ଏହି କଥା କାହାକୁ ଲୁଚି ନାହିଁ କି ଫିଲ୍ମ ଦୁନିଆରେ ନାମ କମାଇବା ପାଇଁ କ୍ୟାରିୟର ଆରମ୍ଭରେ କିଛି ଏମିତି କାମ କରିବାକୁ ପଡିଥାଏ ଯାହା ଆପଣ କରିବାକୁ ଚାହୁଁନଥିବେ । ଏହି କଠିନ ସତ କେବଳ ଆଜିର ହିଁ ନୁହେଁ ବରଂ ବିତିଯାଇଥିବା ସମୟର ହିରୋଇନଙ୍କୁ ବି ମଜବୁରୀରେ କେତେକ ଭୁଲ କାମ କରିବାକୁ ପଡୁଥିଲା । ଆଜି ଆମେ ଚାଲିଯାଇଥିବା ଜମାନାର ହିରୋଇନ ରିନା ରାୟଙ୍କ ବିଷୟରେ କଥା ହେବା ।
୭ ଜାନୁୟାରୀ ୧୯୫୭ରେ ଜନ୍ମ ହୋଇଥିବା ରିନା ରାୟ ଏବେ ୬୦ବର୍ଷର ହୋଇସାରିଲେଣି । ସେ ୭୦ଏବଂ ୮୦ ଦଶକ ପ୍ରସିଦ୍ଧ ଅଭିନେତ୍ରୀମାନଙ୍କ ମଧ୍ୟରେ ଜଣେ ହେଉଥିଲେ ।
କିନ୍ତୁ ରିନାଙ୍କୁ ନାମ ଏବଂ ପଇସା କମାଇବା ପାଇଁ ପାପଡ଼ ବେଲିବାକୁ ପଡୁଥିଲା । ପରିବାରର କୌଣସି ଫିଲ୍ମ ବ୍ୟାକଗ୍ରାଉଣ୍ଡ ନଥିବା କାରଣରୁ ରିନାଙ୍କୁ ଫିଲ୍ମ ଦୁନିଆରେ ପ୍ରବେଶ କରିବା ପାଇଁ କେତେକ ଏମିତି କାମ କରିବାକୁ ପଡୁଥିଲା ଯାହା ବିଷୟରେ ସେ ସ୍ଵପ୍ନରେ ବି ଭାବିନଥିବେ ।ଋଣା ଫିଲ୍ମ ଦୁନିଆରେ ପାଦ ୧୯୭୨ରେ ‘ଜରୁରତ’ଫିଲ୍ମରେ ରଖିଥିଲେ । ଏହି ଫିଲ୍ମରେ ଋଣା ବହୁତ ଅଧିକ ଲଜ୍ୟାଜନକ ସିନ ଦେଇଥିଲେ ,ଋଣା ଏହି ପ୍ରକାର ସିନ ଦେବା ପାଇଁ ସହମତ ନଥିଲେ କିନ୍ତୁ ଫିଲ୍ମ ଡାଇରେକ୍ଟର ବିଆର ଇସାରା ଚାହୁଁଥିଲେ କି ରୀନା ଏହି ସିନକୁ ଯାହା ବି ହେଲେ କରିବ । ସେହି ସମୟରେ ରୀନାଙ୍କୁ ଏହି ଫିଲ୍ମ ବହୁତ ଦରକାର ଥିଲା ଏଥିପାଇଁ ସେ ମଜବୁରି ହୋଇ ଡାଇରେକ୍ଟରଙ୍କ କଥା ମାନି ସେହି ସିନ ଦେଇଥିଲେ । ଏହି ଫିଲ୍ମକୁ କରିବା ପରେ ରୀନା ‘ଜରୁରତ ଗାର୍ଲ’ନାମରେ ଫେମସ ହୋଇଗଲେ ।
ସବୁଠାରୁ ଆଶ୍ଚଜ୍ୟର କଥା ଏହା କି ଫିଲ୍ମର କାହାଣୀ ଏବଂ ରୀନାଙ୍କ ଅସଲ ଜୀବନର କାହାଣୀ ବହୁତ ପର୍ଯ୍ୟନ୍ତ ମିଶିଯାଉ ଥିଲା । ଫିଲ୍ମ ପରି ବି ରୀନାଙ୍କୁ ଅସଲ ଜୀବନରେ ବି ପଇସାର ବହୁତ ଦରକାର ଥିଲା । ପ୍ରାୟ ଏହି କାରଣର ଥିଲା କି ସେ ଏହି ପ୍ରକାର ସିନ ଦେବା ପାଇଁ ରାଜିହୋଇ ଯାଇଥିଲେ । ରୀନା ଏହି ଫିଲ୍ମରେ ବହୁତ ଫେମସ ହୋଇଗଲେ ଏବଂ ତାଙ୍କ ପାଖକୁ କେତେକ ଫିଲ୍ମର ଅଫର ଆସିଥିଲା । ଏହି ଫିଲ୍ମ ପରେ ରୀମା ‘ଜେସେ କୋ ତେସେ’ଫିଲ୍ମରେ ଅଭିନୟ କରିଥିଲେ । ଏହାପରେ ରୀନା ପଛକୁ ଚାହିଁଦେଖିଲେ ନାହିଁ ଏବଂ ଗୋଟେ ପରେ ଗୋଟେ ଫିଲ୍ମ କରିଚାଲିଲେ ।
ରୀନା ଏବଂ ଶତୃଘନ ସିହ୍ନାଙ୍କ ଲଭ ଆଫେୟାର ଚାର୍ଚା ବହୁତ ଚାଲିଥିଲା । କିନ୍ତୁ ପରେ ଦୁଇଜଣଙ୍କର ବିବାହ ହୋଇପାରିଲା ନାହିଁ । ଶତ୍ରୁଘନ ପୁନମକୁ ବିବାହ କଲେ ଏବଂ ରୀନା ପାକିସ୍ଥାନ କ୍ରିକେଟ ଖେଳାଳି ବିବାହ କରିଥିଲେ ପରେ ତାଙ୍କ ସପର୍କ ଭାଙ୍ଗିଗଲା । ରୀନା ନିଜ ଝିଅ ସହିତ ମୁମ୍ବାଇରେ ରହୁଛନ୍ତି ।