ଆସିଲା ବଡ ଖବର, ଅକ୍ଟୋବର ରେ ଆସିବ ପିଲାଙ୍କ ଟୀକା ! ଜାଣନ୍ତୁ ସମ୍ପୁର୍ଣ୍ଣ ଖବର କଣ

ପ୍ରାୟତଃ ଦେଶରେ ୧୮ ରୁ ଉର୍ଦ୍ଧ ଲୋକମାନେ ଟୀକା ନେଇ ସାରିଛନ୍ତି । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ୧୮ ରୁ କମ ବୟସର ପିଲାମାନଙ୍କ ପାଇଁ ଟୀକା ବାହାରି ନାହିଁ । ଯାହାକି ଚିନ୍ତାର ଏକ ବଡ କାରଣ ଅଟେ । କରୋନାର ଡର ସମସ୍ତଙ୍କୁ ରହୁଛି । କିନ୍ତୁ ବର୍ତ୍ତମାନ ପିଲାମାନଙ୍କୁ ଟୀକାକରଣ ନେଇ ଏକ ଖୁସି ଖବର ସାମ୍ନାକୁ ଆସିଛି । ବର୍ତ୍ତମାନ କୁହାଯାଉଛି କି ଆସନ୍ତା ମାସ ଅର୍ଥାତ ଅକ୍ଟୋବର ମାସର ଶେଷ ଆଡକୁ ପିଲାମାନଙ୍କ ପାଇଁ କରୋନା ଭ୍ୟାକସିନ ଆସି ଯାଇ ପାରେ ।

କହିଦେଉଛୁ କି ୫ ରୁ ୧୧ ବର୍ଷ ବୟସର ପିଲାମାନଙ୍କ ପାଇଁ ଟୀକା କରିବାରେ ଆମେରିକାର କମ୍ପାନୀ ଫାଇଜର ସଫଳ ହୋଇଛି । କିନ୍ତୁ ଏହାକୁ ବର୍ତ୍ତମାନ ମଞ୍ଜୁରୀ ମିଳି ନାହିଁ । ଆମରିକାର ଖାଦ୍ୟ ଓ ଔଷଧ ପ୍ରଶାସନ ବା FDA ନିକଟରେ ଫାଇଜର ବାୟୋ ଇଣ୍ଟେକ ତରଫରୁ ଟୀକାର ଟ୍ରାୟଲ ସମ୍ବନ୍ଧିତ ସମସ୍ତ ତଥ୍ୟ ଦାଖଲ କରାଯାଇଛି ।

କମ୍ପାନୀ ଅନୁସାରେ ଏହି ଟିକା ସମସ୍ତ ଟ୍ରାୟଲରେ ସଫଳ ହୋଇଛି ଓ ଏହାକୁ ଜରୁରୀକାଳୀନ ରୂପରେ ବ୍ୟବହାର କରିବା ନିମନ୍ତେ ଅନୁମତି ଦେବା ପାଇଁ କମ୍ପାନୀ ତରଫରୁ FDAକୁ ଅନୁରୋଧ କରାଯାଇଛି । ଯଦି ଆମେରିକାର FDA ଏହି ଟୀକାକୁ ଅନୁମତି ଦେଇ ଦିଏ ତେବେ ଆସନ୍ତା ଅକ୍ଟୋବର ମାସ ମଧ୍ୟରେ ଫାଇଜର ଟୀକା ସମସ୍ତ ଶିଶୁଙ୍କ ପାଇଁ ଉପଲବ୍ଧ ହୋଇଯିବ । କହିଦେଉଛୁ କି ଏହି ବର୍ଷ ସେପ୍ଟେମ୍ବର ମାସରେ ଆମେରିକାରେ ପିଲାମାନଙ୍କ ମଧ୍ୟରେ କୋ-ଭି-ଡ ସଂ-କ୍ର-ମ-ଣ ଅଧିକ ଦେଖା ଯାଇ ଥିଲା ।

ଯାହାକି ଏକ ଚିନ୍ତାର ବିଷୟ ଥିଲା । ଏହାକୁ ଭିତ୍ତି କରି ଫାଇଜର କମ୍ପାନୀ ଏହାର ମୁକାବିଲା କରିବା ପାଇଁ ଟୀକା କେତେକ ଜରୁରୀ ଅଟେ ଏହା ନିଜର ଏକ ରିପୋର୍ଟରେ ଦର୍ଶାଇଛି । ଫାଇଜର ବାୟୋ ଇଣ୍ଟେକର ଭ୍ୟାକସିଁ ୧୬ ବର୍ଷରୁ ଅଧିକ ବୟସର ସମସ୍ତ ଲୋକମାନଙ୍କୁ ଟୀକା ଦେବା ପାଇଁ ସମ୍ପୂର୍ଣ ମଞ୍ଜୁରୀ ମିଳିସାରିଛି । ଅନ୍ୟ ପଟେ କୋ-ଭି-ଡ ସଂ-କ୍ର-ମ-ଣ ଓ ଟୀକା କାରଣ ନ ହୋଇଥବାରୁ ସରକାର ସ୍କୁଲ ଖୋଲିବା ପାଇଁ ଅଳ୍ପ ଭୟଭୀତ ହେଉଛନ୍ତି । ଯାହାକି ଅନ୍ୟ ଏକ ବଡ ସମସ୍ୟାର କାରଣ ଅଟେ ।

ଯଦି ଏହି ଟୀକାକୁ ଅନୁମତି ମିଳିଯାଏ ତେବେ ଅକ୍ଟୋବର ପର ଠାରୁ ସ୍କୁଲ ଖୋଲି ପାରେ ବୋଲି ଆଶା କରାଯାଉଛି । ଏହି ଟୀକାର ଦୁଇଟି ଡୋଜ ନେଇଥିବା ୧୬ ରୁ ୨୫ ବର୍ଷ ବୟସ୍କ ଲୋକମାନେ ବର୍ତ୍ତମାନ ସୁସ୍ଥ ଅଛନ୍ତି । ସେମାନଙ୍କ କ୍ଷେତ୍ରରେ ଏହି ଟିକାର ସଫଳତା ଦେଖିବାକୁ ମିଳିଛି । ବର୍ତ୍ତମାନ ଫାଇଜର ବାୟୋ ଇଣ୍ଟେକ କମ୍ପାନୀରେ ୬ ମାସରୁ ୨ ବର୍ଷ ଓ ୨ ରୁ ୫ ବର୍ଷ ଶିଶୁମାନଙ୍କ ମଧ୍ୟରେ ଟୀକାର ପରୀକ୍ଷଣ ଚାଲିଛି । ଚଳିତ ବର୍ଷ ଶେଷ ଆଡକୁ ଏହି କ୍ଷେତ୍ରରେ ସଫଳତା ମିଳିଯିବ ବୋଲି କମ୍ପାନୀ ତରଫରୁ କୁହାଯାଇଛି ।

Leave a Reply

Your email address will not be published. Required fields are marked *