ହତ୍ୟା ପାଇଁ ହୋଇଥିଲା ଷଡଯନ୍ତ୍ର! Lata Mangeshkarଙ୍କ ବିଷୟରେ କିଛି ଏଭଳି କଥା ଯାହା ଆଗରୁ କେବେ ଆପଣ ଜାଣି ନଥିବେ

ଲତା ମଙ୍ଗେସ୍କର ଯିଏ କି ଭାରତ ପାଇଁ ଗର୍ବ । ଆମ ସ୍ଵର ଆଉ ନାହି କହିଲେ ଚାଲିବ । 3 ପିଢୀ ରୁ ଅଧିକା ଙ୍କୁ ସେ ଦେଇଛନ୍ତି ନିଜର କଳାର ପ୍ରତିଭା । ସେ ଆଜି ଆଉ ଆମ ଗହଣରେ ନାହାଁନ୍ତି 93 ବୟଶରେ ସେ ଦୁନିଆରୁ ବିଦାୟ ନେଇଛନ୍ତି । ତାଙ୍କ ଜୀବନ ଆରମ୍ଭ ହୋଇ ଥିଲା ଇନ୍ଦୋର ସହର ରୁ ତାଙ୍କର ଯାତ୍ରା ଆରମ୍ଭ ହୋଇଥିଲା 1938 ମସିହାରେ । ପିତା ଥିଲେ ମହାନ ସଂଗୀତକାର ଦିନାନାଥ ମଙ୍ଗେସ୍କର ତାଙ୍କ ନାମ ଥିଲା ହାଡିକର ସେ କିନ୍ତୁ ଗୋଆ ର ମଙ୍ଗା ରୁ ଆସିଥିବା ହେତୁ ତାଙ୍କ ନାମକୁ ମଙ୍ଗେସ୍କର କରାଇଥିଲେ ।

ଏହା ପର ଠାରୁ ତାଙ୍କ ସନ୍ତାନ ମାନେ ମଧ୍ୟ ଏହି ନାମ କୁ ଧାରଣ କରି ଥିଲେ । ଲତାଙ୍କ ନାମ ପ୍ରଥମେ ଥିଲା ହେମା କିନ୍ତୁ ତାଙ୍କ ପିତା ଏହାକୁ ବଦଳାଇ ଦେଇ ଥିଲେ ଓ ଲତା ନାମ ବାଛି ଥିଲେ ନିଜ ଝିଅ ପାଇଁ । ହେମାବନ୍ଧନ ଯାହା ତାଙ୍କ ପିତାଙ୍କ ଏକ ନାଟକ ଥିଲା । ପିଲା ଦିନୁ ସେ ସ୍କୁଲ ଯାଇ ନଥିଲେ କଣ ପାଇଁ ।

ନିଜ 5 ବର୍ଷ ବୟସରୁ ସେ ସ୍କୁଲ ଯାଇ ଥିଲେ ସତ କିନ୍ତୁ ଠାରେ ନିଜ ସାନ ଭଉଣୀ ଙ୍କୁ ନେଇ ସେ ସ୍କୁଲ ଯାଇ ଥିବା ବେଳେ ଶିକ୍ଷକ ତାକୁ ଶ୍ରେଣୀରେ ପଶିବା ପାଇଁ ଅନୁମତି ଦେଇ ନଥିଲେ । ଏହା ପରେ ଆଉ ଯାଇ ନଥିଲେ ଲତା । 13 ବର୍ଷ ବୟଶରେ ଗାଇବା ଆରମ୍ଭ କ୍କରିଥିଲେ । କାରଣ ସେହି ବୟଶରେ ତାଙ୍କ ପିତା ତାଙ୍କୁ ଛାଡି ଚାଲି ଯାଇଥିଲେ ।

କ୍ଯାରିୟର ଆରମ୍ଭରେ ସେ କିଛି ହିନ୍ଦୀ ଓ ମରାଠୀ ଗୀତ ଗାଇବା ଆରମ୍ଭ କରିଥିଲେ । ସେ ମରାଠୀ ଅଭିନୟ କରିଥିଲେ । ମାତ୍ର ସେ 1942 ମଶିହାରେ ତାଙ୍କ ଗୀତା ପ୍ରଥମ ଥର ଶୁଣିବା ପାଇଁ ମିଳିଥିଲା । ସେ ଅନେକ ଥର ରିଜେକ୍ଟ ହୋଇଛନ୍ତି କାରଣ ତାଙ୍କ ସ୍ଵର ପତଳା ବୋଲି । ପ୍ରଥମଥର ମଜ୍ବୂର ର ଚଳଚିତ୍ର ରେ ଦିଲ ମେରା ତୋଡା ଗୀତ ସେ ଗାଇଥିଲେ ।

1949 ମସିହାରେ ସେ ମହଲ ର ଗୀତା ଆଏଗା ଗୀତା ଗାଇବା ପରେ ଆଉ ପଛକୁ ଫେରି ନାହାଁନ୍ତି । ଲତା 36 ଭାଷାରେ ଗୀତ ଗାଈ ଛନ୍ତି । ସେ ହିନ୍ଦୀ ସହ ଅନ୍ୟ ଭାଷାରେ ମଧ୍ୟ ଗୀତ ଗାଇଛନ୍ତି ସେ ଓଡିଆ ରେ ମଧ୍ୟ ଗୀତ ଗାଇଛନ୍ତି ।

ଏହି ଭଳି କିଛି ଭାରତର ଭାଷା ନାଇଁ ଯାହା ଲତା ଙ୍କ କଣ୍ଠରୁ ନ ବାହାରି ଥିବା । ଯେତେବେଳେ ସେ ନିଜ କ୍ଯାରିୟର ର ଚରମ ସୀମାରେ ଥିଲେ ହତ୍ୟା ପାଇଁ ଉଦ୍ୟମ କରା ଯାଇଥିଲା ତାଙ୍କୁ । ଲତା ଙ୍କୁ ରାସ୍ତାରୁ ହଟାଇବା ପାଇଁ 1962 ରେ ତାଙ୍କୁ ସ୍ଲୋ ପଏଜନ ଦିଆ ଯାଇ ଥିଲା ।

ଦିନେ ସେ ସୋଇକି ଉଠିବା ବେଳେ ଖୁବ ଯନ୍ତ୍ରଣା ଅନୁଭବ କରିଥିଲେ । ଯାହା ଡାକ୍ତର ମାନେ କହିଥିଲେ କି ତାଙ୍କୁ ସ୍ଲୋ ପଏଜନ ଦିଆ ଯାଇଥିଲା । ତେବେ ଏହା କିଏ ଓ କାହିଁକି କରିଥିଲା ଜଣା ନଥିଲା । ସେ ବିବାହ କରି ନଥିଲେ ତାଙ୍କ ଭାଇ ଭଉଣୀ ଙ୍କ ପାଇଁ ସେ ଚିର କୁମାରୀ ହୋଇ ରହୀ ଯାଇଥିଲେ ।

Leave a Reply

Your email address will not be published. Required fields are marked *