ବାସ୍ତୁ ଶାସ୍ତ୍ର ଅନୁସାରେ ଘରର ଅଗଣାରେ ଏହି ୭ଟି ଗଛ ଲଗାଇବା ହୋଇଥାଏ ଶୁଭ- ଘରୁ ଦୂରେଇ ରୁହେ ନକାରାତ୍ମକତା

ଲୋକମାନେ ଘର ର ଅଗଣାରେ ଗଛ ସୁନ୍ଦରତା ଏବଂ ସ୍ବଚ୍ଛ ବାତାବରଣ ପାଇଁ ଲଗାଇଥାନ୍ତି | କିନ୍ତୁ ବହୁତ କମ ଲୋକ ଏ କଥା ଜାଣନ୍ତି କି ଏହି ଗଛର ସଂଯୋଗ ଆମ ନବଗ୍ରହ ସହିତ ବି ହୋଇଥାଏ | ଯଦି ଘର ଅଗଣାରେ ବାସ୍ତୁ ହିସାବରେ ଗଛ ଲଗାଯାଏ ତେବେ ଆମର ଖରାପ ଗ୍ରହ ର ଦଶା ସୁଧୁରିଯାଏ ଏବଂ ଘରେ ଖୁଶି, ଶାନ୍ତି ଓ ସମବୃଦ୍ଧି ଆସେ | ତେବେ ଚଲାନ୍ତୁ ଜାଣିବା ଘରେ କେଉଁ ଗଛ ଲଗାଇଲେ କଣ ଫାଇଦା ହେବ |

ତୁଳସୀ

ପାଖାପାଖି ପ୍ରାୟ ସମସ୍ତଙ୍କ ଘରେ ତୁଳାଶୀ ଗଛ ଦେଖିବାକୁ ମିଳେ | ଏହି ଗଛକୁ ଘର ଅଗଣାର ମଝିରେ ଲଗାଇଲେ ଫାଇଦା ହୋଇଥାଏ | ଯେଉଁ ବ୍ୟକ୍ତି ର କୁଣ୍ଡଳୀରେ ଶୁକ୍ର ଗ୍ରହ କମଜୋର ଥାଏ ସେମାନଙ୍କୁ ସବୁଦିନ ସକାଳେ ଓ ସନ୍ଧ୍ୟା ସମୟରେ ତୁଲସୀ ଗଛ ଆଗରେ ଘିଅ ଦୀପ ଦେବା ଦରକାର |

ସମି

ଏହି ଗଛର କନେସନ ଶନି ଘର ସହିତ ହୋଇଥାଏ । ଏହାକୁ ଘରର ମୁଖ୍ୟ ଦ୍ଵାରକୁ ଛଡା ଯେଉଁଠି ବି ଲଗାଇଲେ ଶୁଭ ହୋଇଥାଏ । ଯଦି ଆପଣ ଏହି ଗଛ ପାଖରେ ସବୁଦିନ ସୋରିଷ ତେଲର ଦୀପ ଲଗାଇବେ ତାହେଲେ ସନିଦେବଙ୍କ କୃପା ସବୁବେଳେ ଆପଣଙ୍କ ଉପରେ ରହିଥାଏ ।

କଦଳୀ ଗଛ

ଘରର ପଛରେ କଦଳୀ ଗଛ ଲଗାଇଲେ ବିବାହରେ ଆସୁଥିବା ସମସ୍ଯା ଦୂର ହୋଇଥାଏ ଏବଂ ଏହା ସହିତ ପରିବାରରେ ଝଗଡା ହୋଇନଥାଏ ଏବଂ ସୁଖ ଶାନ୍ତି ଲାଗି ରହିଥାଏ । କାରଣ କଦଳୀ ଗଛ ବୃହସ୍ପତି ଦେବତାଙ୍କର ସ୍ୱରୂପ ହୋଇଥାଏ ।

ଡାଳିମ୍ବ

ଡାଳିମ୍ବ ଗଛ ଲଗାଇବା ଫଳରେ ରାହୁ କେତୁଙ୍କର ଖରାପ ପ୍ରଭାବରୁ ରକ୍ଷା ମିଳିଥାଏ । ଡାଳିମ୍ବ ଫୁଲକୁ ମହୁରେ ବୁଡାଇ ପ୍ରତି ସୋମବାର ଦିନ ଶିବଙ୍କୁ ଅର୍ପଣ କରନ୍ତୁ ,ଆପଣଙ୍କ ଜୀବନର ସବୁ କଷ୍ଟ ଦୂର ହୋଇଯିବ ।

ଓସ୍ତ

ଓସ୍ତ ଗଛର ବୁଧ ,ଶନି ଏବଂ ବୃହସ୍ପତି ଙ୍କ ସହିତ ସଂଯୋଗ ଥାଏ । ଏହି ଗଛରେ ପ୍ରତିଦିନ ପାଣି ଦେଲେ ଏବଂ ଫୁଲ ଚଢାଇଲେ କୌଣସି ବି ରୋଗ ହୋଇନଥାଏ ଏବଂ ଏହା ସହିତ ସନ୍ତାନ ସୁଖ ପ୍ରାପ୍ତ ହୋଇଥାଏ । ବଡ ଓସ୍ତ ଗଛ ଘରକୁ ନୁକସାନ ପହଞ୍ଚାଇ ପାରେ ।

ଗଙ୍ଗଶିଉଳି

ଏହି ଗଛର ସଂଯୋଗ ଚନ୍ଦ୍ର ଗୃହ ସହିତ ହୋଇଥାଏ । ଏହାକୁ ଘରର ପଛ ଭାଗରେ ଲଗାଇଲେ ଧନ ପ୍ରାପ୍ତିର ଯୋଗ ରହିଥାଏ ।

ମନ୍ଦାର

ଏହାର ସଂଯୋଗ ସୂର୍ଯ୍ୟ ଏବଂ ମଙ୍ଗଳ ଗ୍ରହ ସହିତ ହୋଇଥାଏ । ଏହାର ଲାଲ ଫୁଲକୁ ହନୁମାନଙ୍କୁ ଅର୍ପଣ କରିବା ଦ୍ଵାରା ଜୀବନରେ ଯଶ ଏବଂ ସମୃଦ୍ଧି ପ୍ରାପ୍ତ ହୋଇଥାଏ । ଏହାକୁ ଘରେ କେବେବି ଲଗା ଯାଇ ପାରିବ ।

Leave a Reply

Your email address will not be published. Required fields are marked *