ଏହି ଫଟୋକୁ ଥରେ ଘରେ ଲଗାଇ ଦେଖନ୍ତୁ, ସବୁ ଦୁଃଖ କଷ୍ଟ ଓ ଦାରିଦ୍ର୍ୟ ସବୁଦିନ ପାଇଁ ଦୂରେଇ ଯିବ

ନମସ୍କାର ବନ୍ଧୁଗଣ, କିଛି ଲୋକଙ୍କୁ ଜୀବନରେ ଏମିତି କିଛି ଘଟଣା ବା ପରିସ୍ଥିତିର ସାମ୍ନା କରିବାକୁ ପଡିଥାଏ ଯାହା ସେମାନଙ୍କୁ ବହୁତ ମାନସିକ ଚିନ୍ତାରେ ପକାଇଦେଇଥାଏ । ସେହି ଚିନ୍ତାରୁ ନିଜକୁ ମୁକୁଳାଇବା ପାଇଁ ବହୁତ ଚେଷ୍ଟା କରିଥାନ୍ତି । କିନ୍ତୁ ସେହି ଚିନ୍ତା ସମୟରେ କୌଣସି ବୁଦ୍ଧି ମୁଣ୍ଡକୁ ଆସିନଥାଏ । ଯାହା ଫଳରେ ମଣିଷ ଆହୁରି ବେଶି ସେହି ଚିନ୍ତାରେ ଫସିବାକୁ ଲାଗିଥାଏ । ତେବେ ଆସନ୍ତୁ ଜାଣିବା ଘରେ କେଉଁ ଫଟୋ ଲଗାଇବା ଦ୍ଵାରା ମଣିଷ ସହଜରେ ଚିନ୍ତା ମୁକ୍ତ ହୋଇପାରିଥାଏ ।

ଆପଣଙ୍କ ଘରେ ସବୁବେଳେ କିଛି ନା କିଛି ସମସ୍ୟା ଲାଗିରହିଛି ତେବେ ଆପଣ ନିଜ ଘରର ମୁଖ୍ୟ ଦ୍ଵାର ସାମ୍ନାରେ ଶିବ ଭଗବାନଙ୍କ ପରିବାରର ଏକ ଫଟୋ ନିହାତି ଲଗାନ୍ତୁ । ସେହି ଫଟୋରେ ଭଗବାନ ଶିବ, ପାର୍ବତୀ, ଗଣେଶ ଏବଂ କାର୍ତ୍ତିକେୟ ସମସ୍ତଙ୍କ ବାହନ ମଧ୍ୟ ସେହି ଫଟୋରେ ଥିବା ଜରୁରୀ । ଆପଣ ଏହି ଫଟୋକୁ ଆପଣଙ୍କ ଘରେ ଲଗାଇବା ଦ୍ଵାରା ଘରେ ଖୁସିର ବାତାବରଣ ଛାଇ ଯାଇଥାଏ ।

ସେହି ପରିବାର ଉପରେ ମହାଦେବ ନିଜର ଆଶୀର୍ବାଦ ସର୍ବଦା ରଖିଥାନ୍ତି । ପୂର୍ବକାଳରୁ ହିଁ ଶିବ ପରିବାର ସଂସାର ପାଇଁ ଏକ ପ୍ରେରଣାର ଉତ୍ସ ଅଟେ । କାରଣ ମହାଦେବଙ୍କ ପରିବାର ସମସ୍ତ ସଦସ୍ୟ ଦେବତାଙ୍କ ଭାବରେ ପୂଜା ପାଇଥାନ୍ତି । ମହାଦେବଙ୍କ ପରିବାରର ମୁଖ୍ୟ ଶିବ ହେବା ସହ ମାତା ପାର୍ବତୀ ମଧ୍ୟ ହୋଇଥାନ୍ତି ।

ତାଙ୍କର ଦୁଇ ପୁତ୍ର ଗଣେଶ ଏବଂ କାର୍ତ୍ତିକଙ୍କ ପୂଜା ଖୁବ ଧାମରେ ପାଳନ କାରାଯାଏ । ଏହି ପରିବାରର ସମସ୍ତ ସଦସ୍ୟ ଅଲଗା ଅଲଗା ଶକ୍ତିର ସ୍ଵାମୀ ଅଟନ୍ତି । ମା ପାର୍ବତୀ ସୁଖ, ସୌଭାଗ୍ୟ ଏବଂ ସମ୍ପତ୍ତି ପ୍ରଦାନ କରିଥାନ୍ତି । ଏବଂ ତାଙ୍କ ବଡ ପୁତ୍ର କାର୍ତ୍ତିକେୟ ମଣିଷ ଜୀବନରୁ ଗ୍ରହ ଦୋଷକୁ ଏଡାଇ ଥାନ୍ତି । ଆଉ ଗଣେଶ ଭଗବାନ ସିଦ୍ଧି ଦେବତା ଅଟନ୍ତି । ଯାହା ଫଳରେ ପ୍ରତ୍ୟକ କାର୍ଯ୍ୟ ଆରମ୍ଭରେ ତାଙ୍କ ପୂଜା କରାଯାଇଥାଏ ।

ସେ ହିଁ ସମସ୍ତ କାର୍ଯ୍ୟକୁ ଭଲ ଭାବରେ ସମ୍ପୂର୍ଣ କରିବାର ଆଶୀର୍ବାଦ ଦେଇଥାନ୍ତି । କାର୍ଯ୍ୟରେ ଆସୁଥିବା ସମସ୍ତ ବାଧାକୁ ମଧ୍ୟ ଦୂର କରିଥାନ୍ତି । ତେଣୁ ଯଦି ଆପଣ ଭଗବାନ ଶିବଙ୍କ ଫଟୋ ଆପଣଙ୍କ ଘରେ ଲଗାନ୍ତି ତେବେ ଆପଣଙ୍କ ଜୀବନରେ ସୁଖ ଶାନ୍ତି ମଧ୍ୟ ରହିଥାଏ । ଧନର ଅଭାବ ମଧ୍ୟ ଆପଣଙ୍କ ଜୀବନରେ ଦେଖା ଦେଇନଥାଏ । ଆପଣଙ୍କ ଘର ସଠିକ ଭାବରେ ମଧ୍ୟ ଚାଲିଥାଏ ।

ଆପଣଙ୍କ ସମସ୍ତ ଗ୍ରହ ଦୋଷର ମଧ୍ୟ ଖଣ୍ଡନ ହୋଇଥାଏ । ଆଉ ଭଗବାନ ଗଣେଶଙ୍କ କୃପାରୁ ନୂତନ କାର୍ଯ୍ୟ ଆରମ୍ଭ କରିବା ଫାଳରେ କୌଣସି ଅସୁବିଧା ଦେଖା ଦେଇନଥାଏ ଏବଂ ଉନ୍ନତି ଆଡକୁ ଆପଣ ଗତି କରିବାକୁ ଲାଗନ୍ତି । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ,ଶେୟାର କରିବାକୁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *