Archana Nag ଦେଲେ ବଡ ବୟାନ, ଦେଖିବାକୁ ମିଳିଲା ଅର୍ଚନାଙ୍କ 3ଟି ରୂପ… ଦେଖନ୍ତୁ Video

ଦର୍ଶକ ବନ୍ଧୁ ବର୍ତ୍ତମାନର ବଡ ଖବର ରହିଛି ହନି ଟ୍ରାପ ଅର୍ଚ୍ଚନା ନାଗ ଙ୍କୁ ନେଇ । ବିସ୍ପୋରକ ବୟାନ ଦେଇଛନ୍ତି ଅର୍ଚ୍ଚନା । ଇଡି କୁ ରିମାଣ୍ଡରେ ଯିବା ପୂର୍ବରୁ ଗଣମାଧ୍ୟମ ସମୁଖରେ ଗର୍ଜିଥିଲେ ଅର୍ଚ୍ଚନା । ମାତ୍ର ୩୦ ମିନିଟ ରେ ପ୍ରମାଣ ସହ ଏକ୍ସକ୍ଲୁସିଭ ତଥ୍ୟ ଦେବୀ କହିବା ସହ ମୁଁ କେବେ ବି ଛାଡିବି ନାହି ଓ ଯେବେ ମୁହଁ ଖୋଲିବି ସେତେବେଳେ ସାରା ରାଜ୍ୟ ରେ ହଲଚଲ ହେବ ବୋଲି କହିଥିଲେ ଅର୍ଚ୍ଚନା । ଖାଲି ଏତିକି ନୁହେଁ ବରଂ ଇଡି ତଦନ୍ତକୁ ସ୍ଵାଗତ କରିଥିବା ସହ ଅର୍ଚ୍ଚନା ସବୁ ତଦନ୍ତର ପ୍ରସ୍ତୁତ ଥିବା କହିଛନ୍ତି ।

ଏହା ସହ ଯେତେ ତଦନ୍ତକାରୀ ସଂସ୍ଥା ଆସୁଛନ୍ତି ଆସନ୍ତୁ ବୋଲି ଖୋଲା ଚ୍ୟାଲେଞ୍ଜ ଦେଇଥିଲେ ସେ ଯାହାକୁ ନେଇ ଏବେ ସାରା ରାଜ୍ୟରେ ଚର୍ଚ୍ଚା ଚାଲିଛି । ଆଗକୁ ସେ କହିଛନ୍ତି ମୁଁ କଣ ଆତଙ୍କବାଦୀ କଣ ପାଇଁ ମୋ ମୂହନ ଆଖି ବାନ୍ଧି ନେଇଗଲେ ବୋଲି ପ୍ରଶ୍ନ କରିଛନ୍ତି । ଏଠି ସହ ସୋମବାର କୋର୍ଟ ରେ ହାଜର ପରେ ସୋ କଲ୍ଡ ଭିକ୍ଟିମ ଶ୍ରଦ୍ଧାଞ୍ଜଳି କୁଆଡେ ଗଲା ବୋଲି ପଚାରି ଥିଲା ବେଳେ ଗତ କାଲି ବି ସେହି ପ୍ରଶ୍ନ କୁ ଦୋହରାଇ ଥିଲେ । ଏହା ସହ ଶ୍ରଦ୍ଧାଞ୍ଜଳିର କଲ ରେକର୍ଡ ଯାଞ୍ଚ କାରାଯାଉ ବୋଲି କହିଛନ୍ତି ଅର୍ଚ୍ଚନା ।

ଅକ୍ଷୟ ପରିଜାଙ୍କ ନାଁ ରେ ଦେଇଥିବା ଏତାଲା ପରେ ତାର କଲ ଡିଟେଲ୍ସ ଯାଞ୍ଚ ହେଉ । କାହା କାହା ସହ ସେ କଥା ହୋଇଛି ସବୁ କିଛି ଯାଞ୍ଚ କରାଯାଉ । ଯଦି ସତସାହସ ଅଛି ଶ୍ରଦ୍ଧାଞ୍ଜଳି ସାମ୍ନା କୁ ଆସି ପ୍ରମାଣ ଦେଉ ବୋଲି କହିଛନ୍ତି ଅର୍ଚ୍ଚନା । ଆଉ କହିଲେ ମୋ ଛୁଆ ଠାରୁ ମୋତେ ଦୂରେଇ ଡେଲ ତରା ଲୁହ ନିଶ୍ଚୟ ପଡିବ । ରିମାଣ୍ଡରେ ଯିବା ବେଳେ ସେ କହିଲେ ମୋ ପାଟି ବନ୍ଦ କରି ମୋତେ ସେମାନେ ଆରେଷ୍ଟ କରିଲେ ମୁଁ ପ୍ରେସମିଟ କରିଥାନ୍ତି ମୁଁ କଣ ଆତଙ୍କବାଦୀ ।

ମୋ ଉପରେ ପ୍ରବଳ ଚାପ ପକା ଯାଉଛି ବୋଲି କହିଛନ୍ତି । କିଛି ନ ଜାଣି ମୋତେ ବଦନାମ କରିଲେ ମୋ ୫ ବର୍ଷର ଛୁଆକୁ ମୋ ଠାରୁ ଦୂରେଇ ଦେଲେ ତାର ଲୁହ ନିଶ୍ଚୟ ପଡିବ । ମୁଁ ସମୟକୁ ଅପେକ୍ଷା କରିଛି ଆଉ କାହାକୁ ଛାଡିବିନି ବୋଲି ରୋକଠୋକ କହିଛନ୍ତି ଅର୍ଚ୍ଚନା । ମୋତେ ଯଦି ଗିରଫ କରିଲା ୨୪ ଘଣ୍ଟାରେ କୋର୍ଟ ଫରୱାର୍ଡ ନ କରି କାହିଁକି ବାଲିଅନ୍ତା ଥାନାରେ ନଜର ବନ୍ଦୀ କରି ରଖାଗଲା ବୋଲି ପ୍ରଶ୍ନ କରିଛନ୍ତି ଅର୍ଚ୍ଚନା ।

ଦୁଇ ଜଣ ମିଶି ପଣସ ଖାଇ ମୋ ମୁଣ୍ଡରେ ଅଠା ବୋଲି ଦେଲେ ସେ କହିଥିବା ବେଳେ ସେମାନେ କିଏ ବୋଲି ପ୍ରଶ୍ନ ର ଉତ୍ତର ଦେଇ ନ ଥିଲେ । ତେବେ ସେ ମୁହଁ ଖୋଲିଲେ କେଉଁ କେଉଁ ନେତା ଓ ବଡ ବାବୁଙ୍କ ଗୁମର ଖୋଲିଥାନ୍ତା ତାହାକୁ ନେଇଏ ଏବେ ଚର୍ଚ୍ଚା ଚାଲିଛି । ତା ହେଲେ ବନ୍ଧୁଗଣ ଅପାନଙ୍କର ଅର୍ଚ୍ଚନା ନାଗ ଙ୍କ ବୟାନକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *