ସ୍ତ୍ରୀ’ ବଞ୍ଚି ଥାଉ ଥାଉ ସ୍ଵାମୀ କଲେ ଶୁଦ୍ଧିକ୍ରିୟା, ଲୋକଙ୍କୁ ଦେଲେ ଶ୍ରାଦ୍ଧ ଭୋଜି, କାରଣ ଜାଣି ଆଶ୍ଚର୍ଯ୍ୟ ହେବେ, ଦେଖନ୍ତୁ video

ରାସ୍ତା ସାରା ଲୋକ ବସିଛନ୍ତି ଆଉ ଖାଇବାରେ ବ୍ୟସ୍ତ ଅଛନ୍ତି । ଏଠାରେ ଜଣଙ୍କର ଶ୍ରାଦ୍ଧ ଭୋଜି ଚାଲିଛି । ଏ ଦୃଶ୍ୟ ଦେଖିବା ପରେ ହୁଏ ତ ଆପଣ କହି ପାରନ୍ତି ଗାଁ ଗାଁ ରେ ଶ୍ରାଦ୍ଧ ରେ ଭୋଜି ହୁଏ ଏଥିରେ ନୂଆ କଣ ରହିଛି । ତେବେ ଦର୍ଶକ ବନ୍ଧୁ ପ୍ରକୃତ କଥା ହେଉଛି ଏଠାରେ ଯାହା ପାଇଁ ଶ୍ରାଦ୍ଧ ଭୋଜି ହେଉଛି ସେ ଆଜି ବି ଜୀବିତ । ଏହି କଥା ଟି ଶୁଣିବା ପରେ ଆପଣ ନିଶ୍ଚୟ ଚମକି ପଡିଥିବେ କିନ୍ତୁ କଥା ଟି ପୁରା ସତ । ସ୍ତ୍ରୀ ବଞ୍ଚିଥାଉ ଥାଉ ସ୍ଵାମୀ କରିଲା ଶ୍ରାଦ୍ଧ । ଏ ହେଉଛନ୍ତି ଅକ୍ଷୟ ରାଉତ । ବିବାହ ପରେ ୨ଟି ସନ୍ତାନ ବି ହେଲେ ।

କିନ୍ତୁ ସଂସାର ଗଢିବା ପରେ ବି ଅକ୍ଷୟ ଙ୍କ ସାଙ୍ଗ ବିକାଶ ଙ୍କ ସହ ଫେରାର ହୋଇଛନ୍ତି ସ୍ତ୍ରୀ । ସବୁଠାରୁ ଜରୁରୀ କଥା ହେଲା ପୂର୍ବ ରୁ ଫେରାର ହୋଇଥିଲେ ଅକ୍ଷୟ ଙ୍କ ସ୍ତ୍ରୀ କିନ୍ତୁ ଘରକୁ ଫେରିଥିଲେ । ହେଲେ ଏବେ ପୁଣି ଥରେ ଫେରାର ହୋଇ ଯାଇଛନ୍ତି ଯାହାକୁ ନେଇ ବଲାଙ୍ଗୀର ଅଞ୍ଚଳ ରେ ଚର୍ଚ୍ଚା ଜୋର ଧରିଛି । ଦୁଇ ଥର ସ୍ତ୍ରୀ ଯିବା ପରେ କଣ କରିବେ କଣ ନ କରିବେ ସେହି ଚିନ୍ତାରେ ରହି ପରିବାର ଓ ଜାତି ଭାଇ ଙ୍କ ପରାମର୍ଶ ଲୋଡିଥିଲେ ଅକ୍ଷୟ ।

ଆଉ ଜାତି ଭାଇଙ୍କ ନିସ୍ପତି ପରେ କୌଣସି ଆଇନଗତ ଛାଡପତ୍ର ନ କରି ଏମିତି ଜିଅନ୍ତା ଶ୍ରାଦ୍ଧ ଦେବାକୁ ଅକ୍ଷୟ ନେଇଥିଲେ ନିସ୍ପତି । ଖାଲି ଶ୍ରାଦ୍ଧ ହେଲା ତାହା ନୁହେଁ ବରଂ ପୁରା ରୀତିନୀତିରେ ପିଣ୍ଡ ଦେଲେ ଓ ଶୁଦ୍ଧ କାର୍ଯ୍ୟ ବି କରିଲେ । ମୋଟ ଉପରେ ପରକ୍ରିୟା ପ୍ରୀତିରେ ଛାରଖାର ହୋଇଗଲା ଦୁଇ ଦୁଇଟି ସଂସାର । ସେପଟେ ବିକାଶ ଙ୍କ ସ୍ତ୍ରୀ କିନ୍ତୁ ଅକ୍ଷୟ ଙ୍କୁ ଦୋଷ ଦେଇଛନ୍ତି ଆଉ କହିଛନ୍ତି ସବୁ ଦୋଷ ତାଙ୍କର ।

ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ବିକାଶ ନିଜ ସ୍ତ୍ରୀ ଙ୍କ ନାଁ ରେ ଥିବା ସମ୍ପତିର କାଗଜପତ୍ର ନେଇ ଫେରାର ହୋଇଛନ୍ତି । କରୱାଚଉଥ ରେ ବିକାଶ ଓ ତାଙ୍କ ସତରେ ହାତରେ ଟାଟୁ କରିଥିଲେ ହେଲେ ସେହି ଟାଟୁ କୁ ଦେଖିବାକୁ ଆଉ ତାଙ୍କର ଇଚ୍ଛା ହେଉ ନାହି । କରାନ ପ୍ରେମରେ ଧୋକା ଦେଇ ସ୍ଵାମୀ ପଳାଇ ଥିବାରୁ ଦୁଇ ପିଲାଙ୍କୁ ନେଇ ଏବେ ସେ ଚିନ୍ତାରେ ଅଛନ୍ତି ।

ତେବେ ଜଣେ ବିବାହିତା ନାରୀ ଦୁଇ ଦୁଇ ଟି ପିଲାଙ୍କର ମା ହେବା ପରେ କେମିତି ଆଉ ଜଣଙ୍କ ସହ ପଳାଇ ଗଲେ ତାହାକୁ ନେଇ ସ୍ଥାନୀୟ ଅଞ୍ଚଳ ରେ ଚର୍ଚ୍ଚା ଚାଲିଛି । ତ ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *