ବାହାଘର ପରେ ଦେଖନ୍ତୁ ଶାଶୁଘରେ କେମିତି ଅଛନ୍ତି ହିରୋଇନ Swetalina

ଦର୍ଶକ ବନ୍ଧୁ ଆପଣ ମାନେ ସମସ୍ତେ ଟେଲି ଅଭିନେତ୍ରୀ ମାନଙ୍କୁ ବେଶ ଭଲ ଭାବେ ଜାଣିଥିବେ । ସେମାନେ ନିଜର ଅଭିନୟ ବ୍ଯତୀତ ସୁନ୍ଦରତା, ଷ୍ଟାଇଲ, ବ୍ୟକ୍ତିଗତ ଜୀବନ ପାଇଁ ବେଶ ଚର୍ଚ୍ଚା ରେ ରହିଥାନ୍ତି । ତେବେ ଆଜିର ସମୟରେ ଓଲିଉଡ ଜଗତରେ ଚାଲିଛି ବିବାହର ସିଜିନ । ଜଣଙ୍କ ପରେ ଜଣେ ଲୋକପ୍ରିୟ ଅଭିନେତା ଙ୍କ ଠାରୁ ଆରମ୍ଭ କରି ଅଭିନେତ୍ରୀ ମାନେ ବିବାହ ବନ୍ଧା ରେ ବାନ୍ଧି ହେଉଛନ୍ତି । ଯାହାର ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଆଜି ଆମେ ଆପଣଙ୍କୁ ସେମିତି ଜଣେ ଖାସ ଅଭିନେତ୍ରୀ ଙ୍କ ବିଷୟରେ କହିବାକୁ ଯାଉଛୁ ।

ବନ୍ଧୁଗଣ ଆପଣ ମାନେ ସାର୍ଥକ ଚ୍ଯାନେଲ ରେ ପ୍ରସାରିତ ହୋଇଥିବା ସିରିଏଲ “ତୁଳସୀ” ନିଶ୍ଚୟ ଦେଖିଥିବେ ଆଉ ସେଥିରେ ଅଭିନୟ କରୁଥିବା ପ୍ରତେକ ଟି କଳାକାର ଙ୍କୁ ବେଶ ଭଲ ଭାବେ ଜାଣିଥିବେ ମଧ୍ୟ । ତେବେ ତୁଳସୀ ସିରିଏଲ ରେ ଲିଡ ନାୟିକା ଭାବେ ଅଭିନୟ କରୁଥିଲେ ତୁଳସୀ ଓରଫ ଶ୍ଵେତଲୀନା । ଯାହାଙ୍କ ଅଭିନୟ ଦର୍ଶକ ମାନଙ୍କ ହୃଦୟ କୁ ବେଶ ଛୁଇଁ ଥିଲା । ଦର୍ଶକ ମାନେ ତୁଳସୀ ଙ୍କ ଅଭିନୟକୁ ବେଶ ପସନ୍ଦ କରିବା ସହ ବହୁତ ସାରା ଭଲ ପାଇବା ଦେଇଥିଲେ ।

ତେବେ ଖୁସି ଖବର ହେଉଛି କି ତୁଳସୀ ଙ୍କ ବିବାହ ପୁରା ରୀତିନୀତି ଅନୁଯାୟୀ ଶେଷ ହୋଇଛି । ସେ ଟେଲିଭିଜନ ଜଗତରେ ଅନେକ ସାରା ସିରିଏଲ ରେ ଖୁବ ସୁନ୍ଦର ଅଭିନୟ କରି ବେଶ ଲୋକପ୍ରିୟତା ହାସଲ କରିଛନ୍ତି । ତୁଳସୀ ଙ୍କ ହଳଦୀ ରସମ ଠାରୁ ଆରମ୍ଭ କରି ବ୍ଯ୍ବହାର ପ୍ରତେକ ଟି ରସମ ର ଭିଡିଓ ସୋସିଆଲ ମିଡିଆରେ ଖୁବ ମାତ୍ରା ରେ ଭାଇରାଲ ହେବରେ ଲାଗିଛି ଜହକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ତେବେ ତୁଳସୀ ବିବାହ ପରେ ନିଜ ଶାଶୁଘରେ ବେଶ ଖୁସି ରେ ଅଛନ୍ତି ।

ନିଜ ନୂଆ ପରିବାର ସହ ଫୋଟୋ ଓ ଭିଡିଓ କରି ସେ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ଯାହାକୁ ଦର୍ଶକ ମାନେ ବେଶ ପସନ୍ଦ କରିଛନ୍ତି । ନବ ବଧୁ ବେଶରେ ତୁଳସୀ ଖୁବ ସୁନ୍ଦର ଦେଖା ଯାଉଛନ୍ତି । ହଳଦିଆ ରଙ୍ଗର ଶାଢୀ କୁ ତାଙ୍କ ମଥାରେ ସ୍ଵାମୀ ଙ୍କ ନାଁ ରେ ପିନ୍ଧି ଥିବା ସିନ୍ଦୁର ପିନ୍ଧି ସେ ବହୁତ ଗରଜେସ ଲାଗୁଛନ୍ତି ।  ତେବେ ଅଭିନେତ୍ରୀ ରିୟା ଦେ ଙ୍କ ଭଳି ତୁଳସୀ ମଧ୍ୟ ନିଜ ବାହାଘରରେ ଖୁବ ନାଚିଛନ୍ତି ।

ସେ ବେଦି କୁ ଆସିବା ସମୟରେ ଜବରଦସ୍ତ ଡ୍ୟାନ୍ସ କରିବାର ନଜର ଆସିଛନ୍ତି ଯାହାର ଭିଡିଓ ସୋସିଆଲ ମିଡିଆରେ ବହୁଳ ମାତ୍ରା ରେ ଭାଇରାଲ ହେବାରେ ଲାଗିଛି । ତେବେ ତୁଳସୀ ଅନେକ ସାରା ଧାରାବାହିକ ରେ ଚମତ୍କାର ଅଭିନୟ କରି ଓଲିଉଡ ଇଣ୍ଡଷ୍ଟ୍ରି ରେ ନିଜର ଅଲଗା ଅଲଗା ପରିଚୟ ସୃଷ୍ଟି କରିବାରେ ସଫଳ ହୋଇଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ତୁଳସୀ ଙ୍କ ବାହାଘରର ଭିଡିଓ କେମିତି ଲାଗିଲା ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *