Sukantଙ୍କ ଦଶାହ କର୍ମରେ 500 ଲୋକଙ୍କ ପାଇଁ ଅବଢା ପଠାଇଲେ Rani Panda, ସୁକାନ୍ତଙ୍କ ପରିବାରକୁ ଦେଇଥିବା କଥା ରଖିଲେ Rani, ଦେଖନ୍ତୁ video

ଦର୍ଶକ ବନ୍ଧୁ ଗତ କାଲି ଥିଲା ସୁକାନ୍ତ ଙ୍କ ଦଶାହ କର୍ମ । ଆଉ ଦଶାହ ରେ ରାଣୀ ପଣ୍ଡା ପଠାଇଛନ୍ତି ମହାପ୍ରସାଦ । ୫୦୦ ଲୋକଙ୍କ ପାଇଁ ପଠାଇଛନ୍ତି ଅଭଡା ରାଣୀ । ସୁକାନ୍ତଙ୍କ ଦଶାହରେ ଲୋକେ ଅଭଡା ଖାଇବେ ଆଉ ତାଙ୍କ ଆତ୍ମାକୁ ଶାନ୍ତି ମିଳିବ । ତେବେ ପୁରୀ ରୁ ଗାଡି ସିଧା ଆସି ସୁକାନ୍ତଙ୍କ ଗାଁ ରେ ପହଞ୍ଚି ଥିଲା ମହାପ୍ରସାଦ । ବଡ ଦେଉଳରୁ ମହାପ୍ରସାଦ ବାହାରି ସୁକାନ୍ତଙ୍କ ଗାଁ ରାଜନଗର ରେ ଆସି ପହଞ୍ଚିଟିଲା ।

ତେବେ ସୁକାନ୍ତଙ୍କ ପରିବାର ଦଶାହ କୁ ନେଇ ଚିନ୍ତାରେ ଥିବା ବେଳେ ରାଣୀ ଅଭଡା ପଠାଇବା ପରେ ସେମାନେ ଚିନ୍ତାମୁକ୍ତ ହୋଇଛନ୍ତି । ସୁକାନ୍ତଙ୍କୁ ଆଜି ପୁରା ଗାଁ ଲୋକେ ଝୁରୁଛନ୍ତି । ଗୋଟେ ଭଲ ପିଲାକୁ ହରାଇ ଶୋକ ସ୍ତବ୍ଧ ହୋଇପଡିଛି ପୁରା ଗାଁ । ସୁକାନ୍ତଙ୍କ ମୃତ୍ୟୁ ୧୦ ଦିନ ବୀତି ଯାଇଛି । ତାଙ୍କ ଘର ଆଗରେ ରଖା ହୋଇଛି କୁଡୁଆ କୁଡୁଆ ଅଭଡା । ଅର୍ଣ୍ଣ, ଡାଲି, ବେସର, ଶାଗ, ଖଟା ସବୁ ରହିଛି । ଆଉ ଏହାକୁ ପଠାଇଛନ୍ତି ଅଭିନେତ୍ରୀ ରାଣୀ ପଣ୍ଡା ।

ସେ ନିଜର ଦୋଷ ସ୍ଵୀକାର କରି ପ୍ରାୟଶ୍ଚିତ କରିବାକୁ ପ୍ରତିଟି ସମୟରେ ସୁକାନ୍ତଙ୍କ ପରିବାରକୁ ସାହାଜ୍ଯ କରିବାକୁ ଆଗେଇ ଆସିଛନ୍ତି । ସେ ତାଙ୍କ କହିବା ଅନୁଯାୟୀ ଗତ କାଲି ସୁକାନ୍ତଙ୍କ ପରିବାରକୁ ପଠାଇଛନ୍ତି ୫୦୦ ଲୋକର ଅଭଡା । ଆଉ କହିଛନ୍ତି ମୁଁ ତୁମ ପୁଅ ସୁକାନ୍ତଙ୍କ ଦୁଖରେ ମର୍ମାହତ ବହୁତ ଦୁଖିତ ଏହା କହି ସେ କାନ୍ଦିଛନ୍ତି ମଧ୍ୟ । ତେବେ ଗତ ୨୬ ତାରିଖ ବିଳମ୍ବିତ ରାତି ରେ ରାଣୀ ପଣ୍ଡା ଙ୍କ କାର ସହ ଧକ୍କା ହୋଇଥିଲା ସୁକାନ୍ତ ବେହେରା ଙ୍କ ବାଇକ । ଯାହା ଫଳରେ ଘଟଣା ସ୍ଥଳରେ ହିଁ ସୁକାନ୍ତ ଙ୍କ ମୃତ୍ୟୁ ଘଟିଥିଲା ।

ଯାହା ପରେ ଅଭିନେତ୍ରୀ ରାଣୀ ପଣ୍ଡା ତାଙ୍କର ସବୁ ଦୋଷ କୁ ପ୍ରାୟଶ୍ଚିତ କରିବାକୁ କହହୀନ ଥିଲେ । ସେ ସୁକାନ୍ତ କ ପରିବାରର ଦାୟିତ୍ଵ ନେବାକୁ କହିଥିଲେ । ସୁକାନ୍ତ ଙ୍କ ପୁଅ ଓ ଝିଅର ଭବିଷ୍ୟତ ଗଢିବେ ବୋଲି କହିଥିଲେ ରାଣୀ ପଣ୍ଡା । ଦୁର୍ଘଟଣା ହେବାର ୨ ଦିନ ପରେ ସୁକାନ୍ତ ଙ୍କ ପରିବାରକୁ ରାନୀ ପଣ୍ଡା ପଠାଇ ଥିଲେ ୫୦ ହଜାର ଟଙ୍କା । ଯଦି ଦେଖିବା ରାଣୀ ପଣ୍ଡା ତାଙ୍କର କଥା କର୍ତ୍ତବ୍ୟ କରି ଚାଲିଛନ୍ତି ।

ଅନ୍ୟ କ୍ଷେତ୍ର ରେ ସୁକାନ୍ତ ଙ୍କ ପରିବାର ରାଣୀ ପଣ୍ଡା ଙ୍କ ପ୍ରତି ଥିବା ସବୁ ଅଭିମାନ କୁ ଦୂରେଇବାରେ ଲାଗିଛନ୍ତି । ସେପଟେ ସୁକାନ୍ତ ଙ୍କ ଦଶାହ କୁ ରାଣୀ ପଣ୍ଡା ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ମଧ୍ୟ ଜଣାଇଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ରାଣୀ ପଣ୍ଡା ଙ୍କ ଏଭଳି ମହାନ କମ କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *