ଅମାନିଆ ସାଥି ଡ୍ରାଇଭରଙ୍କୁ ଫୁଲ ମାଳ ସମ୍ବର୍ଦ୍ଧନା ! ଧର୍ମଘଟକୁ ନ ମାନି ଗାଡି ଚଳଉଥିବା ଡ୍ରାଇଭରଙ୍କ ସହ କିଛି ଏମିତି କଲେ ସାଥି Driver

ବନ୍ଧୁଗଣ ଆଜି ଗଡିବନି ଗାଡି । ଆଜି ଠାରୁ ଡ୍ରାଇଭର ଏକତା ମଞ୍ଚର ଆନ୍ଦୋଳନ ଧମକ । ଏଥିରେ ସାମିଲ ରହିଥିବା ଜେଣ ବି ଚାଳକ ଆଜିଠୁ ଗାଡି ଚଳାଇବେ ନାହି ବୋଲି ଧମକ ଦେଇଛନ୍ତି । ସେପରେ ଧର୍ମ ଘଟରେ କିନ୍ତୁ ସାମିଲ ହେବେ ନାହି ଘରୋଇ ବସ ଭଳି ସୂଚନା ଦେଇଛନ୍ତି ରାଜ୍ୟ ଘରୋଇ ବସ ମାଲିକ ସଂଘ ସାଧାରଣ ସମ୍ପାଦକ ଦେବେନ୍ଦ୍ର କୁମାର ସାହୁ ।

ରାଜ୍ୟରେ ଏବେ 14 ହଜାର ବସ ଚାଲୁଅଛି ଆଉ 60 ହଜାର କର୍ମଚାରୀ ଅଛନ୍ତି । ଯାତ୍ରୀଙ୍କୁ ହଇରାଣ ନ କରିବା ପାଇଁ ଘରୋଇ ବସ ମଳୟକ ସଂଘ ଅପିଲ କରିଛି । ସେ ପଟେ ଏବେ ମାଟ୍ରିକ ପରୀକ୍ଷା ଚାଲି ଥିବାରୁ ଅସୁବିଧା ହୋଇପାରେ । ତେଣୁ ବସ ଚଳାଚଳ ସ୍ଵାଭାବିକ ରଖିବାକୁ ସାହାଜ୍ଯ କରିବାକୁ ମୁଖ୍ୟ ମନ୍ତ୍ରୀ ତଥା ପୋଲିସ ଡିଜିପି ଙ୍କୁ ଅନୁରୋଧ କରା ଯାଇଥିବା କଥା କହିଛନ୍ତି ବସ ମାଲିକ ସଂଘ ।

ଧର୍ମ ଘଟରେ ବସ ଯାତ୍ରୀ ପରିବହନ କୁ ବ୍ଯାହତ ନ କରିବା ପାଇଁ ଅନୁରୋଧ କରା ଯାଇଛି । ଆଜି ଠାରୁ ଯେଉଁ ଭଳି ଭାବେ ଡ୍ରାଇଭର ଏକତା ମହାମଞ୍ଚର ଯେଉଁ ଆନ୍ଦୋଳନ ଧମକ ଦିଆ ଯାଇଛି ସେମାନଙ୍କର ଯେଉଁ ଦାବି ଗୁଡିକ ରହିଛି ଯେମିତି କି ସ୍ଵତନ୍ତ୍ର ପରିଚୟ, ଉଚିତ ଦରାମ, ଚାକିରି ସୁରକ୍ଷା ଏଭଳି 4 ଦଫା ଦାବିରେ ଷ୍ଟିୟରିଙ୍ଗ ଛାଡ ଧର୍ମ ଘଟ ଡାକରା ଦେଇଛି ଓଡିଶା ଡ୍ରାଇଭର ମହାସଂଘ ।

ରାଜ୍ୟ ପରିବହନ ମନ୍ତ୍ରୀ ଏ ନେଇ ନିଜର ମନ୍ତବ୍ୟ ଦେଇଛନ୍ତି । ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଏହାକୁ ନେଇ ଆଉ ଖବର ସାମ୍ନା କୁ ଆସିଛି । ଯାହାକୁ ନେଇ ଖୁବ ଚର୍ଚ୍ଚା ଜୋର ଧରିଛି । ଭାଇରାଲ ହୋଇଥିବା ଭିଡିଓ ରେ ଗୋଟିଏ ପଟେ ଡ୍ରାଇଭର ମାନେ ୧୦ ଦଫା ଦାବି ନେଇ ଷ୍ଟିୟରିଂ ଛାଡ଼ି ରାସ୍ତାରେ ବସିଥିବା ବେଳେ ଅନ୍ୟପଟେ ସାଥୀ ଡ୍ରାଇଭର ମାନେ ଗାଡ଼ି ଚଲାଉ ଥିବାରୁ ତାଙ୍କୁ ଫୁଲମାଳା ପିନ୍ଧାଇ ସ୍ୱାଗତ କରୁଛନ୍ତି ।

ଏ ନେଇ ଜଣେ ଡ୍ରାଇଭର ଭାଇ କହୁଛନ୍ତି ଏ ଫୁଲମାଳା ଆମେ ସେହି ମାନଙ୍କ ପାଇଁ ଆଣିଛୁ ଯେଉଁ ମାନେ ଏହି ଆନ୍ଦୋଳନ କୁ ସମର୍ଥନ କରୁ ନାହାନ୍ତି ଆଉ ଅମାନିଆ ହେଇକି ଗାଡି ଚଲାଉଛନ୍ତି ସେମାନଙ୍କୁ ଆମେ ଫୁଲମାଳ ପକାଇ ସ୍ଵାଗତ କରିବୁ । ଆଉ କରୁଛନ୍ତି ମଧ୍ୟ ଯାହା ଭିଡିଓ ରେ ନଜର ଆସୁଛି ।

ତେବେ ଅନ୍ୟ ଡ୍ରାଇଭର ମାନଙ୍କୁ ଆନ୍ଦୋଳନ କରିବା ଡ୍ରାଇଭର ମାନେ ଗାଡି ଓଲହାଇ ବେକରେ ଫୁଲମାଳ ପକାଇବାର ଏହି ଭିଡିଓ ରେ ନଜର ଆସୁଛନ୍ତି । ତେବେ ଏହି ଆନ୍ଦୋଳନ ଆଜି ଠାରୁ ଆରମ୍ଭ ହୋଇ ସାରିଛି ଆଉ ଏହା ଆଗକୁ କେଉଁ ମୋଡ ନେବ ତାହା ଦେଖିବାକୁ ବାକି ରହିଲା । ତା ହେଲେ ବନ୍ଧୁଗଣ ଆପଣ ଅମାନନ୍କର ଏହି ଖବର କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *