ମଧ୍ୟ ଖୁସି ମିଳିବ, ଏହି ଦିନ ଗୁଡ଼ିକରେ ଆପଣଙ୍କ ଜୀବନ ସାଥୀଙ୍କ ସହ ଆପଣଙ୍କ ସମ୍ପର୍କ ମଧୁର ଅଟେ । ଆଜି ଆପଣଙ୍କର କରିବାର ଲୋକଙ୍କ ପାଇଁ ଖୁସିର ଦିନ ଅଟେ କାରଣ ଆପଣ ଆଜି ସେମାନଙ୍କ ସହିତ ସମୟ କଟାଇବେ । କରିବାରର ସମସ୍ତେ ଏକ ହେବାର ଏବେ ସମୟ ଅଟେ । ବୋଧହୁଏ ଆପଣ ପାହାରକୁ ବୁଲିବାକୁ କିମ୍ବା ଚ଼ଳଚ୍ଚିତ୍ର ଦେଖିବାକୁ ଯାଇପାରନ୍ତି । କାର୍ଯ୍ୟ ସଫଳତା, ଆର୍ଥିକ ଲାଭ ଏବଂ ଭାଗ୍ୟବୃଦ୍ଧି ପାଇଁ ଭଲ ଦିନ ଅଟେ । ନୂଆ କାର୍ଯ୍ୟର ପ୍ରାରମ୍ଭ ମଧ୍ୟ କରିପାରନ୍ତି । ଭାଇ-ବନ୍ଧୁମାନଙ୍କ ବ୍ୟବହାର ଆଜି ଅଧିକ ସହଯୋଗପୂର୍ଣ୍ଣ ଏବଂ ପ୍ରେମପୂର୍ଣ୍ଣ ରହିବ । ପ୍ରତିଦ୍ୱନ୍ଦ୍ୱୀମାନଙ୍କୁ ପରାସ୍ତ କରି ପାରିବେ, ପ୍ରତିକାର: ମୁଗ ଧର୍ମାନୁଷ୍ଠାନରେ ଦାନ କରନ୍ତୁ ।

ଧନୁ

ବାହାରେ ଭ୍ରମଣ କରି କିଛି ମସୟ କାଟନ୍ତୁ । ପ୍ରକୃତିର ବିଭବ ବସ୍ତୁକୁ ଭଲ ପାଇବେ ଏବଂ ଏହାକୁ ଉପଭୋଗ କରିବେ । ଏଣୁ ଆପଣଙ୍କୁ ଘର ଚାରିକାନ୍ଥ ଗେରରୁ ବାହାରିବାକୁ ଯେଉଁ ଛୁଟିଦିନ ପାଉଛନ୍ତି ଭ୍ରମଣ ଯୋଜନା କଲେ ଆଶ୍ୱସ୍ତି ମିଳିବ । ଆଜି ଆପଣ ନିଜ କଳାକୁ ଚ଼ିହ୍ନି ପାରିବେ ନିଜର ସବୁ ଦିନିଆ ଦିନଚ଼ର୍ଚ୍ଚାରେ କିଛି ପରିବର୍ତ୍ତନ ଆଣନ୍ତୁ । ଛୋଟ ଛୋଟ କଥାରେବି ଆପଣଙ୍କର ନିଜର ତିକ୍ଷଣ ବୁଦ୍ଧି ପାଇଁ ପ୍ରଶଂସା ମିଳିବ । ବିଦେଶକୁ ଯିବା ପାଇଁ ସୁବର୍ଣ୍ଣ ସୁଯୋଗ ଆସିବ । ବିଦେଶରେ ରହୁଥିବା ସ୍ନେହୀଜନମାନଙ୍କ କିମ୍ବା ମିତ୍ରମାନଙ୍କର ସମାଚାର ମିଳିବ । ବ୍ୟାପାରିମାନଙ୍କୁ ବ୍ୟାପାରରେ ଧନ ଲାଭ ହେବ । ନୂଆ ଆୟୋଜନ ହାତକୁ ନେଇ ପାରିବେଆଜିର ଦିନ ଖୁସିପୂର୍ବକ ବ୍ୟତୀତ କରିବେ । ନୂଆ କାର୍ଯ୍ୟର ପ୍ରାରମ୍ଭ କରିବେ । ଘରେ ଭାଇ-ଭଉଣୀମାନଙ୍କ ସହିତ ମେଳ-ମିଳାପ ରହିବ, ପ୍ରତିକାର-କୌଣସି ଛୋଟ ଛୁଆକୁ ମିଠା ଖାଇବାକୁ ଦେବେ ।

ମକର

ଯଦି ଆପଣ ସାହାଯ୍ୟ ଚାହୁଁଥାନ୍ତି ତେବେ ଆଜି ନିଶ୍ଚିନ୍ତ ସାହାଯ୍ୟ ମିଳିବ । କେହି ଜଣେ ରାଜନୈତିକ ବ୍ୟକ୍ତି ଆପଣଙ୍କୁ ବିପଦ ସମୟରେ ସାହାଯ୍ୟ କରିବ । ଏହି ସହାୟତା ନେବା ପାଇଁ କୁଣ୍ଠା ପ୍ରକାଶ କରନ୍ତୁ ନାହିଁ । ଆଜି ଆପଣ ଘରେ ସାବଧାନ ରୁହନ୍ତୁ କାରଣ କଳିହେବାର ପ୍ରବଳ ସମ୍ଭାବନା ରହିଛି । ଆଯଥା କଳିରୁ ବଞ୍ଚନ୍ତୁ । ଗ୍ରହଚ଼ଳନ ଖରାପ ଥିବାରୁ ଘରେ ଅଶାନ୍ତି ରହିବ । ଟଙ୍କା ଦବା-ନବାରେ ସାବଧାନ ରହିବେ । ଖର୍ଚ୍ଚରେ ବୃଦ୍ଧି ହୋଇପାରେ । ସ୍ଵାସ୍ଥ୍ୟ ମାମଲାରେ ଧ୍ୟାନ ରଖିବେ । ପରିଜନମାନଙ୍କ ସହିତ ମନମାଳିନ୍ୟ ହୋଇପାରେ । କାହା ସହିତ ଭୁଲ ବୁଝାବଣା ହେବାରେ ବିବାଦ ହେବ । କ୍ରୋଧ ଉପରେ ନିୟନ୍ତ୍ରଣ ରଖିବେ । ପ୍ରତିକାର–ଫୁଲଗଛରେ ପାଣିଛିଞ୍ଚିବେ ।

କୁମ୍ଭ

ଆପଣଙ୍କ ସଂପ୍ରେଷଣ କଳା ଏବଂ ଦୃଢ଼ ନିଶ୍ଚୟ ଯୋଗୁଁ ଆପଣ ବହୁ ସମସ୍ୟାକୁ ସମାଧାନ କରିବେ । ଯେତେବେଳେ ଆପଣ ସଫଳତା ପାଇବେ, ସେତେବେଳେ ଏଗୁଡ଼ିକର ଆପଣଙ୍କ ଜୀବନରେ କେତେ ମହତ୍ତ୍ୱ ବୁଝିପାରିବେ । ଗୋଟିଏ ପକ୍ଷରେ ଆପଣ ସାମାଜିକ ସମାରୋହରେ ଭାଗ ଲେବାପାଇଁ ଚ଼ାହିଁବେ ଏବଂ ଅନ୍ୟ ପକ୍ଷରେ ଆପଣ ଏହା ମଧ୍ୟ ଧ୍ୟାନ ରଖନ୍ତୁ ଯେ ଆପଣଙ୍କ କାର୍ଯ୍ୟ ଯେପରି ଠିକ୍ ସମୟରେ ପୁର୍ଣ୍ଣ ହୁଅନ୍ତୁ । ଆଜି ଆପଣ ମାନସିକ ଅସୁସ୍ଥତା ଅନୁଭବ କରିପାରନ୍ତି । ମାତାଙ୍କ ସହିତ ସମ୍ବନ୍ଧ ବିଗିଡ଼ି ପାରେ, ତାଙ୍କର ସ୍ଵାସ୍ଥ୍ୟ ସମ୍ବନ୍ଧରେ ଚିନ୍ତା ହୋଇପାରେ, ପ୍ରତିକାର– ଘରୁ ବହାରରିବା ସମୟରେ ମୁହଁ ମିଠା କରି ବାହାରନ୍ତୁ ।

ମୀନ

ଆପଣ ଯେଉଁ ଲୋକଙ୍କ ସହିତ ଚ଼ାଲୁଛନ୍ତି ସେହି ଆପଣଙ୍କର କଳିକଜିଆ ଶେଷ କରି ପାରିବ । କୌଣସି ଘରୋଇ କଳିକଜିଆ ଯେଉଁଟା କି ଆପଣଙ୍କର ଅଶାନ୍ତିର କାରଣ ହୋଇଥିଲା, ସମସ୍ତଙ୍କର ଅଶାନ୍ତିର କାରଣ ହୋଇଥିଲା, ଏବେ ଶେଷ ହୋଇଯିବ । ଆଜିର ଦିନ ବିଶ୍ରାମ କରନ୍ତୁ ଏବଂ ମିତ୍ର ମାନଙ୍କ ଗହଣରେ କଟାନ୍ତୁ । କିଛି ଦିନ ପୂର୍ବରୁ ମାନସିକ ଚ଼ିନ୍ତା ଯୋଗୁଁ ଆପଣ କିଛି ଭଲ ଅନୁଭବ କରୁନଥିଲେ କିନ୍ତୁ ଆଜି ଆପଣଙ୍କର ସବୁ ଚ଼ିନ୍ତା ଦୁର ହୋଇଯାଇଛି । ଆଜିର ଦିନ ସାମାଜିକ ଏବଂ ବ୍ୟବସାୟ କ୍ଷେତ୍ରରେ ଆପଣଙ୍କପାଇଁ ଲାଭଦାୟକ ପ୍ରମାଣିତ ହେବ । ଉତ୍ତମ ଆଭୂଷଣ ଏବଂ ବାହନ କିଣିବେ । ମୌଜମସ୍ତୀ ଏବଂ ମନୋରଞ୍ଜନ ପ୍ରବୃତ୍ତିଗୁଡ଼ିକରେ ସମୟ କଟାଇବେ, ପ୍ରତିକାର–ଫୁଲଗଛରେ ପାଣିଛିଞ୍ଚିବେ ।

Leave a Reply

Your email address will not be published. Required fields are marked *