Special Report: ଆଉ ରହିବନି ପେଟ୍ରୋଲ ଡିଜେଲ ଚିନ୍ତା, ଏବେ ପାଣିରେ ଗଡିବ ଗାଡି…

ନମସ୍କାର ବନ୍ଧୁଗଣ । ଆପଣ ମାନେ କେବେ ଜାଣିଛନ୍ତି ୧୦୦ ଟଙ୍କାରେ ୧୦୦କିମି ଦୂର ଯାତ୍ରା କରି ହେବ । ପେଟ୍ରୋଲ ଓ ଡିଜେଲ ଦ୍ରରର ମହଙ୍ଗା ସମୟରେ ଏହି କଥାଟି କାଳ୍ପନିକ ମାନେ ହେଉଥିବ । କିନ୍ତୁ ସେଦିନ ଆଉ ବେଶୀ ଦୂର ନାହି କି ଏହି କାଳ୍ପନିକ କଥା ସତ ହେବ । ଏହାକୁ ଦାବି କରିଛନ୍ତି ସଡକ ପରିବହନ ମନ୍ତ୍ରୀ ନିତିନ ଗଡକରୀ । ସୂଚନା ଅନୁସାରେ ଏଥର ପେଟ୍ରୋଲ ଓ ଡିଜେଲରୁ ମୁକ୍ତି ମିଳିବ । ଏଥର ପାଣିରେ ଗାଡି ଚାଲିବ ।

କାରଣ ବହୁତ ଜଲ୍ଦି ଏକ ହାଇଡ୍ରୋଜେନ ଚାଳକ କାର ଚଳାଇବେ ସଡକ ପରିବହନ ମନ୍ତ୍ରୀ ନିତିନ ଗଡକରୀ । ମନ୍ତ୍ରୀ କହିଛନ୍ତି ଯେ ଏବେ ଗ୍ରୀନ ସମୟ ଆସି ଯାଇଛି ଯାହା ପାଇଁ ରାସ୍ତାରେ ଚାଲିବ ହାଇଡ୍ରୋଜେନ କାର । ଗଡକରି ବୈଜ୍ଞାନିକଙ୍କୁ ପ୍ରଶଂସା କରିବାକୁ ଯାଇ ମନ୍ତ୍ରୀ କହିଛନ୍ତି ଯେ ବହୁତ ଜଲ୍ଦି ତାଙ୍କ ପାଖରେ ଏକ ସ୍ଵତନ୍ତ୍ର କାର ହେବ ଯାହା କି ଗ୍ରୀନ ହାଇଡ୍ରୋଜେନରେ ଚାଲିବ ।

ଏହାର ଅର୍ଥ ହେଉଛି ପାଣିରୁ ଅକ୍ସିଜେନ ଓ ହାଇଡ୍ରୋଜେନ ଅଲଗା ହେବା ପରେ ଏହି ହାଇଡ୍ରୋଜେନରେ ଗାଡି ଚାଲିବ । ଏହି କଥାଟି ସତ ହେବା ସହ ଏହି କାର ପ୍ରଦୂଷଣ ମୁକ୍ତ ହେବ ବୋଲି ପରିବହନ ମନ୍ତ୍ରୀ କହିଛନ୍ତି । ମନ୍ତ୍ରୀ କହିଛନ୍ତି ଭାରତରେ ଗ୍ରୀନ ହାଇଡ୍ରୋଜେନର ବ୍ୟବହାର କରିବାକୁ ପାଇଲଟ ପ୍ରୋଜେକ୍ଟ ବହୁତ ଜଲ୍ଦି ଆରମ୍ଭ ହେବାକୁ ଯାଉଛି ।

ଲକ୍ଷ ଲକ୍ଷ ଆବର୍ଜନା ପାଣି ବାହାରୁଛି ଯାହା ଦ୍ଵାରା ଏବେ ଏହାର ବ୍ୟବହାର କରି ରାସ୍ତାରେ ଗାଡି ଚାଲିବ । ପ୍ଳାଣ୍ଟରେ ଏହାକୁ ନେଇ ପ୍ରକ୍ରିୟାକାରଣ କରାଯାଇ ଏଥିରୁ ହାଇଡ୍ରୋଜେନରୁ ଅଲଗା କରାଯିବ । ଏହି ହାଇଡ୍ରୋଜେନକୁ ଇନ୍ଧନ ଭାବେ ଗାଡିରେ ବ୍ୟବହାର କରାଯିବ । ଏଥିପାଇଁ ଫରିଦାବାଦରେ ଏକ ଅଏଲ ରିସର୍ଚ ଇନଷ୍ଟିଚ୍ୟୁଟରେ କାର୍ଯ୍ୟ ଆରମ୍ଭ ହୋଇଛି ବୋଲି ପରିବହନ ମନ୍ତ୍ରୀ ସୂଚନା ଦେଇଛନ୍ତି ।

ପରିବହନ ମନ୍ତ୍ରୀ କହିଛନ୍ତି ଯେ ନଗର ଠାରୁ ଆରମ୍ଭ କରି ସହର ଯାଏଁ ଯେଉଁ ଆବର୍ଜନା ପାଣି ବାହାରୁଛି ତାହାର ବ୍ୟବହାର କରାଯାଇ ଗ୍ରୀନ ହାଇଡ୍ରୋଜେନ ପ୍ରସ୍ତୁତ କରାଯିବ । ଆହୁରି ମନ୍ତ୍ରୀ କହିଛନ୍ତି ଯେ ଯେଉଁ ସାଲିଟ ୱେଷ୍ଟ ହେଉଛି ତାହା ଉପରେ ଏକ କଭର ଲଗାଇ ଷୋଲଡର ପାୱାର ଲଗାଇ ହେବ ଯାହା ବହୁତ ଶସ୍ତା ଅଟେ ।

ଏଥିରୁ ଗ୍ରୀନ ହାଇଡ୍ରୋଜେନ ପ୍ରସ୍ତୁତ କରି ସହରରେ ଚାଲୁଥିବା ସବୁ ଟ୍ରକ, କାର ବିନା ପେଟ୍ରୋଲ ଓ ଡିଜେଲ ରେ ଚାଲି ପାରିବ ବୋଲି ପରିବହନ ମନ୍ତ୍ରୀ ନିତିନ ଗଡକର ସୂଚନା ଦେଇଛନ୍ତି । ସେ ବହୁତ ଜଲ୍ଦି ନିଜର ଏକ ହାଇଡ୍ରୋଜେନ କାରରେ ଦିଲ୍ଲୀରେ ବୁଲିବେ ଯାହା ଦ୍ଵାରା ଲୋକ ମାନଙ୍କୁ ବିଶ୍ଵାସ ହେବ ଏହା ସତ ଘଟଣା ବୋଲି ପରିବହନ ମନ୍ତ୍ରୀ କହିଛନ୍ତି ।

ଏହି ପ୍ରୋଜେକ୍ଟ କାର୍ଯ୍ୟକାରୀ ହେଲେ ଭାରତ ଏକ ପ୍ରଦ୍ଯୁଶଣ ମୁକ୍ତ ଦେଶ ହେବା ସହ ଅନେକ ସହର ମଧ୍ୟ ସ୍ଵଛ ରହିବା ପାଇଁ ବାଟ ଖୋଲିବ । ବନ୍ଧୁଗଣ ଆପଣ ମାନଙ୍କର ଏହି ଗ୍ରେନ ହାଇଡ୍ରୋଜେନ କାର ବିଷୟରେ ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମର ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *