Anubhabଙ୍କ ଘରେ କେମିତି ପୂଜା କରୁଛନ୍ତି Barsha Priyadarshini ଦେଖି ଆଶ୍ଚର୍ଯ୍ୟ ହେବେ, ଦେଖନ୍ତୁ Video

ଓଲିଉଡ ଜଗତରେ ଜବରଦସ୍ତ ଅଭିନୟ କରି ଅଭିନେତା ଓ ଅଭିନେତ୍ରୀ ମାନେ ନିଜର ବେଷ୍ଟ ପର୍ଫୋମାଂସ ଦେଇଛନ୍ତି ଯାହାକୁ ଦର୍ଶକ ମାନେ ବେଶ ପସନ୍ଦ କରିବା ସହ ବହୁତ ସାରା ଭଲ ପାଇବା ମଧ୍ୟ ଦେଇଛନ୍ତି । ତେବେ ଓଡିଆ ଇଣ୍ଡଷ୍ଟ୍ରି ରେ ଯେଉଁ କଳାକାର ମାନେ ବୈବାହିକ ଜୀବନରେ ଅଛନ୍ତି ସେମାନେ ନିଜର ବ୍ୟକ୍ତିଗତ ଜୀବନୀକୁ ସୋସିଆଲ ମିଡିଆରେ ଚର୍ଚ୍ଚା ରେ ରହିଥାନ୍ତି । ଆଜି ଆମେ ଆପଣ ମାନଙ୍କୁ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶୀନୀ କିପରି ଅନୁଭବ ଙ୍କ ଘରେ ସରସ୍ଵତୀ ପୂଜା ପାଳନ କରିଛନ୍ତି ସେହି ବିଷୟରେ ବିସ୍ତାର ଭାବେ କହିବାକୁ ଯାଉଛୁ ।

ଆପଣ ମାନେ ଓଡିଆ ଇଣ୍ଡଷ୍ଟ୍ରି ର ସୁପର ଷ୍ଟାର ଅନୁଭବ ମହାନ୍ତି ଙ୍କୁ ବେଶ ଭଲ ଭାବେ ଜାଣିଥିବେ । ସେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଙ୍କୁ ୨୦୧୪ ମସିହାରେ ବିବାହ କରିଥିଲେ । ଦୁହେଁ ଅନେକ ସମୟ ଧରି ପ୍ରେମ ବନ୍ଧନ ରେ ରହିବା ପରେ ପରସ୍ପର ର ଜୀବନ ସାଥି ରୂପେ ବିବାହ ବନ୍ଧନ ରେ ଆବଦ୍ଧ ହୋଇଥିଲେ । କିନ୍ତୁ ବିବାହର କିଛି ଦିନ ପରେ ଦୁହିଙ୍କ ମଧ୍ୟରେ କୌଣସି କାରଣରୁ ପାରିବାରିକ ବିବାଦ ସୃଷ୍ଟି ହୋଇଥିଲା ।

ଯାହା ପୋଇନ ଦୁହେଁ କୋର୍ଟ ର ଦ୍ଵାରସ୍ଥ ମଧ୍ୟ ହୋଇଥିଲେ । ତେବେ ଦୁହିଙ୍କ ପାରିବାରିକ କଳହର ମାମଲା ବର୍ତ୍ତମାନ କୋର୍ଟ ରେ ବିଚାରଧୀନ ଅବସ୍ଥା ରେ ରହିଛି । ତେବେ ବର୍ଷା ଏବେ ବି ଅନୁଭବଙ୍କ ଘରେ ରହୁଛନ୍ତି ଯାହା ଆପଣ ମାନେ ନିଶ୍ଚୟ ଜାଣିଥିବେ । ତେବେ ଗତ କାଲି ମା ସରସ୍ଵତୀ ପୂଜା ବର୍ଷା ଅନୁଭବଙ୍କ ଘରେ ପାଳନ କରିଛନ୍ତି ଯାହାର ଭିଡିଓ ଆପଣ ମାନେ ଦେଖି ପାରିବେ ।

ବର୍ଷା ନିଷ୍ଠାର ସହ ମା ସରସ୍ଵତୀଙ୍କ ପୂଜା କରିବା ସହ ଘରେ ହୋମ ମଧ୍ୟ କରିବାର ନଜର ଆସୁଛନ୍ତି । ତେବେ ବର୍ଷା ନିଜେ ପୂଜା ରେ ବସିବା ସହ ମା ସରସ୍ଵତୀଙ୍କର ଆଳତି କରି ଶ୍ରଦ୍ଧା ର ସହ ପୂଜା ସମ୍ପନ୍ନ କରିଛନ୍ତି । ଯାହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଚର୍ଚ୍ଚା ର ବିଷୟ ହୋଇ ପଡିଛି । ପୂଜକ ମନ୍ତ୍ର ପଡିବା ସହ ମା ସରସ୍ଵତୀଙ୍କର ପୂଜା ବିଧି ବିଧାନ ସହକାରେ ଶେଷ କରିଛନ୍ତି ଯେଉଁଥିରେ ବର୍ଷା ଯୋଗ ଦେଇଥିଲେ ।

ବର୍ଷା ଓ ଅନୁଭବଙ୍କ ପାରିବାରିକ କଳହର ବିବାଦ ରେ ଗୋଟିଏ ପରେ ଗୋଟିଏ ଟ୍ଵିଷ୍ଟ ଆସୁଛି ଯାହା ଖୁବ ଚର୍ଚ୍ଚା ରେ ରହିଛି । ତେବେ ବର୍ଷା ପୂଜା ରେ ଶାଢୀ ପିନ୍ଧି ମୁଣ୍ଡରେ ଓଢଣା ଦେଇ ଓଡିଆ ଘରର ବୋହୁ ଭଳି ଏହି ପୂଜାକୁ ରୀତିନୀତି ଅନୁସାରେ ଶେଷ କରିଛନ୍ତି ।

ଏହା ସହ ସେ ଭୋଗ ଅନ୍ୟ ମାନଙ୍କୁ ବାଣ୍ଟିବାର ମଧ୍ୟ ଏହି ଭିଡିଓ ରେ ନଜର ଆସୁଛନ୍ତି । ତେବେ ଏହି ପୂଜା ରେ ବର୍ଷା ଙ୍କ ସହ ତାଙ୍କ ପରିବାର ଓ ଅନୁଭବ ଯୋଗ ନ ଦେଇଥିବାର ନଜର ଆସୁଛି ।

ବନ୍ଧୁଗଣ ଆପଣ ମାନଙ୍କର ବର୍ଷା ପ୍ରିୟଦର୍ଶିନୀଙ୍କର ସରସ୍ଵତୀ ପୂଜା ପାଳନ କେମିତି ଲାଗିଲା ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *