Operation କରିବା ସମୟରେ ଡାକ୍ତର କାହିଁକି Blue ବା Green ରଙ୍ଗର କପଡା ପିନ୍ଧନ୍ତି?

ହସ୍ପିଟାଲରେ ଡାକ୍ତରଙ୍କୁ ଅପରେସନ କଲା ସମୟରେ ଗ୍ରୀନ କି ବ୍ଲୁ କଲରର କପଡା ପିନ୍ଧି ଥିବାର ଦେଖିଥିବେ । କଣ କେବେ ଆପଣଙ୍କ ମନରେ ଏହି ପ୍ରଶ୍ନ ଆସିନି କି କଣ ପାଇଁ ଡାକ୍ତର ବ୍ଲୁ କି ଗ୍ରୀନ ରଙ୍ଗର କପଡା କାହିଁକି ପସନ୍ଦ କରି ଥାନ୍ତି, ଲାଲ, ହଳଦିଆ ଓ ଅନ୍ୟ ରଙ୍ଗର କପଡା କାହିଁକି ପିନ୍ଧି ନଥାନ୍ତି ।

ଖାଲି ସେତିକି ନୁହେଁ ହସ୍ପିଟାଲର ପର୍ଦା ମଧ୍ୟ ବ୍ଲୁ ଓ ଗ୍ରୀନ ରଙ୍ଗର ହୋଇଥାଏ । ହସ୍ପିଟାଲର କର୍ମୀ ମାନେ ମଧ୍ୟ ଗ୍ରୀନ ଓ ବ୍ଲୁ ରଙ୍ଗର କପଡା ପିନ୍ଧି ଥାନ୍ତି । କୁହାଯାଏ ପ୍ରଥମେ ଡାକ୍ତର ଅପରେସନ ସମୟରେ ଓ ସବୁ କର୍ମଚାରୀ ଧଳା ପିନ୍ଧୁଥିଲେ କିନ୍ତୁ ୧୯୧୪ ରେ ଜଣେ ପ୍ରଭାବସଲି ଡାକ୍ତର ଏହି ପାରମ୍ପରିକ ଡ୍ରେସକୁ ଗ୍ରୀନ ରଙ୍ଗରେ ବଦଳାଇ ଦେଲେ । ସେବେଠୁ ଏହି ଚଳନ ଚାଲିଛି ଓ ଡାକ୍ତର ବ୍ଲୂ ଓ ଗ୍ରୀନ ରଙ୍ଗର କପଡା ପିନ୍ଧୁଛନ୍ତି ।

ଏଥିପାଇଁ ପିନ୍ଧୁଛନ୍ତି ଗ୍ରୀନ ଓ ସବୁଜ କପଡା

ସର୍ଜରୀ ସମୟରେ ଡାକ୍ତର ଏଥିପାଇଁ ଗ୍ରୀନ କି ବ୍ଲୁ କପଡା ପିନ୍ଧିବା ଆରମ୍ଭ କରିଥିଲେ, କାରଣ ଏହି ଦୁଇଟି ରଙ୍ଗ ଆଖିକୁ ଆରମ ଦେଇଥାଏ । ଯଦି ଆପଣ କେବେ ନଜର ଦେଇଥିବେ ତ ଜାଣି ପାରିବେ କି ଯଦି ଆପଣ କୌଣସି ରଙ୍ଗକୁ ଲଗାତର ଦେଖୁଥିବେ ତ ଆଖି ଥକି ଯାଇଥାଏ । କୌଣସି ଚମକଦାର ଜିନିଷ ଯେମିତିକି ସୂର୍ଯ୍ୟକୁ ଯଦି ଅଧିକ ସମୟ ଚାହିଁବେ ତା ପରେ ଆଖିରେ କିଛି ସମୟ ପର୍ଯ୍ୟନ୍ତ ଅନ୍ଧାର ଲାଗିଥାଏ ।

ଆମେ ଜଲ୍ଦି କେଉଁ ଜିନିଷକୁ ଠିକସେ ଦେଖି ପାରିନଥାନ୍ତି । ଯଦି ସଙ୍ଗେ ସଙ୍ଗେ ଗ୍ରୀନ ରଙ୍ଗକୁ ଦେଖିଥାନ୍ତିତ ଆଖିକୁ ଶାନ୍ତି ଲାଗିଥାଏ । ବୈଜ୍ଞାନିକ ଦୃଷ୍ଟିକୋଣରେ ଦେଖିଲେ ଆମ ଆଖିର ଜୈବିକ ନିର୍ମାଣ କିଛି ଏମିତି ହୋଇଥାଏ ମୂଳତଃ ଲାଲ, ଗ୍ରୀନ, ଦେଖିବାରେ ସକ୍ଷମ ହୋଇଥାଏ । ଏହି ରଙ୍ଗ ମିଶ୍ରଣରେ ବନିଥିବା ଅନ୍ୟ କୋଟିଏ ରଙ୍ଗକୁ ମଣିଷ ଆଖି ଚିହ୍ନିଥାଏ ।

କିନ୍ତୁ ଅନ୍ୟ ସବୁ ରଙ୍ଗ ତୁଳନାରେ ଆମ ଆଖି ଗ୍ରୀନ ଓ ବ୍ଲୁ ରଙ୍ଗ ଠିକସେ ଦେଖିପାରିଥାଏ । ଏହି ଦୁଇଟି ରଙ୍ଗ ଆଖିକୁ କାଟି ନଥାଏ । ଏହି କାରଣରୁ ହସ୍ପିଟାଲରେ ସବୁ କର୍ମଚାରୀ ଏହି ଦୁଇ ରଙ୍ଗର କପଡା ପିନ୍ଧିଥାନ୍ତି । ହସ୍ପିଟାଲକୁ ଆସୁଥିବା ଓ ରହୁଥିବା ରୋଗୀଙ୍କ ଆଖିକୁ ଆରମ ମିଳିଥାଏ । ସେଥିପାଇଁ ଡାକ୍ତର ଗ୍ରୀନ ଓ ବ୍ଲୁ କପଡା ପିନ୍ଧି ଥାନ୍ତି ।

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *