B ନାମ ଥିବା ବ୍ୟକ୍ତିଙ୍କ ପରି ଲୋକ ହିଁ ମିଳିବା ମୁସ୍କିଲ… ଏମାନଙ୍କର ଏହି ରାଜ କାହାକୁ ଜଣା ନାହିଁ

ପ୍ରତେକ ମଣିଷ ଜୀବନରେ ତାଙ୍କର ନାମର ପ୍ରଥମ ଅକ୍ଷରର ବିଶେଷ ମହତ୍ଵ ରହିଥାଏ । ବ୍ୟକ୍ତି ର ନାମର ପ୍ରଥମ ଅକ୍ଷର ତାଙ୍କ ଜୀବନରେ ଅନେକ ପ୍ରଭାବ ପକାଇଥାଏ । ବ୍ୟକ୍ତି ର ନାମର ପ୍ରଥମ ଅକ୍ଷର ରୁ ହିଁ ବ୍ୟକ୍ତି ର ସ୍ଵଭାବ ବିଷୟରେ ଜଣା ପଡିଥାଏ । ପ୍ରତେକ ବ୍ୟକ୍ତି ନିଜର ନାମର ପ୍ରଥମ ଅକ୍ଷର ରୁ ନିଜର ଭାଗ୍ୟ ବିଷୟରେ ଜାଣିବାକୁ ଇଚ୍ଛା କରିଥାନ୍ତି । ଆଜି ଆମେ ଆପଣ ମାନଙ୍କୁ B ଅକ୍ଷର ଥିବା ବ୍ୟକ୍ତି ମାନଙ୍କର ସ୍ଵଭାବ କିପରି ହୋଇଥାଏ ଓ ତାଙ୍କ ସହ ଜଡିତ କିଛି ବିଶେଷ କଥା କହିବାକୁ ଯାଉଛୁ ।

“B” ଅକ୍ଷରରୁ ଆରମ୍ଭ ହେଉଥିବା ବ୍ଯକ୍ତିର ଶାରୀରିକ ଗଠନ କିପରି ହୋଇଥାଏ : ଏହି ନାମରୁ ଆରମ୍ଭ ହେଉଠିବା ବ୍ୟକ୍ତି ବହୁତ ସୁନ୍ଦର ଓ ଆକର୍ଷକ ଦେଖିବାକୁ ହୋଇଥାନ୍ତି । ଏମାନଙ୍କର ଆଖି ଦେଖିବାକୁ ମୁନିଆ ଧରଣର ହୋଇଥାଏ ।

“B” ଅକ୍ଷରରୁ ଆରମ୍ଭ ହେଉଥିବା ବ୍ୟକ୍ତିଙ୍କର ସ୍ଵଭାବ କିପରି ହୋଇଥାଏ : ଏହି ନାମରୁ ଆରମ୍ଭ ହେଉଥିବା ବ୍ୟକ୍ତି ସବୁବେଳେ କିଛି ନା କିଛି ନୂଆ କାମ କରିବାର ଚେଷ୍ଟାରେ ଲାଗିଥାନ୍ତି । ଏମାନେ କୌଣସି ଗୋଟିଏ କାମରେ ରହିବାକୁ ପସନ୍ଦ କରନ୍ତି ନାହି । ତେଣୁ ଏମାନେ ନୂଆ ନୂଆ କାମରେ ନିଜକୁ ନିଯୋଜିତ କରିବାକୁ ଅଧିକ ପସନ୍ଦ କରନ୍ତି । ଏମାନେ ଏନି କୌଣସି ବ୍ୟକ୍ତିକୁ ସହଜରେ ବିଶ୍ଵାସ କରନ୍ତି ନାହି । ଏଥିପାଇଁ ଏମାନଙ୍କର ମିତ୍ର ସଂଖ୍ୟା କମ ହୋଇଥାଏ । ଏମାନେ ସୋନ୍ଦାର୍ଜ୍ୟ ପ୍ରତି ଆକର୍ଷିତ ରହିଥାନ୍ତି ।

ଏମାନଙ୍କ ପ୍ରକୃତି ସହ ରହିବାକୁ ଭଲ ଲାଗିଥାଏ । ଏମାନେ ପ୍ରାକୃତିକ ପରିବେଶରେ ବୁଲିବାକୁ ଭଲ ପାଆନ୍ତି । ଏମାନେ ନିଜ ବିଚାରକୁ ନିଜ ମନରେ ଗୁପ୍ତ ଭାବେ ରଖିଥାନ୍ତି । ଏମାନେ ନିଜକୁ କଳହ ଠାରୁ ଦୂରେଇ ରଖିଥାନ୍ତି । ଏମାନେ ବହୁତ ଶାନ୍ତ ସ୍ଵଭାବର ହୋଇଥାନ୍ତି । ଏମାନେ ନିଜ କ୍ରୋଧ ଉପରେ ନିୟନ୍ତ୍ରଣ କରି ପାରନ୍ତି ନାହି । ଏମାନଙ୍କ ଠାରୁ କୌଣସି ତର୍କରେ ଜିତିବା ସହଜ ନୁହେ ।

“B” ନାମର ବ୍ଯକ୍ତିର କ୍ଯାରିୟର କେମିତି ହୋଇଥାଏ : ଏହି ନାମର ବ୍ଯକ୍ତି ମାନେ ନିଜ କ୍ଯାରିୟରକୁ ନେଇ ଚିନ୍ତାରେ ରହିଥାନ୍ତି । ସେଥିପାଇଁ ଏମାନେ ପ୍ରାୟତ ପଛରେ ରହିଥାନ୍ତି । ଏମାନେ ନିଜ ମନ କଥା କାହା ସହ ଶେୟାର କରନ୍ତି ନାହି । ଏମାନେ ନିଜ କାମ ନିଜେ କରିବାକୁ ଭଲ ପାଆନ୍ତି । ଏମାନେ ନିଜର ପ୍ରତେକ କାମ ମନ ଲଗାଇ କରୁ ଥିବାରୁ ଏମାନେ ସଫଳତା ପାଇଥାନ୍ତି ।

“B” ନାମର ବ୍ଯକ୍ତିର ଭଲ ପାଇବା ସ୍ଵଭାବ କିପରି ହୋଇଥାଏ : ଏମାନେ ଅଧିକ ଭାବୁକ ହୋଇ ଥିବାରୁ ଅନ୍ୟକୁ ବେଶୀ ଭଲ ପାଇଥାନ୍ତି । ଏମାନେ ନିଜ ସମ୍ପର୍କକୁ ଅଧିକ ଗୁରୁତ୍ଵ ଦେଇଥାନ୍ତି ଓ ଜଣଙ୍କୁ ହିଁ ଭଲ ପାଇଥାନ୍ତି । ଯାହାକୁ ଏମାନେ ଭଲ ପାଇଥାନ୍ତି ତାକୁ ଜୀବନ ସାଥି ରୂପେ ପାଇବାକୁ ଇଚ୍ଛା ରଖିଥାନ୍ତି । ଏମାନେ ପ୍ରେମ କ୍ଷେତ୍ରରେ ଉଚ୍ଚ କୋଠିର ହୋଇଥାନ୍ତି ତେଣୁ ଅଧିକ ଧୋକା ଖାଇଥାନ୍ତି ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ଲେଖା ଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *