ନବମ ଛାତ୍ରୀ ଦେଲେ ମାଟ୍ରିକ ପରୀକ୍ଷା! କାରଣ ଜାଣି ଆପଣ ବି କରିବେ ସଲାମ… ଦେଖନ୍ତୁ କଣ ସମ୍ପୂର୍ଣ୍ଣ ଖବର

ଦର୍ଶକ ବନ୍ଧୁ ଏବେ ଚର୍ଚ୍ଚାରେ ବତୀ ଓ ମନୋରୋମା ଯୋଡି । ଜଣେ ସ୍ଵ-ଇଚ୍ଛାରେ ଦିବ୍ୟଙ୍ଗତ ଛାତ୍ରୀଙ୍କୁ ସାହାଜ୍ଯ କରି ଚର୍ଚ୍ଚାରେ । ଅନ୍ୟ ଜଣେ ସରକାରୀ ସୁଯୋଗର ଲାଭ ଉଠାଇ ଅନ୍ୟ ଦିବ୍ୟାଙ୍ଗଙ୍କ ପାଇଁ ସାଜିଛନ୍ତି ପ୍ରେରଣା । ଏଭଳି ତ୍ୟାଗ ଓ ଦୃଢ ମନୋବଳର କାହାଣୀ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲାରେ । ନନ୍ଦହାଣ୍ଡି ବ୍ଲକ ପଡାଲଉଦା ସରକାରୀ ଉଚ୍ଚ ବିଦ୍ୟାଳୟର ଏହି 2 ଛାତ୍ରୀଙ୍କ ଯୋଡି ଆଜି ଚର୍ଚ୍ଚାକୁ ଆସିଛି ।

କଥାରେ ଅଛି ଇଚ୍ଛା ଥିଲେ ସୁଯୋଗ ଆପେ ଆପେ ଆସେ । ମୁଁ ପାଠ ପଧିବି ଭବିଷ୍ୟ ଗଢିବି ଏହି ଲକ୍ଷ୍ୟରେ ନବରଙ୍ଗପୁର ଜିଲ୍ଲା ନନ୍ଦହାଣ୍ଡି ବ୍ଲକ ଗଣ୍ଡାହୁଡା ଗାଁର ପ୍ରହଲ୍ଲାଦ ଜାନିଙ୍କ ଦିବ୍ୟାଙ୍ଗ ବଡ ଝିଅ ବତୀ ନିକଟସ୍ଥ ସରକାରୀ ଉଚ୍ଚ ବିଦ୍ୟାଳୟରେ ପଢୁଥିଲେ । ସେ ପେନ ବା ପେନସିଲ ଧରିପାରୁ ନ ଥିବା ବେଳେ ଗୋଡ ପୋଲିଓ ହୋଇଥିବାରୁ ଠିକରେ ଚାଲିପାରନ୍ତି ନାହି ।

ସାମାନ୍ଯ ମାନସିକ ବିକାର ରହିଥିବାରୁ ସେ ସ୍ପଷ୍ଟ ଭାବେ କଥା କହିପାରନ୍ତି ନାହି । ଚଳିତ ବର୍ଷ ସେ ମାଟ୍ରିକ ପରୀକ୍ଷା ଦେଉଛନ୍ତି କିନ୍ତୁ ବତୀ କିପରି ପରୀକ୍ଷା ଦେବେ ତାକୁ ନେଇ ପରିବାର ଓ ଶିକ୍ଷକ, ଶିକ୍ଷୟତ୍ରୀ ଚିନ୍ତିତ ଥିଲେ । କିନ୍ତୁ ସରକାରୀ ନିୟମ ଅନୁଯାୟୀ ତାଙ୍କୁ ସ୍କ୍ରାଇବର ଯୋଗାଇ ଦିଆ ଯାଇଥିଲା । ଯାହାକୁ ନେଇ ପରିବାର ଲୋକ ଖୁସି ବ୍ୟକ୍ତ କରିଛନ୍ତି । ବତୀ ଜାନିଙ୍କ ପାଇଁ ହାତ ଓ ପେନ ସାଜିଛନ୍ତି ମନୋରୋମା ଗୌଡ ।

ନନ୍ଦହାଣ୍ଡି ବ୍ଲକ ପଡାଲଗୁଡା ଗାଁରେ ମନୋରୋମାଙ୍କ ଘର । ସେ ପଡାଲଗୁଡ ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟରେ ନବମ ଶ୍ରେଣୀ ପରୀକ୍ଷା ଦେଇଛନ୍ତି । ମନୋରୋମା ନବମ ଶ୍ରେଣୀର ହୋଇଥିବା ବେଳେ ନିଜ ଖର୍ଚ୍ଚରେ ପ୍ରାୟ 3 କିମି ଯାଇ ନବରଙ୍ଗପୁର ସ୍ଥିତ ଆରସିଡି ହାଇ ସ୍କୁଲରେ ବସି ବତୀଙ୍କ ପାଇଁ ପରୀକ୍ଷା ଦେଉଛନ୍ତି । ଯାହାକୁ ନେଇ ସେ ଖୁସି ହେବା ସହ ଅନ୍ୟ କାହାକୁ ସାହାଜ୍ଯ କରି ନିଜକୁ ଧନ୍ଯ ମନେ କରିଛନ୍ତି ।

ଏହା ସହ ଦଶମ ପରୀକ୍ଷାର ଭୟ ନିଜ ମନରୁ ଉଭେଇ ଯାଇଥିବା କହିଛନ୍ତି ମନୋରୋମା । ବତୀଙ୍କ ପାଇଁ ଅନ୍ୟ ଜଣେ ଛାତ୍ରୀ ପରୀକ୍ଷା ଦେଉଥିବାରୁ ବତୀଙ୍କ ବାପା ଖୁସି ବ୍ୟକ୍ତ କରିବା ସହ ଚିନ୍ତା ଦୂର ହୋଇଛନ୍ତି । ସରକାର ତାଙ୍କ ଦିବ୍ୟାଙ୍ଗ ଝିଅ ବତୀ ପ୍ରତି ଦ୍ରୁଷ୍ଟି ଦେଇ ଭବିଷ୍ୟତକୁ ଉଜ୍ବଳ କରିବାକୁ ନିବେଦନ କରିଛନ୍ତି । ସେହିଭଳି ପଡାଲଗୁଡା ସରକାରୀ ଉଚ୍ଚ ବିଦ୍ୟାଳୟର ଭାରତ ପ୍ରାପ୍ତ ପ୍ରଧାନଶିକ୍ଷକ ମନୋରୋମାଙ୍କୁ ପ୍ରଶଂସା କରିଥିବା ବେଳେ ଜିଲ୍ଲା ଅଧିକାରୀ ମଧ୍ୟ ମନୋରୋମା ଅନ୍ୟ ଛାତ୍ର ଛାତ୍ରୀଙ୍କ ଆଇନ ଗୋଟେ ଉଦାହରଣ କରିବା ସହ ଖୁସି ବିକଟ କରିଛନ୍ତି ।

ବର୍ତ୍ତମାନ ଯୁଗରେ ନିସ୍ଵାର୍ଥପର ଭାବି ଅନ୍ୟକୁ ସମୟ ଦେବା ଅତି ବିରଳ । କିନ୍ତୁ ମନୋରୋମା ସ୍ଵ-ଇଚ୍ଛା ରେ ବତୀ ଙ୍କ ପେନ ଓ ହାତ ସାଜିଛନ୍ତି । ତାଙ୍କର ଏହି ନିସ୍ପତି ନିହାତି ଭାବେ ଆଗାମୀ ପରୀକ୍ଷା ର ଭୟ ଦୂର କରିବ । ଉଭୟଙ୍କ ଯୋଡି ଅନ୍ୟ ପାଇଁ ପ୍ରେରଣା ହେବ । ତା ହେଲେ ବନ୍ଧୁଗଣ ଆପଣ ମାଙ୍କର ଏହି ଖବରକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *