ପୁରୁଷ ଓ ନାରୀ କେଉଁ କର୍ମ କଲେ କଣ ଫଳ ମିଳିଥାଏ ? Ajira Anuchinta

ବନ୍ଧୁଗଣ ମଣିଷ ଆଜିର କଳି ଯୁଗରେ ପରସ୍ପର ପ୍ରତି ଭଲ ପାଇବା ରଖୁ ନାହି ଯାହା ପାଇଁ ଅନେକ ସମସ୍ଯା ଦେଖାଯାଉଛି । ଆଜିକା ଡେଟରେ ଘରେ କଳି ଝଗଡା ଦେଖା ଯାଉଛି । କାହାରି ଭିତରେ ସମ୍ପର୍କ ନାହି ଆଜିର କଳି ଯୁଗରେ । ମଣିଷ ହୋଇ ଯଦି ଭଲ ପାଇବା ଆଉ ସମ୍ପର୍କର ମହତ ବୁଝିପାରିବେ ନାହି ତେବେ ମଣିଷ ହୋଇ କିଛି ଲାଭ ନାହି । ସେଥିପାଇଁ ଆପଣଙ୍କୁ କଲା କର୍ମର ଫଳ ଭୋଗିବାକୁ ପଡିବ । ଆଜି ଆମେ ଆପଣଙ୍କୁ କେଉଁ କର୍ମ କରିଲେ କେଉଁ ପରିଣାମ ମିଳିଥାଏ ସେହି ବିଷୟରେ କହିବାକୁ ଯାଉଛୁ ।

ଘରେ ଛେଳି ଘରେ ରଖିଲେ ଦାରିଦ୍ରତା ବୃଦ୍ଧି ପାଏ । ପରିବାରର ଅମଙ୍ଗଳ ଦେଖାଦିଏ ଓ ଅଭାବ ଅନଟନ ଦେଖାଯାଏ । ଯଦି ଆପଣଙ୍କ ଘରେ ଝଗଡା ହେବ ତେବେ ସେହି ଘରେ କେବେ ବି ଧନ ରହିବ ନାହି । ଏଭାଲି ଘରେ ମା ଲକ୍ଷ୍ମୀଙ୍କ ବାସ ରହିବ ନାହି । ଯେ କୌଣସି କାର୍ଯ୍ୟ କରିଲେ ଅସଫଳ ହେବେ । ଗୃହରେ ନିୟମିତ ଗୀତା, ଭାଗବତ ପୁରାଣ ପାଠ କରିଲେ ସେହି ଘରେ ମା ଲକ୍ଷ୍ମୀ ବାସ କରନ୍ତି । ଏହା ସହ ଧନର ବୃଦ୍ଧି ହୋଇଥାଏ । ସ୍ଵାମୀ ସ୍ତ୍ରୀ ମଧ୍ୟରେ ବାକ ଯୁଦ୍ଧ ଲାଗି ରହିଲେ ମା ଲକ୍ଷ୍ମୀ ଅସାନ୍ତି ହୁଅନ୍ତି ।

ଯେତେ ରୋଜଗାର କରିଲେ ବି ଅଣ୍ଟିବ ନାହି ଅସାନ୍ତି ଦେଖାଯିବ । ଜୀବନରେ ଦାନ କରିଲେ ପୂଣ୍ୟ ମିଳିଥାଏ । କିନ୍ତୁ ଯେଉଁ ମାନେ ଠକି ଦାନ ମାଗିଥାନ୍ତି ବା କାହାକୁ ଦାନ ଦିଅନ୍ତି ନାହି ସେମାନେ ଜୀବନରେ ଦୁଖ ଭୋଗ କରିଥାନ୍ତି । ଆପଣ ଶୁଦ୍ଧ ମନରେ ଦାନ କରିଲେ ପୂଣ୍ୟ ମିଳିଥାଏ । ସ୍ଵାମୀ ସ୍ତ୍ରୀ ସବୁବେଳେ ଅସାନ୍ତି ଘରେ ରହୁଥିଲେ ଯେତେ ଟଙ୍କା ଇନକମ କରିଲେ ବି ଅଭାବ ରହିବ । ପିତା ମାତା ଆପଣଙ୍କୁ ଗାଳି ଦେଲେ ଜାଣିବେ ସେ ଆପଣଙ୍କ ପାଇଁ ଭଲ ଚିନ୍ତା କରୁଛନ୍ତି ।

ବାପା ମା ଙ୍କ ଛାଡ ଦୁନିଆରେ ଆଉ କେହି ଭଲ ପାଇବେ ନାହି ଅଧିକା । କେବେ ବି ବାପା-ମା ଙ୍କୁ ଅସମ୍ମାନ ବା ବେଖାତିର କରିବେ ନାହି । ସନ୍ତାନ ମାନେ ହେଉଛନ୍ତି ପିତା-ମାତା ଙ୍କ ଅମୂଲ୍ୟ ସମ୍ପଦ । କିନ୍ତୁ ଯେଉଁ ପିଲା ପିତା-ମାତା ଙ୍କର ଅବମାନନା କରିଥାନ୍ତି ସେମାନେ ଜୀବନରେ ଦୁଖ ଭୋଗ କରିଥାନ୍ତି । ପିତା-ମାତା ଙ୍କୁ ଅପମାନ କରି ଯିଏ ଭଗନନାଙ୍କୁ ପୂଜା କରେ ସେ କେବେ ସୁଫଳ ପାଏ ନାହି । ଯେଉଁ ସନ୍ତାନ ପିତା-ମାତା ଙ୍କୁ ଦେବତା ଭାବି ପୂଜା କରେ ତାର କୌଣସି କାର୍ଯ୍ୟରେ ବିପତ୍ତି ପଡେ ନାହି ।

ତେଣୁ ବାପା-ମା ଙ୍କୁ ଭକ୍ତି କରନ୍ତୁ ଆଉ ସେମାନଙ୍କୁ ସୁଖରେ ରଖନ୍ତୁ । ପିତା-ମାତା ଙ୍କୁ ନିଷ୍ଠା, ଏକାଗ୍ରତା ସହ ସ୍ମରଣ କରିଲେ ସାତ ଜନ୍ମ ପାପରୁ ମୁକ୍ତି ପାଇବେ । କୌଣସି ତୀର୍ଥ ଭ୍ରମଣ କରିବା ଦରକାର ନାହି ଖାଲି ବାପା-ମା ଙ୍କୁ ଭଲରେ ରଖନ୍ତୁ । ଗରିବ ଲୋକଙ୍କୁ ଦାନ କରିବା ସହ ଭୋଜନ କରାଇଲେ ଘରେ ଧନର ବୃଦ୍ଧି ହୋଇଥାଏ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *