ବାସ୍ତବ ସୁଖ! ଦେଖନ୍ତୁ ଜୀବନର ପ୍ରକୃତ ସୁଖ କେଉଁଠି- Krishna Vani

ସମସ୍ତେ କେବେ ଏହା ଚିନ୍ତା କରନ୍ତି ନାହିଁ ଯେ ମୁଁ କିଏ ତେବେ କଣ ଆପଣ ଜାଣିଛନ୍ତି ଆପଣ କିଏ ଏହି ପ୍ରଶ୍ନ ର ଉତ୍ତର ଆପଣଙ୍କ ନାମ ନୁହ କାମ ନୁହ ଆପଣଙ୍କ ପ୍ରକୃତ ରୂପ କଣ ଆପଣ ଜାଣିଛନ୍ତି ତେବେ ଯଦି ଜାଣି ନାହାନ୍ତି ତେବେ ଆଜି ଆମେ ଆପଣଙ୍କୁ ଗୋଟେ ଏମିତିକା କାହାଣୀ କହିବାକୁ ଯାଉଛୁ ଯାହା ଆପଣଙ୍କ ଆଖି ଖୋଲି ଦବ ଓ ଆପଣ ନିଜକୁ ଜାଣିବା ପାଇଁ ଚେଷ୍ଟା କରିବେ ।

ତେବେ କାହାଣୀ ଏହି ଭଳି ଅଟେ ଗୋଟେ ଶିକାରୀ ଥିଲା ସେ ସବୁଦିନ ଜଙ୍ଗଲରେ ଶିକାର କରିବା ପାଇଁ ଯାଏ ଓ ଗୋଟେ ଦିନ ତାକୁ ଗୋଟେ ହରିଣ ଛୁଆଟି ଦେଖା ଗଲା ।

Image Courtesy: Google

ସେ ହରିଣ ଛୁଆକୁ ଦୂରରୁ ଦେଖି ଶିକାରୀ ଜଣେ ଭାବିଲା ଆ ଶିକାର କଲେ ମତେ ବହୁତ ଧନ ମିଳିବ ଏହି ଲୋଭଟରେ ଶିକାରୀ ଜଣେ ଟିର ମାରି ଦେଇଛି କିନ୍ତୁ ପାଖକୁ ଯାଇ ଦେଖିଲା ବେଳକୁ ଆଶ୍ଚର୍ଯ୍ୟ ହୋଇ ରହିଛି କାହିଁକିନା ସେ ହରିଣ ଛୁଆ ନୁହ ଗୋଟେ ଗର୍ଭିଣୀ ସିଂହୀ ପ୍ରସାବ ଦଉଥିଲା ଛୁଆତି ଅଧା ମା ପେଟରେ ଥିଲା ଓ ଅଧା ବାହାରେ ତା ଦୁଇଟି ଗୋଡ ବାହାରକୁ ଆସିଛି ଯାହାକୁ ଦେଖି ଶିକାରୀ ତାକୁ ହରିଣ ଛୁଆ ଭାବିଥିଲା ଏହା ପରେ ସିଂହୀ ଛୁଆଟିକୁ ଜନ୍ମ ଦେଇ ମରି ଗଲା,

Image Courtesy: Google

ସିଂହୀ ଏହି ଅବସ୍ତା ଦେଖି ଶିକାରୀକୁ ବହୁତ ଅନୁତାପ ହେଲା ଏହା ପରେ ଶିକାରୀ ସିଂହ ଛୁଆକୁ ନେଇ ମେଣ୍ଢା ମାନଙ୍କ ଦଳରେ ରଖି ଦେଲା  ଯାହା ପରେ ସିଂହ ମେଣ୍ଢାଙ୍କ ପରି ବ୍ୟବହାର କଲା ମେଣ୍ଢା କ୍ଷୀର ପିଲା ଘାସ ଖାଇଲା ମେଣ୍ଢାଙ୍କ ପରି ମେ ମେ ଡାକିଲା ଏହି ଭଳି ଚାଲିଲା ମେଣ୍ଢା ଛୁଆ ବଡ ହେଲେ ସିଂହ ଛୁଆ ମଧ୍ୟ ବଡ ହେଲା ଦିନେ ମେଣ୍ଢା ଦଳ ପାହାଡକୁ ଘାସ ଖାଇବାକୁ ଗଲେ ସିଂହ ମଧ୍ୟ ତାଙ୍କ ସହ ଗଲା ସେହି ସମୟରେ ଗୋଟେ ବଡ ସିଂହ ସେଠୀ ମେଣ୍ଢା ମାନଙ୍କ ଶିକାର ପାଇଁ ଆସିଲା ।

ଓ ସିଂହକୁ ଘାସ ଖାଇବାର ଦେଖି ଆଶ୍ଚର୍ଯ୍ୟ ହେଇଗଲା ଓ ଏହା ପରେ ମେଣ୍ଢା ଦଳ ଉପରେ ଆକ୍ରମଣ କଲା ଏହା ପରେ ମେଣ୍ଢା ଦଳ ଦୌଡିଲେ ଓ ସିଂହ ମଧ୍ୟ ଦୌଡିଲା ଏହା ପରେ ବଡ ସିଂହ ସାନ ସିଂହକୁ ଧରିଲା ଓ କହିଲା ତୁ ସିଂହ ତୁ କଣ ପାଇଁ ଘାସ ଖାଉଛୁ ଆଉ ମେ ମେ କାଇଁ ଡାକୁଛୁ ଟଟେ ଗର୍ଜନ କରିବା କଥା ଏହି କଥା ଶୁଣି ସାନ ସିଂହ କାନ୍ଦିବାକୁ ଲାଗିଲା ଓ କହିଲା ମତେ ଛାଡି ଦିଅ । ଏହି ଜିନିଷ ଦେଖି ବଡ ସିଂହଟି ସାନ ସିଂହକୁ ପାଣି ପାଖକୁ ନେଇ ଗଲା ।

Image Courtesy: Google

କହିଲା ଦେଖେ ତୁ ମେଣ୍ଢା ନୁହ ତୁ ସିଂହ ଟଟେ ଘାସ ନୁହ ମାଂସ ଖାଇବା ଉଚିତ । ଏହା ପରେ ବଡ ସିଂହ ମାଂସ ଆଣି ସାନ ସିଂହ ପାଟିରେ ଲଗାଇଲା ଯାହା ପରେ ସାନ ସିଂହ ଗର୍ଜନ କଲା ଓ କହିଲା ମୁଁ ମୋ ଅସଲ ଅସ୍ତିତ୍ଵ ଭୁଲି ଯାଇଥିଲି ତମେ ଆଜି ମତେ ଜଣେଇଲ ମୁଁ କିଏ । ତେବେ ମଣିଷକୁ ମଧ୍ୟ କେହି ନା କେହି ରାସ୍ତା ଦେଖେଇ ଥାନ୍ତି ନଚେତ ଆମ ମନ ମଧ୍ୟ ଆମକୁ ଭୁଲ ଠିକ କହିଥାଏ ସେଥିପାଇଁ ମେଣ୍ଢା ହୁଅନ୍ତୁ ନାହିଁ ଦଳରୁ ବାହାରିକି ଦେଖନ୍ତୁ ଆପଣଙ୍କର ଗୋଟେ ଅଲଗା ଦୁନିଆ ଅଛି ।

Leave a Reply

Your email address will not be published. Required fields are marked *