ଏହି “6” ଟି ଗୁଣ ମଣିଷ କୁ ନଷ୍ଟ କରିଦିଏ, ଏହି କଥା ନିଶ୍ଚୟ ଜାଣି ରଖନ୍ତୁ… Acharya Arun

ବନ୍ଧୁଗଣ ଆଜିର ସମାଜରେ ଗୋଟେ ମଣିଷକୁ କାହିଁକି ଖରାପ ହୁଏ ? ସମାଜରେ ମଣିଷ ଖରାପ ହେଉଥିବାର କାରଣ କଣ ? କାହିଁଙ୍କି ଏ ସମାଜ ଗୋଟେ ମଣିଷକୁ ସର୍ବଦା ଆଙ୍ଗୁଠି ଉଠାଇଥାଏ ? କେଉଁ କାରଣ ପାଇଁ ମଣିଷ ନିଚ୍ଚ ସ୍ତରକୁ ଖସିଯାଏ ? ତେବେ ମଣିଷ ଖରାପ ହେବାର ମୁଖ୍ୟତଃ ୬ଟି ଆରଣ ରହିଥାଏ । ଆସନ୍ତୁ ଜାଣିବା ସେହି ବିଷୟରେ ବିସ୍ତାର ଭାବେ ଏକ କାହାଣୀ ମାଧ୍ୟମରେ ।

କଥା ଅନୁଯାୟୀ ଜଣେ ବଦାନ୍ୟ ବ୍ୟକ୍ତି ଠାରେ ଆଶ୍ରମକୁ ଯିବାର ଦେଖି ସେଠିକାର ରୁଷି ଆଶ୍ଚର୍ଯ୍ୟ ହୋଇଗଲେ । ଆଉ ତାଙ୍କୁ ପଚାରିବାକୁ ଲାଗିଲେ ଆପଣଙ୍କ ଭଳି ବଦାନ୍ୟ ବ୍ୟକ୍ତି ଏ ଆଶ୍ରମକୁ କେମିତି ଆସିଛନ୍ତି ? କିନ୍ତୁ ଉତ୍ତରରେ ବଦାନ୍ୟ ବ୍ୟକ୍ତି ଜଣକ କହିଲେ ପିଲାବେଳେ ବାପା-ମା କହୁଥିଲେ ଭଲ ପାଠ ପଢି ବଡ ମଣିଷ ହେବା ପାଇଁ ।

ଆଉ ଯେବେ ଆଜି ମୁଁ ଧନୀ ହୋଇଯାଇଛି କେହି ମୋତେ ଭଲ ମଣିଷ କହୁ ନାହାନ୍ତି । ଏହାର ଉତ୍ତରରେ ରୁଷି ମହାଶୟ କହିଲେ ମଣିଷକୁ ୬ଟି କାରଣ ନଷ୍ଟ କରିଥାଏ । ଯଥା କାମ, ମୋହ, କ୍ରୋଧ, ଲୋଭ, ମଦ ଓ ପରଶ୍ରୀକାରତା । ଏ ସମାଜରେ ମଣିଷକୁ ଖରାପ ସଜାଇଥାଏ ଏହି ୬ଟି କାରଣ । କାମନା ମଣିଷକୁ ସମାଜରେ ଖରାପ ପଥ ଦେଖାଇଥାଏ ।

ତେଣୁ ଏହାକୁ ତ୍ୟାଗ କରିବାକୁ ହେବ । ନିଜର ଚରିତ୍ରକୁ ପ୍ରଥମେ ସଜାଡିବାର ଅଛି । କ୍ରୋଧ ମଣିଷକୁ ବରବାତ କରିଦିଏ । ମଣିଷ ଯେବେ କ୍ରୋଧ ସୃଷ୍ଟି କରେ ତାହା ଶରୀରରେ ରୋଗ, ବ୍ୟାଧି ସୃଷ୍ଟି କରିଥାଏ । କ୍ରୋଧ ସମୟରେ ମଣିଷ କାହାକୁ କଣ କହେ କଣ କାମ କରେ ନିଜେ ଜାଣିପାରେ ନାହି । କିନ୍ତୁ କ୍ରୋଧ ସରିବା ପରେ ମଣିଷ ଅନୁତାପ କରେ କିନ୍ତୁ ସେତେ ବେଳକୁ କିଛି ନ ଥାଏ ।

ତେଣୁ କ୍ରୋଧ ର ମଧ୍ୟ ତ୍ୟାଗ କରିବା ଉଚିତ । ଅଧିକ ପାଇବାର ଲୋଭ ବା ସମ୍ପତି ରୋଜଗାର କରିବାର ଲୋଭ ମଣିଷକୁ ନଷ୍ଟ କରିଦିଏ । ଲୋଭ କାରଣରୁ ମଣିଷ ନିଜକୁ ଖରାପ ବାଟ କୁ ନେଇ ଯାଇଥାଏ । ଲୋଭ କାରଣରୁ ମଣିଷ ଅଧିକ କ୍ରୋଧିତ ହୁଏ  । ଯାହା ଫଳରେ ରୋଗାଗ୍ରସ୍ତ ହୋଇଥାଏ । ତେଣୁ ଲୋଭରୁ ନିବୃତ୍ତ ରହିବା ଉଚିତ ।

ପ୍ରତେକ ମଣିଷଙ୍କ ଠାରେ ମୋହ ଅଧିକ ରହିଛି । ଯେମିତି ମୋ ସ୍ତ୍ରୀ, ପୁଅ ଇତ୍ୟାଦି । ମୋହ ମଣିଷକୁ ଖରାପ ବାଟ ଦେଖାଇ ଥାଏ । ଯାହା ସମାଜରେ ମଣିଷକୁ ନଷ୍ଟ କରିଦିଏ । ମୋହ କୁ ମଧ୍ୟ ପ୍ରଶମିତ କରିବାକୁ ହେବ । ମଦ ହେଉଛି ଅହଂକାର । ଯେମିତି ମୁଁ ସବୁ କରିପାରିବି ସବୁ ଜାଣିଛି ଇତ୍ୟାଦି । ମୁଁ ରୂପକ ରାକ୍ଷସ ହିଁ ସମାଜରେ ମଣିଷକୁ ନଷ୍ଟ କରିଦିଏ ।

ତେଣୁ ଅହଂକାର ତ୍ୟାଗ କରିବା ଉଚିତ । ଆଉ ଶେଷରେ ହେଉଛି ମାଶ୍ଚର୍ଜ୍ୟ ଅର୍ଥାତ ପରଶ୍ରୀକାତତା । ଅନ୍ୟକୁ କଷ୍ଟ ଦେଇ ନିଜେ ଖୁସି ହେବା ଅନୁଚିତ । ନଚେତ ମଣିଷ ସମାଜରେ ନଷ୍ଟ ହୋଇଥାଏ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *