ଆଜି ଚାଲିଛି ଡ୍ରାଇଭର ମହାସଂଘର ଧର୍ମଘଟ ! ରହ ରହ ତୋ ଗାଡି କୁଆଡେ ଯାଉଛି ? ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ, ଆଜି ଠାରୁ ଆରମ୍ଭ ହୋଇଛି ଓଡିଶା ଡ୍ରାଇଭର ମହାସଂଘର ଧର୍ମଘଟ । ଡ୍ରାଇଭର ପାଣ୍ଠି ଗଠନ, ସାମାଜିକ ନିରାପତ୍ତା, ଡ୍ରାଇଭରଙ୍କ ପାଇଁ ବୀମା, ପେନ୍ସନ୍, ସଡକ ଯାତ୍ରା ବେଳେ ବିଭିନ୍ନ ସ୍ଥାନରେ ବିଶ୍ରାମଗାର, ଶୌଚାଳୟ ବ୍ୟବସ୍ଥା ଭଳି ୧୦ ଦାବି ଉଠାଇ ଆନ୍ଦୋଳନର ଡାକରା ଦେଇଛି ମହାସଂଘ । ତେବେ ଏହା ପୂର୍ବରୁ ଗତ ବର୍ଷ ମଧ୍ୟ ଆନ୍ଦୋଳନ କରା ଯାଇଥିଲା ।

କିନ୍ତୁ ସଂଘ ର କିଛି ଦାବି ଏ ଯାଏଁ ରାଜ୍ୟ ସରକାର ପୂରଣ କରି ନାହାନ୍ତି । ଯାହା ଫଳରେ ସଂଘ ଉତ୍ୟକ୍ତ ହୋଇ ଆନ୍ଦୋଳନ କରିବାକୁ ଘୋଷଣା କରିଛି । ତେବେ ଏହି ଆନ୍ଦୋଳନରେ ଓଡିଶା ଡ୍ରାଇଭର ମହା ସଂଘ ର ସବୁ କର୍ମଚାରୀ ମାନେ ସାମିଲ ହୋଇଛନ୍ତି । ହେଲେ ଘରୋଇ ବସ ମାଲିକ ସଂଘ ଏହି ଆନ୍ଦୋଳନ ରେ ସାମିଲ ନ ହେବା ପାଇଁ ମନା କରି ଦେଇଛି ।

ବର୍ତ୍ତମାନ ସମୟରେ ମାଟ୍ରିକ ପରୀକ୍ଷା ଦେଶରେ ଚାଲି ଥିବାରୁ ଏ ଦିଗକୁ ଦ୍ରୁଷ୍ଟି ରେ ରଖି ଘରୋଇ ବସ ମାଲିକ ସଂଘ ଆନ୍ଦୋଳନ ନ କରିବାକୁ ନିସ୍ପତି ନେଇଛି । ତେବେ ହଳଦିଆ ନମ୍ବର ପ୍ଳେଟ ଥିବା ଗାଡି ଚଳାଚଳ ବନ୍ଦ ଥିବା ବେଳେ ଘରୋଇ ବସ ଗୁଡିକ ଆଜି ଚଳାଚଳ ହେଉଛି । ଯାହାକୁ ନେଇ ରାସ୍ତା ମଝିରେ ଦେଖା ଯାଇଛି ବିବାଦ ଆଉ ଉତ୍ତେଜନା ।

ଅନେକ ଜାଗା ମାନଙ୍କରେ ଡ୍ରାଇଭର ମାନଙ୍କ ମଧ୍ୟ ରେ ବିବାଦ ଦେଖାଯିବା ଆରମ୍ଭ ହୋଇ ଗଲାଣି । ଯାହାକୁ ନେଇଏ ଏଇ ଏବେ ଏବେ ଭିଡିଓ ଭାଇରାଲ ହେବାରେ ଲାଗିଛି । ଏହି ସବୁ ଭିଡିଓ କୁ ନେଇ ଏବେ ଖୁବ ଚର୍ଚ୍ଚା ହେଉଛି । ଏମିତି କି ଯେଉଁ ଡ୍ରାଇଭର ମାନେ ନ ମାନି ଗାଡି ଚଲାଉଛନ୍ତି ସେମାନଙ୍କୁ ଆନ୍ଦୋଳନ କରୁଥିବା ଅନ୍ୟ ଡ୍ରାଇଭର ମାନେ ଫୁଲମାଳ ପକାଇ ସ୍ଵାଗତ କରୁଛନ୍ତି ।

ଏମିତି କି ଅନେକ ଜାଗାରେ ଗାଡି ଅଟକ ରଖା ଯାଉଛି ଆଉ ସେମାନଙ୍କ ସହ ଯୁକ୍ତି ତର୍କ ମଧ୍ୟ ଆରମ୍ଭ ହୋଇ ସାଇଛି । ତେବେ ପୋଲିସ ପାଖ ରୁ କଡା ସୁରକ୍ଷା ବ୍ୟବସ୍ଥା କରା ଯାଇଛି । ଆନ୍ଦୋଳନ କାରୀ ମାନେ ଗାଡି ଚାଳକ ଙ୍କୁ ଅଟକ ରଖିବା ସହ ସେମାନଙ୍କ ସହ କିପରି ବ୍ୟବହାର କରୁଛନ୍ତି ତାହା ଆପଣ ମାନେ ଏହି ଭିଡିଓ ରେ ଦେଖି ପାରିବେ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *