ଜିଦରେ ଅଟଳ ଓଡ଼ିଶା ଡ୍ରାଇଭର ମହାସଂଘ, ମାନିଲେନି ସରକାର ଏବେ ଅସମ୍ଭାଳ ! ଠପ୍ ହୋଇପାରେ ହଳଦିଆ ନମ୍ବରପ୍ଲେଟ ଥିବା ଗାଡ଼ି ଚଳାଚଳ

ବନ୍ଧୁଗଣ ଜିଦରେ ଅଟଳ ଓଡିଶା ଡ୍ରାଇଭର ମହାସଂଘ । ଆଜି ରାଜଧାନୀ ଭୁବନେଶ୍ଵର ସମେତ ରାଜ୍ୟ ବ୍ୟାପୀ ଯାନବାହାନ ସେବା ପ୍ରଭାବିତ ହୋଇପାରେ । ଠପ ହୋଇପାରେ ହଳଦିଆ ନମ୍ବର ପ୍ଳେଟ ଥିବା ଗାଡି ଚଳାଚଳ । କାରଣ 10 ଦଫା ଦାବି ନେଇ ଆଜି ଷ୍ଟିୟରିଙ୍ଗ ଛାଡ ଆନ୍ଦୋଳନର ଡାକରା ଦେଇଛି ଓଡିଶା ଡ୍ରାଇଭର ମହାସଂଘ ।

ଡ୍ରାଇଭର ପାଣ୍ଠି ଗଠନ, ସାମାଜିକ ନିରାପତ୍ତା, ଡ୍ରାଇଭରଙ୍କ ପାଇଁ ବୀମା, ପେନସନ, ସଡକ ଯାତ୍ରା ବେଳେ ବିଭିନ୍ନ ସ୍ଥାନରେ ବିଶ୍ରାମଗାର, ଶୌଚାଳୟ ବ୍ୟବସ୍ଥା ଭଳି 10 ଦଫା ଦାବିକୁ ଉଠାଇ ଆନ୍ଦୋଳନର ଡାକରା ଦେଇଛି ମହାସଂଘ । ପୂର୍ବରୁ ଏହି ସବୁ ଦାବି ବାବଦରେ ରାଜ୍ୟ ସରକାରଙ୍କୁ ମହାସଂଘ ପକ୍ଷରୁ ବାରମ୍ବାର ଅବଗତ କରାଯାଇଛି ।

କିନ୍ତୁ କିଛି ଫଳପ୍ରଦ ନ ହେବାରୁ ଆଜି ଠାରୁ ସବୁ ବ୍ଲକ, ସଦର, ମହକୁମା ଓ କିଛି ମୁଖ୍ୟ ରାସ୍ତାରେ ଆନ୍ଦୋଳନ ଚେତାବନୀ ଶୁଣାଇ ସାରିଛି ଡ୍ରାଇଭର ସଂଘ । ଏହି ସମୟରେ ଜରୁରୀକାଳିନ ସେବା ନିୟୋଜିତ ଯାନବାହାନ ଭଳି ଆମ୍ବୁଲାନ୍ସ ସହ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ କରୁଥିବା ଗଡାଇକୁ ବାଦ ଦିଆଯିବ ବୋଲି ମହାସଂଘ କହିଛି ।

ଡ୍ରାଇଭର ମହାସଂଘର ଏଭଳି ଆନ୍ଦୋଳନ ନିସ୍ପତି ପରେ ଏବେ ମୁହାଁ ମୁହିଁ ଅବସ୍ଥାକୁ ଚାଲି ଆସିଛନ୍ତି ଡ୍ରାଇଭର ମହାସଂଘ ଓ ରାଜ୍ୟ ଘରୋଇ ବସ ମଳୟକ ସଂଘ । କାରଣ ଘରୋଇ ବସ ମାଲିକ ସଂଘ ଏହି ଆନ୍ଦୋଳନ କୁ ସମର୍ଥନ କରୁ ନାହି । ସଂଘ କହିଛି ଆନ୍ଦୋଳନ ସମୟରେ ରାଜ୍ୟର ସବୁ ରୁଟ ରେ ଘରୋଇ ବସ ସ୍ଵାଭାବିକ ଭାବେ ଚଳାଚଳ କରିବ ।

ତେଣୁ କାଳେ କୌଣସି ଅପ୍ରୀତିକର ସ୍ଥିତି ଉପୁଜିବ ତାକୁ ଏଡାଇବାକୁ ପୋଲିସ ଡିଜିଙ୍କ ସହୟତା ଲୋଡିଲେ ଘରୋଇ ବସ ମାଲିକ ସଂଘ । ଆଇନ ସ୍ଥିତି ଶୃଙ୍ଖଳା ଉପୁଜିଲେ ତାକୁ ପ୍ରତିହତ କରିବାକୁ ମୁଖ୍ୟମନ୍ତ୍ରୀ ଙ୍କୁ ମଧ୍ୟ ବସ ମାଲିକ ସଂଘ ଚିଠି ଲେଖିଛି । ସେହିପରି ନିଖିଲ ଓଡିଶା ଅଟୋ ମହାସଂଘ, କ୍ୟାପ ସର୍ଭିସ ସଂଘ ସମେତ ଓଡିଶା ସଡକ ପରିବାହନ ସୁରକ୍ଷା ଗୁଡିକ ମହାସଂଘ ମଧ୍ୟ ଆନ୍ଦୋଳନକୁ ସମର୍ଥନ କରୁ ନ ଥିବା କହିଛନ୍ତି ।

ବର୍ତ୍ତମାନ ମାଟ୍ରିକ ପରୀକ୍ଷା ଚାଲୁଥିବାରୁ ଯାତ୍ରୀଙ୍କୁ ହଇରାଣ ନ କରିବାକୁ ଏହି ସବୁ ସଂଘ ଆନ୍ଦୋଳନ କୁ ସମର୍ଥନ ନ କରିବାର ନିସ୍ପତି ନେଇଥିବା ଡ୍ରାଇଭର ମହାସଂଘକୁ ନିବେଦନ କରିଛନ୍ତି । 10 ଦଫା ଦାବି ନେଇ ରାଜଧାନୀରେ ଆନ୍ଦୋଳନ କରି ଜନଜୀବନ କୁ ନାକେଦମ କରିଥିଲା ଓଡିଶା ଡ୍ରାଇଭର ମାହସଂଘ । ହଜାର ହଜାର ସଂଖ୍ଯାରେ ଡ୍ରାଇଭର ରାଜଧାନୀରେ ଶକ୍ତି ପ୍ରଦର୍ଶନ କରିଥିଲେ । ତେଣୁ ଆଜି ଏଭଳି ସ୍ଥିତି ଯେପରି ନ ସୃଷ୍ଟି ହୁଏ ସେଥିପ୍ରତି ସତର୍କ ରହିଛି ପ୍ରଶାସନ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *