400 ବର୍ଷ ତଳର ଚମତ୍କାର ମାଟିତଳେ ଶିବଲିଙ୍ଗକୁ ଜଗିଛନ୍ତି ନାଗସାପ, ଦେଖନ୍ତୁ Video

ଆଜି ବି ଆମ ଦେଶରେ ଏମିତି କିଛି ଘଟଣା ଦେଖିବାକୁ ମିଳୁଛି ଯାହାର କଳ୍ପନା କେହି କରି ନହନ୍ତି । ବିଶେଷ କରି ଈଶ୍ବରଙ୍କ ଉପରେ ଆଧାରିତ ଏମିତି କିଛି ଦୃଶ୍ୟ ଅନେକ ସମୟରେ ଦେଖିବାକୁ ମିଳିଥାଏ । ଯାହା ପ୍ରକୃତିର ହୋଇଥାଏ । ଆଜିର ଆମର ବିଷୟ ବସ୍ତୁ ଏମିତି କିଛି ରହିଛି । ଭଗବାନଙ୍କୁ ଲୋକ ମାନେ ବିଶ୍ଵାସ କରିଥାନ୍ତି । କାରଣ ଭଗବନା ହେଉଛନ୍ତି ଏ ସୃଷ୍ଟିର ପାଳନ କର୍ତ୍ତା । ତେବେ ଏମିତି କିଛି ଘଟନା ଦେଖିବାକୁ ମିଳିଛି ଯାହା ୪୦୦ ବର୍ଷ ପୂର୍ବର ଅଟେ । ଶିବଲିଙ୍ଗକୁ ଜଗି ରହିଥିଲେ ଦୁଇଟି ନାଗ ଦେବତା । ଶିବଲିଙ୍ଗ ପାଇଁ ମାଟି ଖୋଲିବା ସମୟରେ ଏମିତି କିଛି ଚମତ୍କାର ଘଟଣା ଘଟିଛି ଯାହାକୁ ଦେଖି ସମସ୍ତେ ଅବାକ ହୋଇ ଯାଇଛନ୍ତି ।

ଏମିତି ଘଟଣା ଘଟିଛି ଲୁଧିୟାନାର ଗୁରପାଲ ନଗର ରେ । ସୂଚନା ଯୋଗ୍ୟ ଏକ ପ୍ରାଚୀନ ମନ୍ଦିର ରେ ଶିବଲିଙ୍ଗ ସ୍ଥାପନ ପାଇଁ ମାଟି ଖୋଲା ଚାଲିଥିଲା । ଶ୍ରମିକ ଏମାନେ ଧୀରେ ଧୀରେ ମାଟି ବାହାରକୁ ପୋଫାଡିବାରେ ଲାଗିଥିଲେ । ସେହି ସମୟ ମଧ୍ୟରେ ଏମିତି କିଛି ଦୃଶ୍ୟ ଦେଖି ହୋସ ଉଡି ଯାଇଥିଲା ମାଟି ଖୋଳୁଥିବା ଶ୍ରମିକ ମାନଙ୍କର । କାରଣ ସେହି ମାଟି ଭିତରେ ନଜରକୁ ଆସିଥିଲେ ଦୁଇ ଟି ଜିଅନ୍ତା ନାଗ ସାପ । ଏହା ପରେ ତୁରନ୍ତ ମାଟି ଖୋଲା ବନ୍ଦ କରାଯାଇ ଦୁଇଟି ନାସ ସାପକୁ ବାହାରକୁ ଅଣା ଯାଇଥିଲା । ତେବେ ଦୁଇଟି ନାଗ ସାପ ଅଚେତ ଅବସ୍ଥା ରେ ମାଟିରେ ରହିଥିଲେ ।

ଏହା ପରେ ଯେତେବେଳେ ସାପ ଦୁଇଟି ବାହାରକୁ ଆଣିବା ପରେ ମାଟି ଖୋଲା ଚାଲିଲା ସେତେବେଳେ ଦେଖିବାକୁ ମିଳିଲା ଯେ ୫ଟି ଶିବଲିଙ୍ଗ ମାଟି ତଳେ ପୋତି ହୋଇ ରହିଛି । ଏହା ସହ ମାଟି ତଳେ ରହିଥିଲା ଶଙ୍ଖ, ମାଳା, ବହୁ ପୁରାତନ ମୁଦ୍ରା । କିଛି ମୁଦ୍ରା ୧୬୧୬ ଖ୍ରୀଷ୍ଟାବ୍ଦର ହୋଇଥିବା ବେଳେ ଆଉ କିଛି ମୁଦ୍ରା ଇଷ୍ଟ ଇଣ୍ଡିଆ କମ୍ପାନୀର ଓ ଆଉ କିଛି ପୁରୁଣା ମୁଦ୍ରା ରହିଛି । ଦୁଇଟି ନାଗ ସାପକୁ ମନ୍ଦିର ଭିତରେ ରଖା ଯାଇଥିବା ସୂଚନା ଦେଇଚନ୍ତି ମନ୍ଦିରର ପୁଜକ ହରବିନ୍ଦର ସିଂ ।

ଏହି କଥା ପ୍ରଚାର ହେବା ପରେ ଲୋକ ମାନଙ୍କର ସୁଅ ଛୁଟୁଛି ନାଗ ସାପଙ୍କୁ ଦେଖିବା ପାଇଁ । ଲୋକ ମାନେ ଏହା ଭଗବାନଙ୍କ ଚମତ୍କାର ବୋଲି ବିଶ୍ଵାସ କରୁଛନ୍ତି । ଏମିତି କି ଦୁଇ ନାଗ ସାପଙ୍କୁ ମନ୍ଦିରରେ ପୂଜା ଅର୍ଚ୍ଚନା କରା ଯାଉଛି । ଲୋକ ମାନଙ୍କର ଭିଡ ଜମିବା ପରେ ସେଠାରେ ଖୋଦେଇ ବନ୍ଦ କରା ଯାଇଛି ।

ବନ୍ଧୁଗଣ ଏହି ଘଟଣା କୁ ନେଇ ଆପଣ ମାନଙ୍କର ମତାମତ କଣ ରହିଛି ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *