ଜାଣନ୍ତୁ ସାଇନସର କେଉଁ ଲକ୍ଷଣ ଅଟେ ଖତର୍ନାକ, ଘରୋଇ ଉପାଯରେ କେମିତି କରିବେ ଏହାକୁ ଦୂର

ଯେକୌଣସି ଋତୁ ହେଉନା କାହିଁ କେତେକ ଲୋକ ଅଛନ୍ତି ସେମାନଙ୍କୁ ସବୁବେଳେ ଥଣ୍ଡା କଫ ଲାଗି ରହିଥାଏ । ଯଦି ଥଣ୍ଡା କଫର ସମସ୍ୟା ଶୀଘ୍ର ଦେଖାଦିଏ ତ ଏହାର କାରଣ ସାଇନୋଷାଇଟିସ ରୋଗ ହୋଇଥାଏ । ଯାହାକୁ ଆମେ ଆମ ଭାଷାରେ ସାଇନସ କହିଥାଉ । ଆମ ମତିଷ୍କରେ ଗୋଟେ ହୋଲ ଥାଏ । ଯାହାଦ୍ଵାରା ଆମେ ନିଶ୍ବାସ ପ୍ରଶ୍ଵାସ ନେଇଥାଉ ଓ ମୁଣ୍ଡ ହାଲୁକା ରହିଥାଏ । ସେଇ ହୋଲ ଟିକୁ ସାଇନସ କୁହନ୍ତି । ଯେତେବଳେ ସାଇନସ ରେ କଫ ଭରିଯାଏ ସେତେବେଳେ ନିଶ୍ବାସ ପ୍ରଶ୍ଵାସ ନେବାରେ କଷ୍ଟ ହୋଇଥାଏ । ଏହି ରୋଗକୁ ଅଣଦେଖା କଲେ ପରେ ବିପଦଜନକ ହେଇପାରେ ।

Image Courtesy: Google

ସାଇନସର ଲକ୍ଷଣ-

ସାଇନସ୍ କାରଣରୁ ମଥା ଓ ତଣ୍ଟି ମୂଳ ଦରଜ ହୋଇଥାଏ । ମୁଣ୍ଡବିନ୍ଧା ଶୋଇଲେକି ତଳକୁ ନଇଁଲେ ବେଶୀ ବଢିଯାଏ । କେବେ କେବେ ନାକ ବନ୍ଦ ହେଇଯିବା,ଥକାପଣ, ଥଣ୍ଡା ଜର, ନାକରୁ ସିଂଘାଣି ବୋହିବା ଇତ୍ୟାଦି ଏହିସବୁ ଏହାର ଲକ୍ଷଣ ହୋଇଥାଏ । ଏହା ଏକ ସ୍ବାସ୍ଥ୍ୟ ସମସ୍ୟା ଯାହାକୁ ସମ୍ପୂର୍ଣ୍ଣ ଠିକ କରିହେବନି, କିନ୍ତୁ କିଛି ଘରେଇ ଉପଚାର ଦ୍ଵାରା ଏଥିରୁ ଆରାମ ମିଳିପାରିବ । ଆସନ୍ତୁ ଜାଣିବା କିଛି ଘରୋଇ ଉପଚାର ବିଷୟରେ ।

Image Courtesy: Google

ଆପଲ ସାଇଡର ଭିନେଗାର-

ସାଇନସ୍ ର ପ୍ରଥମ ସଂକେତ ପାଇବା ପରେ 180 ମିଲି ଲିଟର ପାଣିରେ 1ରୁ 2 ଚାମଚ୍ ଆପଲ ସାଇଡର ଭିନେଗାର ଓ 1ଚାମଚ ମହୁ ମିଶାଇ ଦିନକୁ 3 ଥର 5 ଦିନ ଯାଏ ଖାଆନ୍ତୁ । ଏହାଦ୍ବାରା କଫ ବାହାରିଯାଏ ।

ରସୁଣ ପିଆଜ ଓ ସାଇନସ-

Image Courtesy: Google

ଗୋଟେ ଛୋଟ ପିଆଜ ଓ ରସୁଣ କୁ ଏକା ସାଙ୍ଗରେ କୁଟି କି ଗରମ ପାଣିରେ ଫୁଟେଇ ତାର ବାମ୍ଫ ନେଲେ ସାଇନସର ମୁଣ୍ଡ ବିନ୍ଧା କମିଥାଏ । ଗରମ କପଡା ବା ଗରମ ପାଣି ବୋତଲ ଗାଲରେ ସେକନ୍ତୁ । ଏହା ଗୋଟେ ମିନିଟ ଦିନକୁ 3 ଥର କରନ୍ତୁ । ନିୟମିତ ଖାଦ୍ୟରେ ମଧ୍ୟ ପିଆଜ ଓ ରସୁଣ ଖାଇଲେ ଉପକାର ହେଇଥାଏ ।

ଅଲିଭ ଅଏଲ-

Image Courtesy: Google

ନାକ ଓ ଆଖିର ଚାରିପାଖେ ଅଲିଭ ଅଏଲ ମସାଜ କରନ୍ତୁ । ଏହା ନାକ ବନ୍ଦ ହେବାରୁ ରକ୍ଷା କରେ ଓ ସାଇନସର ଯନ୍ତ୍ରଣାବି କମ କରେ ।  ଏହି ଉପାୟ ବ୍ୟବହାର କରିବା ପୂର୍ବରୁ ଡାକ୍ତରଙ୍କ ସହିତ ପରାମର୍ଶ ନିଶ୍ଚିତ କରନ୍ତୁ । ଆଶା କରୁଛୁ ଆପଣାକୁ ଆମର ଏହି ସ୍ୱାସ୍ଥ୍ୟ ସମ୍ବନ୍ଧିତ ଟିପ୍ସ ପସନଦ ଆସିବ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *