ଆପଣଙ୍କ ଜୀବନ ଓ ଘରକୁ ସ୍ଵର୍ଗ ବନେଇ ଦେଇଥାନ୍ତି ଏହି 3ନାମର ଝିଅ- Jyotisha Shastra

ନାରୀର ଅନ୍ୟନାମ ହେଉଛି ଦୁହିତା । କାରଣ ସେମାନେ ଦୁଇ କୁଳ ର ହିତ କରିଥାନ୍ତି । ସେମାନେ ଉଭୟ ବାପ ଘର ଓ ଶାଶୁଘର ର ଲଷ୍ମୀ ଅଟନ୍ତି । ସେହିପରି କିଛି ଝିଅ ଅଛନ୍ତି ଯେଉଁମାନେ ବହୁତ ଭାଗ୍ୟବତୀ ଅଟନ୍ତି ସେମାନଙ୍କ ସହ ଯେଉଁ ମାନେ ବିବାହ କରିବେ ସେହି ପୁଅ ଓ ତାଙ୍କ ଘରର ସଦସ୍ୟଙ୍କ ଭାଗ୍ୟ ବଦଳି ଯିବ । ତେବେ ଏହା ସତ୍ୟ ଅଟେ କି ବିବାହ ଦୁଇଟି ମନ ଓ ଆତ୍ମାର ମିଳନ ଅଟେ । ବିବାହ ଏକ ପବିତ୍ର ବନ୍ଧନ ଅଟେ ।

ଏଥିରେ ନବ ବିବାହିତ ଯୋଡିଙ୍କୁ ସମସ୍ତଙ୍କ ଆର୍ଶୀବାଦ ସହ ଦେବାଦେବୀଙ୍କ ଆର୍ଶୀବାଦ ମଧ୍ୟ ପ୍ରାପ୍ତ ହୁଏ । ଯାହା ଫଳରେ ସେମାନଙ୍କ ବ୍ୟବହାହିକ ଜୀବନ ସୁଖମୟ ରହିବ । କିନ୍ତୁ ଆର୍ଶୀବାଦ ରେ ବିବାହିକ ଜୀବନ ସୁଖମୟ ହୁଏ ନାହିଁ । ଏହା କେବଳ ନବ ବିବାହିତ ଯୋଡଙ୍କ କଲ୍ୟାଣ କରିଥାଏ ।

କିନ୍ତୁ ବିବାହକୁ ସୁଖମୟ ଓ ଶାନ୍ତି ପୂର୍ଣ୍ଣ ରଖିବାକୁ ହେଲେ ନାରୀ ର ଯେତିକି ଅବଦାନ ରହିବ ସେତିକି ଅବଦାନ ପୁରୁଷ ର ମଧ୍ୟ ରହିବା ଦରକାର । ଯେପରି ତରାଜୁ ରେ ୨ ଭାଗ ସମାନ ଓଜନ ରହିବା ଦରକାର ଯଦି କୌଣସି ଗୋଟିଏ ଭାଗ କେବେବି ସବୁ ଭାର ସମ୍ଭାଳି ନଥାଏ । ସେହିପରି ଦାମ୍ପତ୍ୟ ଜୀବନ ରେ ଉଭୟ ସ୍ୱାମୀ ଓ ସ୍ତ୍ରୀ ଦୁଇ ଜଣଙ୍କ ର ସମାନ ଦାୟିତ୍ୱ ରହିଥାଏ। ପରସ୍ପର ପ୍ରତି ସମାନ ସମ୍ମାନ, ପ୍ରେମ, ରହିବା ଉଚିତ ।

ପରସ୍ପରକୁ ସଠିକ ଭାବେ ବୁଝିବା ଦରକାର ତେବେ ଯାଇ ଗୋଟିଏ ସୁଖ ଓ ଶାନ୍ତି ପୂର୍ଣ୍ଣ ଦାମ୍ପତ୍ୟ ଜୀବନ ଗଠିତ ହେବ । ତେବେ ଆଜି ଜାଣିବା କେଉଁ ନାଁ ର ଝିଅ ମାନଙ୍କୁ ବିବାହ କରିବା ଭାଗ୍ୟବାନ ପୁରୁଷଙ୍କ ର ଭାଗ୍ୟରେ ଅଛି । ପ୍ରଥମ ଅକ୍ଷର J । ଏହି ଅକ୍ଷର ଝିଅ ମାନେ ବହୁତ ନରମ ସ୍ୱଭାବର । ଏମାନେ ବହୁତ ସ୍ୱଚ୍ଛ ମନର ଅଟନ୍ତି । ଏମାନେ ନିଜର ପତିକୁ ବହୁତ ଭଲ ପାଇବେ । ଏମାନେ ନିଜ ପରିବାର ଓ ସ୍ୱାମୀଙ୍କ ଖୁସି ର ଧ୍ୟାନ ରଖନ୍ତି। ଦ୍ଵିତୀୟ ଅକ୍ଷର T ।

ଏହି ଅକ୍ଷରର ଝିଅମାନେ ବହୁତ ଭାଗ୍ୟବତୀ ଅଟନ୍ତି । ଏମାନେ ନିଜ ସ୍ୱାମୀ ଓ ଶ୍ୱଶୁର ଘର ପାଇଁ ସୌଭାଗ୍ୟ ନେଇକି ଆସିଥାନ୍ତି । ଏମାନେ ନିଜ ପରିବାରର ଖୁସି ପାଇଁ କିଛି ବି କରିବା ପାଇଁ ସର୍ବଦା ପ୍ରସ୍ତୁତ ଥାଆନ୍ତି। ତୃତୀୟ ଅକ୍ଷର ହେଉଛି Z । ଏହି ଅକ୍ଷରର ଝିଅ ମାନେ ନିଜ ସ୍ୱାମୀଙ୍କୁ ସ୍ୱଚ୍ଛ ମନରେ ଭଲ ପାଇଥାନ୍ତି । ଏମାନେ ନିଜ ସ୍ୱାମୀଙ୍କୁ କୌଣସି କଥା ଲୁଚାନ୍ତି ନାହିଁ । ନିଷ୍ଠା ରେ ସ୍ୱାମୀ ସେବା କରିଥାନ୍ତି ଏହା ଛଡା ଏମାନେ ଲଷ୍ମୀବନ୍ତ ଅଟନ୍ତି ।

ଏମାନେ ନିଜ ସ୍ବାମୀଙ୍କ ପାଇଁ ସୌଭାଗ୍ୟ ଓ ଧନ ଆଣିଥାନ୍ତି। କହିବାକୁ ଗଲେ ଏହି ନାମର ଝିଅମାନେ ପତିବ୍ରତା ଅଟନ୍ତି । ତେଣୁ ଆପଣ ଯଦି ବିବାହ କରିବା ଉଦ୍ଧେଶ୍ୟରେ ଅଛନ୍ତି ଓ ଏହି ନାମର ଯଦି କୌଣସି ଝିଅଙ୍କ ପ୍ରସ୍ତାବ ଆପଣଙ୍କ ପାଇଁ ଆସେ ତେବେ ଆପଣ ତୁରନ୍ତ ହଁ କହିବେ । କାରଣ ଏହି ୩ ଟି ନାଁ ର ଝିଅ ମାନେ ବହୁତ ଭାଗ୍ୟବତୀ ଅଟନ୍ତି । ଏମାନଙ୍କୁ ବିବାହ କରିବା ଅତ୍ୟନ୍ତ ସୌଭାଗ୍ୟ ର କଥା ଅଟେ ।

Leave a Reply

Your email address will not be published. Required fields are marked *