ଆଶ୍ଚର୍ଯ୍ୟ ହେଲେ ବି ସତ, ଟଙ୍କା ନୁହେଁ ATMରୁ ବାହାରୁଛି ସୁନା… ଦେଖନ୍ତୁ କଣ ସମ୍ପୂର୍ଣ୍ଣ ଖବର

ବନ୍ଧୁଗଣ ଏଟିଏମ କହିଲେ ସାଧାରଣ ଭାଷାରେ ଟଙ୍କା ଉଠାଇବା ମେସିନକୁ ହିଁ ବୁଝାଇଥାଏ । ସାଧାରଣତ ଏଟିଏମ ରେ ଟଙ୍କା ବାହାର କରାଯାଏ ଆଉ ଡିପୋଜିତ ମଧ୍ୟ କରାଯାଏ । ତେବେ ଯଦି ଆପଣ ଜାଣିବେ କି ଏମିତି ଏକ ଏଟିଏମ ରହିଛି ଯେଉଁଠି ଟଙ୍କା ବଦଳରେ ସୁନା ବାହାରୁଛି ତେବେ ଆପଣ ତାଯୁବ ହେବେ ନିଶ୍ଚୟ । ଆଜ୍ଞା ହଁ ଏହି କଥା ଟି ସତ । ହାଇଦ୍ରାବାଦ ରେ ଏମିତି ଏକ ଏଟିଏମ ତିଆରି ହୋଇଛି ଯେଉଁଥିରୁ ଟଙ୍କା ବଦଳରେ ସୁନାର କେନ ବାହାରୁଛି ।

ସୁନା ବ୍ୟବସାୟ କରୁଥିବା କମ୍ପାନୀ ଗୋଲ୍ଡ ସିକା ଦ୍ଵାରା ଏହି ଏଟିଏମ ଲଗା ଯାଇଛି । ଗୋଲ୍ଡ ଏଟିଏମ ଜରିଆରେ ଗ୍ରାହକ ନିଜର ଦେବିତ ଓ କ୍ରେଡିଟ କାର୍ଡ ଦ୍ଵାରା ସୁନାର କଏନ କିଣି ପାରିବେ । ଯେଉଁଥିରେ ୦.୫ ରୁ ଆରମ୍ଭ କରି ୧୦୦ ଗ୍ରାମ ଯାଏଁ ସୁନାର ମାତ୍ରାର ୮ଟି ବିକାପଲ ରହିଛି । ଗୋଲ୍ଡ ସିକା ପ୍ରାଇଭେଟ ଲିମିଟେଡ ଡିସେମ୍ବର ୩ରେ ହାଇଦ୍ରାବାଦ ସ୍ଥିତ ଷ୍ଟାଟ ଅପ କମ୍ପାନୀ MSQ ଟେକ୍ନୋଲୋଜି ପ୍ରାଇଭେଟ ଲିମିଟେଡର ଟେକନିକ ସମର୍ଥନରେ ନିଜର ପ୍ରଥମ ଗୋଲ୍ଡ ଏଟିଏମ ଲଞ୍ଚ କରିଥିଲା ।

କେବଳ ଭାରତରେ ନୁହେ ବିଶ୍ଵରେ ଏହା ପ୍ରଥମ ରିୟଲ ଟାଇମ ଗୋଲ୍ଡ ଏଟିଏମ । ଏହି ମେସିନରେ ୫ କିଲୋ ସୁନା ରଖିବାର କ୍ଷମତା ରହିଛି । ସେପଟେ ଗୋଲ୍ଡ ସିକା କମ୍ପାନୀର ଉପାଦକ୍ଷ କୁହନ୍ତି ୪ ବର୍ଷ ପୂର୍ବରୁ ସାଧନ କରା ଯାଇଥିବା ଏହି କମ୍ପାନୀ ବୁଲେନ ଟ୍ରେଡିଙ୍ଗ ଭିତରେ ଅନ୍ତର୍ଭୁକ୍ତ । ଆମ CEO ଏଟିଏମ ମେସିନ ମାଧ୍ୟମରେ ସୁନାର କଏନ ବାହାର କରିବାର ନୂଆ ଉପାୟକୁ ବଜାରକୁ ଆଣିବାକୁ ଚିନ୍ତା କରିଲେ ଯାହା ସମ୍ଭବ ମଧ୍ୟ ହେଲା ।

ଏହି ଗୋଲ୍ଡ ଏଟିଏମ ରେ ୫ କିଲୋ ଗ୍ରାମ ସୁନା ରଖିବାର ସାମର୍ଥ୍ୟ ଥିବା ବେଳେ ଏହାର ମୂଲ୍ୟ ପାଖା ପାଖି ୨ ରୁ ୩କୋଟି ତାଙ୍କ ଯାଏଁ ରହିଛି । ମେସିନରେ ୦.୫ ଗ୍ରାମ, ୧ ଗ୍ରାମ, ୨ ଗ୍ରାମ, ୫ ଗ୍ରାମ, ୧୦ ଗ୍ରାମ, ୨୦ ଗ୍ରାମ, ୫୦ ଗ୍ରାମ, ୧୦୦ ଗ୍ରାମ ଯାଏଁ ବିକଳ୍ପ ରହିଛି । ଏହି ସୁନାର କଏନ ସବୁ ୨୪ କ୍ୟାରେଟ ର ଥିବା ବେଳେ ଏହାର ଶୁଦ୍ଧତା ୯୯୯ ପ୍ରମାଣିତ ହୋଇଛି । ଭବିଷ୍ୟତରେ ଦେଶରେ ବିଭିନ୍ନ ରାଜ୍ୟରେ ଏହି କମ୍ପାନୀ ୩୦୦୦ ରୁ ଅଧିକ ଗୋଲ୍ଡ ଏଟିଏମ ସ୍ଥାପନ କରିବ ବୋଲି ସୂଚନା ମିଳିଛି ।

କେବଳ ଭାରତ ନୁହେଁ ବରଂ ବିଶ୍ଵ ସ୍ତର ରେ ମଧ୍ୟ କମ୍ପାନୀ ଏହି ଡହରାକୁ ବଜାୟ ରଖିବାର ଯୋଜନା କରିଛି ବୋଇ ସୂଚନା ମିଳିଛି । ତେବେ ଗୋଲ୍ଡ ଏଟିଏମ ଲଞ୍ଚ କରିବାର ପ୍ରକ୍ରିୟା ହାଇଦ୍ରାବାଦ ରେ ଲଞ୍ଚ ହେବା ପରେ ଆଗକୁ ଏହା ଅଧିକ କରାଯିବ ବୋଲି କୁହା ଯାଉଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଗୋଲ୍ଡ ଏଟିଏମ କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *