ପୁଣି ମୁଣ୍ଡ ଟେକିଲାଣି ବାତ୍ୟା ! 8 ରେ ଛୁଇଁବ ସ୍ଥଳଭାଗ, ସତର୍କ ସୂଚନା ଦେଲା ଭାରତୀୟ ପାଣିପାଗ ବିଭାଗ

ଦର୍ଶକ ବନ୍ଧୁ ବାତ୍ୟା ନାଁ ଶୁଣିଲେ ମନରେ ଛାନିଆ ପଶେ । କାରଣ ବାତ୍ୟା ଆସିଲେ କେତେ ଯେ କ୍ଷୟ କ୍ଷତି ହୁଏ ତାହା ଆପଣ ମାନେ ସମସ୍ତେ ଜାଣିଥିବେ । ତେବେ ପୁଣି ଠାରେ ବଙ୍ଗୋସାଗର ରେ ବାତ୍ୟା ହେବାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଡିସେମ୍ବର ୮  ତାରିଖରେ ସ୍ଥଳ ଭାଗରେ କେବେ କି ମାଡ ? ବାତ୍ୟାକୁ ନେଇ ଛାନିଆ ଉପକୂଳ ଲୋକେ । ପୁଣି ଆସୁଛି ବାତ୍ୟା । ଆସନ୍ତା ୮ ତାରିଖ ରେ ଉପକୂଳ ଛୁଇଁବା ନେଇ ପାଣିପାଗ ବିଭାଗର ପୂର୍ବାନୁମାନ ପରେ ଏବେ ଛାନିଆ ହେଲେଣି ଲୋକେ ।

ଖାଲି ଛାନିଆ ହେଲେଣି ତାହା ନୁହେଁ ବରଂ କେବେ ମାଡ ହେବ କେଉଁଠି ମାଡ ହେବ ସେ ନେଇ ବଢିଲାଣି ଚର୍ଚ୍ଚା । ଦକ୍ଷିଣ ଆଣ୍ଡାମାନ ସାଗର ରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିବା ବୀ କ୍ରମଶ ଏହା ଘନିଭୂତ ହୋଇ ଏହା ସାଇକ୍ଳୋନିକ ଷ୍ଟ୍ରମ ରେ ପରିଣତ ହେବାର ସମ୍ଭାବନା ରହିଛି । ଡିସେମ୍ବର ୮ ତାରିଖ ସୁଧା ଉତ୍ତର ତାମିଲନାଡୁ, ଗୁଡୁଚେରି ଓ ଦକ୍ଷିଣ ଆନ୍ଧ୍ର ପ୍ରଦେଶ ଉପକୂଳରେ ଘନୀଭୂତ ହୋଇପାରେ ।

ପରେ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗକୁ ଗତି କରି ଡିସେମ୍ବର ୬ ତାରିଖ ସନ୍ଧ୍ୟା ସୁଧା ଦକ୍ଷିଣ ବଙ୍ଗୋପସାଗର ର ଉପକୂଳରେ ଅବପାତ ରେ ପରିଣତ ହେବାର ସମ୍ଭାବନା ରହିଛି । ଅବପାତ ବାତ୍ୟାର ରୂପ ନେଇ ୮ ତରାଇଖ ସୁଧା ଉପକୂଳ ଛୁଇଁବାର ସମ୍ଭାବନା ରହିଛି । ଯଦି ବାତ୍ୟା ହୁଏ ତେବେ ଏହା ଉତ୍ତର ତାମିଲନାଡୁ ଓ ଦକ୍ଷିଣ ଆନ୍ଧ୍ର ପ୍ରଦେଶର ଉପକୂଳରେ ସ୍ଥଳ ଭାଗ ଛୁଇଁ ପାରେ ବୋଲି ସମ୍ଭାବନା ରହିଛି ।

ଏହାର ପ୍ରଭାବ ଓଡିଶା ଉପରେ କଣ ରହିବ ତାହା ବର୍ତ୍ତମାନ ସୁଧା ସ୍ପଷ୍ଟ ନ ହୋଇଥିଲେ ବି ଏବେ ଠାରୁ ବଢିଲାଣି ଚର୍ଚ୍ଚା । ଏହାର ପ୍ରଭାବରେ ତାମିଲନାଡୁ ର ୭ ଜିଲ୍ଲା ପୁଡୁଚେରି, ବରାଇକା, ଦକ୍ଷିଣ ଉପକୁଳ ଆନ୍ଧ୍ର ଉପକୂଳରେ ଡିସେମ୍ବର ୭ ତାରିଖ ସୁଧା ବର୍ଷା ଆରମ୍ଭ ହୋଇପାରେ । ଡିସେମ୍ବର ୮ ତାରିଖ ଦିନ ପ୍ରବଳ ବରସର ସମ୍ଭାବନା ରହିଛି । ସେହିପରି ଡିସେମ୍ବର ୪ ରୁ ୬ ପର୍ଯ୍ୟନ୍ତ ଆଣ୍ଡାମନ ନିକୋବର ଦ୍ଵିପପୂଞ୍ଜ ରେ ସ୍ୱଳ୍ପ ରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ।

ଡିସେମ୍ବର ୮ ତାରିଇଖ ଯାଏଁ ବଙ୍ଗୋପସାଗର ଓ ଆଣ୍ଡାମନ ସାଗର କୁ ନ ଯିବା ପାଇଁ ପାଣିପାଗ ମୁଖ୍ୟ ବିଭାଗ ପକ୍ଷ ରୁ ମଶ୍ଚ୍ୟ ଜୀବି ମାନଙ୍କୁ ପରାମର୍ଶ ଦିଆ ଯାଇଛି । ତେବେ ବାତ୍ୟା କୁ ନେଇ ଏ ସବୁ ଆଡେ ଚର୍ଚ୍ଚା ଜୋର ଧରିଛି ।

ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *