Exclusive : Anubhab ଙ୍କ ପରେ ଏବେ ପୁଣି କାହାକୁ ଧୋକା ଦେଲେ Varsha ! ସାମ୍ନାକୁ ଆସିଲା ବର୍ଷାଙ୍କ ନୂଆ ରୂପ

ପୁଣି ଚର୍ଚ୍ଚା ରେ ଓଡିଆ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । ହଁ ଦର୍ଶକ ବନ୍ଧୁ ବର୍ଷା ଙ୍କୁ ନେଇ ଏବେ ପୁଣି ଥରେ ଚର୍ଚ୍ଚା ଆରମ୍ଭ ହୋଇଛି । କାରଣ ସେ କୁଆଡେ ପୁଣି ଥରେ ଧୋକା ଦେଇଛନ୍ତି । କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି ସବୁବେଳେ କୁହନ୍ତି ଯେ ବର୍ଷା ତାଙ୍କୁ କୁଆଡେ ଧୋକା ଦେଇଛନ୍ତି । ତାଙ୍କ ପରିବାରକୁ ଧୋକା ଦେଇଛନ୍ତି । ଆଉ ଏବେ ସତରେ କୁଆଡେ ବର୍ଷା ଆଉ କାହାକୁ ଧୋକା ଦେଇଛନ୍ତି । ଯାହାକୁ ନେଇ ସହିଦ ନଗର ଥାନା ରେ ଏତାଲା ମଧ୍ୟ ହୋଇଛି ।

ସହିଦ ନଗର ଥାନାରେ ଜଣେ ମହିଳା ଯାହାଙ୍କ ନାମ କଲ୍ୟାଣ ନାୟକ ଯିଏ ଠକେଇର ଶିକାର ହୋଇଛନ୍ତି । ଆଉ ଏହି ଠକେଇ କୁ ନେଇ ସହିଦ ନଗର ଥାନାରେ ଏତାଲା ଦେଇଛନ୍ତି । ବର୍ଷା ଙ୍କ ବିରୁଦ୍ଧରେ ଆପିସି ଧାରା ଦଫା ୨୯୪, ୪୨୦, ୫୦୬ ରେ ମାମଲା ରୁଜୁ କରା ଯାଇଛି । ଆଉ ପୋଲିସ ଏହି ଅଭିଯୋଗର ତଦନ୍ତ କରୁଛି । ଆଉ ଅଭିଯୋଗ ହେଉଛି କି ସହିଦ ନଗର ଅଞ୍ଚଳର ମହିଳା ଭୁବନେଶ୍ଵର ଜନତା ମଇଦାନ କୁ ମେଳା ଦେଖିବାକୁ ଯାଇଥିଲେ । ଯାହାଙ୍କ ନାମ କଲ୍ୟାଣୀ ନାୟକ ।

ଏତିକି ବେଳେ କଟକରୁ ଆସିଥିବା ଆୟୁଷି ପ୍ରିୟଦର୍ଶିନୀ ଓ ବର୍ଷା ପ୍ରିୟଦର୍ଶନି ଙ୍କ ସହ ଦେଖା ହୋଇଥିଲା କଲ୍ୟାଣୀ ଙ୍କର । ଆଉ କଲ୍ୟାଣୀ ବର୍ଷା ଙ୍କର ବଡ ଫ୍ୟାନ ହୋଇଥିବାରୁ ତାଙ୍କ ସହ ଫୋଟୋ ଉଠାଇ ଥିଲେ । ତାଙ୍କ ନମ୍ବର ମଧ୍ୟ ଆଗିଥିଲେ ଆଉ ଏହା ପରେ ସେମାନଙ୍କ ମଧ୍ୟରେ କଥାବାରତା ମଧୁ ହୁଏ । ଯେହେତୁ ବର୍ଷା ଏକ ଅଭିନେତ୍ରୀ ଆଉ ରାଜନୀତି ଆଡକୁ ମୁହାଁଉଛନ୍ତି ଠିକ ସେତିକି ବେଳେ ବର୍ଷା ଏବେ କୁଆଡେ ବ୍ୟସ୍ତ ରହୁଛନ୍ତି ।

ସେଥିପାଇଁ କଲ୍ୟାଣୀ କୁଆଡେ ଆୟୁଷି ସହ ଯୋଗାଯୋଗ କରିବେ ବୋଲି କଥା ହୋଇଥିଲା । ଆଉ ଆୟୁଷୀ ଓ ବର୍ଷା ଯେବେ ଭୁବନେଶ୍ଵର ଆସିଥିଲେ କଲ୍ୟାଣୀଙ୍କ ସହ ଦେଖା ସାକ୍ଷାତ ହୋଇଥିଲା । ଆଉ ଏହାରି ମଧ୍ୟରେ ଉଭୟଙ୍କ ମଧ୍ୟରେ ଦେଖା ସାକ୍ଷାତ ମଧ୍ୟ ହୋଇଛି । ଆଉ ସେଥିରେ କଲ୍ୟାଣୀଙ୍କୁ ଏକ ସୁନା ଦୋକାନରେ ବର୍ଷା ତାଙ୍କୁ ଚାକିରି କରେଇ ଦେଇଥାନ୍ତେ । ଆଉ ଆୟୁଷୀ ବି କୁଆଡେ କହିଥିଲେ ବର୍ଷା ଙ୍କ ସହ କଥା ହେଲେ ତାଙ୍କ ମାଲିକ ସହ କଥା ହୋଇ କଲ୍ୟାଣୀଙ୍କୁ ଚାକିରି କରାଇ ଦେବେ ।

ଆଉ ଏଥିପାଇଁ ୫୦ ହଜାର ଟଙ୍କା ସିକ୍ଯୁରିଟି ମନି ଦାବି କରିଥିଲେ ଆୟୁଷୀ । କଲ୍ୟାଣୀ ଏତେ ଟଙ୍କା ଦେଇପାରିବେ ନାହି ବୋଲି କହିଥିଲେ । ଧାର କରଜ କରି ୩୦ ହଜାର ଟଙ୍କା କଲ୍ୟାଣୀ ଆୟୁଷୀଙ୍କୁ ଦେଇଥିଲେ । କିନ୍ତୁ ତା ପର ଠାରୁ ନା ବର୍ଷା ନା ଆୟୁଷୀ ଫୋନ ଉଠାଇଲେ । ଆଉ କଲ୍ୟାଣୀଙ୍କ କହିବା କଥା ବର୍ଷା ସବୁ ଜାଣି ଚୁପ ରହିଲେ ଆଉ ଟଙ୍କା ନେଇଗଲେ । ଏହା ପରେ କଲ୍ୟାଣୀ ଦୁହିଙ୍କୁ ଭୁବନେଶ୍ଵର ଶ୍ରୀୟା ଛକରେ ଦେଖା କରିଥିଲେ । କିନ୍ତୁ ଦୁହେଁ କଲ୍ୟାଣୀଙ୍କୁ ଗାଳି ଗୁଲାଜ କରିଥିଲେ ଯାହା ପରେ ପୋଲିସ ତଦନ୍ତ କରିଛି ଅଭିଯୋଗ ଅନିଯାୟୀ ।  ବନ୍ଧୁଗଣ ଆପଣଙ୍କର ଏହି ଖବରକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *