ଆଶ୍ଚର୍ଯ୍ୟ ଜନକ କାରଣ ଯାହା ପାଇଁ ମାସିକିଆ ଋତୁସ୍ରାବ ହେଲେ ମହିଳା ମାନେ ମନ୍ଦିର ଯାଆନ୍ତିନି

ଆମ ସମାଜରେ ଏମିତି ଏକ ନିୟମ ରହିଛି ଯାହା କି ଅନ୍ୟ ମାନେ କରିବା ଦେଖି ଆମେ ବି କରିଥାଉ । ଏ ନୀତି ନିୟମ ବିଷୟରେ ଜାଣିବା କୁ କିଛି ଲୋକ ସଙ୍କୋଚ କରନ୍ତି ତ ଆଉ କିଛି ଲୋକ କୁହନ୍ତି ଏହା ପୂର୍ବ ପୁରୁଷ ରୁ କରିଆସୁଛନ୍ତି । ଯଦି ଆମେ ଏସବୁ ବନ୍ଦ କଲେ ତେବେ ସେମାନଙ୍କ ଅପମାନ ହେବ । ହିନ୍ଦୁ ରୀତିନୀତି ରେ ଅଛି କି ମହିଳା ମାନେ ମାସିକିଆ ଋତୁସ୍ରାବ ହେଲେ ମନ୍ଦିର ଯିବା ନିଷେଧ । ପାଠପଢ଼ା ଲୋକ ଏସବୁ ମାନନ୍ତି ଯେ ଏହା ପଛରେ ବୈଜ୍ଞାନିକ କାରଣ ଅଛି ହେଲେ ହିନ୍ଦୁ ଧର୍ମ ରେ ପିରିୟଡ୍ସ କୁ ନେଇ କେତେ ଗୁଡିଏ କାହାଣୀ ଅଛି, ଯାହା ଶୁଣିଲେ ଆପଣ ଭରସା କରିପାରିବେନି ତ ଆସନ୍ତୁ ଏ ବିଷୟରେ ଜାଣିବା ।

Image Courtesy: Google

ଦୌପଦି ଏହାର ଆରମ୍ଭ କରିଥିଲେ

ମହାଭାରତ ରେ କୁହାଯାଇଛି ଯେତେବେଳେ ଯୁଧିଷ୍ଠିର , କୌରବ ମାନଙ୍କ ଠାରୁ ଜୁଆ ଖେଳ ରେ ଦୌପଦୀ ଙ୍କୁ ବି ହରେଇ ଦେଇଥିଲେ, ସେତେବେଳେ ଦୁଃଶାସନ ଦୌପଦୀ ଙ୍କୁ ଆଣିବା ପାଇଁ ତାଙ୍କ ଶୋଇବା ଘରେ ପହଞ୍ଚିଥିଲେ, କିନ୍ତୁ ସେ ନଥିଲେ । କୁହାଯାଇଛି ଯେ ସେତେବେଳେ ତାଙ୍କର ମାସିକ ଋତୁ ସ୍ରାବ ଚାଲିଥିଲା, ସେଥିପାଇଁ ସେ ପୁରା ସମୟ ଗୋଟେ ଅଲଗା ବସ୍ତ୍ର ପିନ୍ଧି ଅଲଗା ରୁମ୍ ରେ ରହିଥିଲେ । ଏହି ସମୟରେ ସ୍ତ୍ରୀ ର ଶରୀର ଅପବିତ୍ର ହୋଇଥାଏ ।

Image Courtesy: Google

ଇନ୍ଦ୍ର ଦେବ ଙ୍କ କର୍ମ ଫଳ ମହିଳାମାନଙ୍କ ପାଇଁ

ଭାଗବତ ପୁରାଣ ବର୍ଣ୍ଣିତ ଯେ ଗୁରୁ ବୃହସ୍ପତି ଇନ୍ଦ୍ରଦେବ ଙ୍କ ଉପରେ ଅସନ୍ତୁଷ୍ଟ ଥାନ୍ତି । ଇନ୍ଦ୍ରଦେବ ଯେତେବଳେ ନିଜ ସିଂହାସନ ହରେଇଥିଲେ, ସେତେବେଳେ ସେ ବ୍ରହ୍ମ ଦେବ ଙ୍କୁ ସାହାଯ୍ୟ ମାଗିଲେ । ଆଉ ସେ ତାଙ୍କୁ କେଉଁ ବ୍ରାହ୍ମଣଙ୍କ ସେବା ପାଇଁ କହିଥିଲେ, ଯେଉଁଥିରେ କି ଗୁରୁ ବୃହସ୍ପତି ପ୍ରସନ୍ନ ହୋଇପାରିବେ । ସେ ତାହା ହିଁ କଲେ ପରେ ଜାଣିଲେ ବ୍ରାହ୍ମଣ ଜଣଙ୍କ ଅସୁରୀ ମାତା ଙ୍କ ପୁତ୍ର ଓ ଅସୁର ମାନଙ୍କୁ ମଧ୍ୟ ସମର୍ଥନ କରନ୍ତି ତାପରେ ସେ ତାଙ୍କୁ ହତ୍ୟା କରିଦେଲେ । ସେ ଗୁରୁ ହତ୍ୟା ପାପ କରିଥିବାରୁ ବ୍ରାହ୍ମଣ ଙ୍କ ଆତ୍ମା ରାକ୍ଷସୀ ରୂପ ଧରି ଇନ୍ଦ୍ରଦେବ ଙ୍କ ରକ୍ତ ପିଇବା ପାଇଁ ବୁଲିଲା, ଇନ୍ଦ୍ରଦେବ ଏକ ଫୁଲ ରେ ଲୁଚି ରହି ବିଷ୍ଣୁଙ୍କୁ ୧ ଲକ୍ଷ ବର୍ଷ ଧ୍ୟାନ କରିବାରୁ ତାଙ୍କ ପାପ ଅଧା କମିଗଲା  ଆଉ ଅଧା ପାପ ତା ମୁଣ୍ଡରେ ରହିଲା ।

Image Courtesy: Google

ସମସ୍ତଙ୍କୁ ଏ ଦଣ୍ଡ ମିଳେ

ତେଣୁ ଇନ୍ଦ୍ରଦେବ ପାଣି, ଗଛ, ଭୂମି ଓ ସ୍ତ୍ରୀ ଏ ଚାରିଜଣ ଙ୍କୁ ସାହାଯ୍ୟ ମାଗିଲେ, ସମସ୍ତେ ସେଥିପାଇଁ ରାଜି ହୋଇଗଲେ ହେଲେ ବରଦାନ ମାଗିଲେ । ପାଣି ସବୁବେଳେ ପବିିତ୍ର ରହିବ,ଗଛ  ଦ୍ଵିତୀୟ ଥର ପୁଣି ଉଠିବ ଓ ଧରିତ୍ରୀ କୁ ସବୁ ପ୍ରକାର କ୍ଷତ ସହିବାର ଶକ୍ତି ମିଳିଲା । ଏବଂ ସ୍ତ୍ରୀ ଙ୍କୁ କାମ ବାସନା ରୁ ଆନନ୍ଦ ପାଇବାର କ୍ଷମତା ମିଳିଲା । ହେଲେ ଯେହେତୁ ପାପ ରେ ଭାଗ ନେବାକୁ ସର୍ତ୍ତ ଥିଲା ସେଥିପାଇଁ ପାଣି ର ଉପର ଭାଗ ଅପବିତ୍ର, ଗଛ ନଇଁପାରେନାହିଁ,ଧରିତ୍ରୀ ସ୍ଥିର ରହିଯାଏ ଓ ସ୍ତ୍ରୀ ଙ୍କୁ ସେଇ ପାପ ପାଇ ମାସିକ ଋତ ସ୍ରାବ ହୋଇଥାଏ ।

Leave a Reply

Your email address will not be published. Required fields are marked *