Ollywood ର ଲୋକପ୍ରିୟ ଅଭିନେତ୍ରୀ Jyoti Mishra ଙ୍କ ସ୍ଵାମୀ ଓ ପୁଅ, ଏମାନଙ୍କୁ ଆଗରୁ କେବେ ବି ଦେଖି ନଥିବେ !

ବନ୍ଧୁଗଣ, ଆପଣ ମାନେ ୯୦ ଦଶକର ଅଭିନେତ୍ରୀ “ଜ୍ୟୋତି ମିଶ୍ର” ଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଓଡିଶା ର ଲୋକପ୍ରିୟ ଅଭିନେତ୍ରୀ “ଜ୍ୟୋତି ମିଶ୍ର” ଙ୍କର ଜନ୍ମ ୨୨ ଫେବୃୟାରୀ ୧୯୭୮ ମସିହାରେ ହୋଇଥିଲା । ବର୍ତ୍ତମାନ ଜ୍ୟୋତି ମିଶ୍ର ତାଙ୍କ ପରିବାର ସହିତ ଭୁବନେଶ୍ଵର ରେ ରହୁଛନ୍ତି ।

ଜ୍ୟୋତିମିଶ୍ର ୧୯୮୮ ମସିହାରେ ସୌଭାଗ୍ୟବତୀ ଚଳଚ୍ଚିତ୍ର ମାଧ୍ୟମରୁ ନିଜ ଫିଲ୍ମୀ କାରିୟର ଆରମ୍ଭ କରିଥିଲେ । ସେ ଜଣେ ପ୍ରସିଦ୍ଧ ଅଭିନେତ୍ରୀ ଭାବରେ ବହୁତ ସାରା ଚଳଚ୍ଚିତ୍ର ରେ ମଧ୍ୟ କାମ କରି ସାରିଛନ୍ତି । ଜ୍ୟୋତି ମିଶ୍ର ବର୍ତ୍ତମାନ ପର୍ଯ୍ୟନ୍ତ ବହୁତ ସାରା ଆୱାର୍ଡ ମଧ୍ୟ ପାଇ ସାରିଛନ୍ତି । ଚଳଚ୍ଚିତ୍ର ସହିତ ସେ ଅନେକ ଆଲବମ ମଧ୍ୟ କରିଛନ୍ତି । ଏହିସବୁ ଆଲବମ ରେ ଅଭିନୟ କରି ବହୁତ ହିଟ ହୋଇଛନ୍ତି ।

ମାତ୍ର ବିବାହ ପରେ ହଟାତ ସେ ଅଭିନୟ ଜଗତରୁ ଦୂରେଇ ରହିଥିଲେ । ତାଙ୍କ ଅଭିନୟ କୁ ଦର୍ଶକେ ବହୁଳ ଭାବରେ ପସନ୍ଦ କରିଥିବା ବେଳେ ବର୍ତ୍ତମାନ ତାଙ୍କ ଅଭିନୟ କୁ ଅନେକ ମନେ ପକାଉଛନ୍ତି । ମାତ୍ର ଅପେକ୍ଷା ବର୍ତ୍ତମାନ ସମାପ୍ତ ହୋଇଅଛି । ଦର୍ଶକେ ତାଙ୍କୁ ଅଭିନୟ ଜଗତରେ ପୁନ୍ନର୍ବାର ଦେଖିବାକୁ ଚାହୁଁଥିବା ସମୟରେ ସେ ଦୀର୍ଘ ୧୫ ବର୍ଷ ପରେ ପୁଣିଥରେ ଓଡିଆ ଚଳଚ୍ଚିତ୍ର ଜଗତକୁ ଫେରି ଆସିଛନ୍ତି ।

ବିବାହ ପରେ ନିଜ ସ୍ଵାମୀ ତଥା ଏକମାତ୍ର ପୁତ୍ର ସନ୍ତାନ ଙ୍କ କଥା ବୁଝୁଥିବା ସମୟରେ ସେ ଆଉ ଇଣ୍ଡଷ୍ଟ୍ରୀ ରେ ନିଜର ସମୟ ଦେଇ ପାରି ନଥିଲେ, ଏହା ଫଳରେ ତାଙ୍କୁ ଇଣ୍ଡଷ୍ଟ୍ରୀ ଛାଡିବାକୁ ହୋଇଥିଲା । ଜଣେ ନାରୀ ବିବାହ କରିବା ପରେ ଶାଶୁଘର ପ୍ରତି ତାହାର ଦାଇତ୍ଵ ବଢିଯାଇଥାଏ । ଏଣୁ ସେ ବୈବାହିକ ଜୀବନରୁ ମୁକୁଳିବା କଷ୍ଟକର ହୋଇଥାଏ ।

ମାତ୍ର ସବୁର ଏକ ନିର୍ଦ୍ଧାରିତ ସମୟ ସୀମା ରହିଅଛି । ଅଭିନେତ୍ରୀ ଜ୍ୟୋତି ମିଶ୍ର କହିଥିଲେ ମୋର ସଫଳତା ରେ ଦର୍ଶକ ଙ୍କର ଭୂମିକା ଅତୁଳନୀୟ ରହିଅଛି । ଯଦି ଦର୍ଶକେ ମତେ ସେତେ ମାତ୍ରା ରେ ସ୍ନେହ ତଥା ଭଲ ପାଇବା ଦେଇ ନଥାନ୍ତେ ତେବେ ବୋଧହୁଏ ମୁଁ ଆଜି ସଫଳତାର ପାହାଚ ଅତିକ୍ରମ କରି ଏ ପର୍ଯ୍ୟନ୍ତ ଆସି ପାରିନଥାନ୍ତି ।

ଜ୍ୟୋତି ମିଶ୍ର କହିଥିଲେ ଯେ, ଆଜିମଧ୍ୟ ଇଣ୍ଡଷ୍ଟ୍ରୀ ରୁ ଦୂରେଇ ରହିଥିବା ସମୟରେ ଯେଉଁ ଭଲ ପାଇବା ମିଳିଛି ତାହାଠାରୁ ମୁଁ ଆଉ ଦୂରେଇ ହୋଇ ରହି ପାରିଲି ନାହିଁ ଏଣୁ ମୁଁ ପୁନ୍ନର୍ବାର ଇଣ୍ଡଷ୍ଟ୍ରୀ କୁ ଫେରିବାର ନିଷ୍ପତ୍ତି ନେଲି । ଓଡିଆ ଇଣ୍ଡଷ୍ଟ୍ରୀ ରେ ଏଭଳି ପ୍ରସିଦ୍ଧ କଳାକାର ମାନ ରହିଛନ୍ତି ଯେ ଯାହାଙ୍କ ଅଭିନୟ ଆମ୍ଭ ମାନଙ୍କୁ ବହୁଳ ଭାବରେ ପ୍ରଭାବିତ କରିଥାଏ । ଜ୍ୟୋତି ମିଶ୍ର ସେଥି ମଧ୍ୟରୁ ଜଣେ ଅଟନ୍ତି ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *