Vastu Shastra: ଘରର ମୁଖ୍ୟଦ୍ୱାର କିପରି ଥିଲେ ଧନଲାଭ ହୁଏ ଏବଂ କେମିତି ଥିଲେ ହୁଏ ସର୍ବନାଶ, ଦେଖନ୍ତୁ

ବନ୍ଧୁଗଣ ଘର ତିଆରି କରିବା ସମୟରେ ଘରର ମୁଖ୍ୟ ଦ୍ଵାରା ଘର ଉପରେ ଅନେକ ପ୍ରଭାବ ପକାଇଥାଏ । ଅନ୍ୟ ଭାଷାରେ କହିବାକୁ ଗଲେ ଘରର ମୁଖ୍ୟ ଦ୍ଵାରା ଉପରେ ସୁଖ, ଶାନ୍ତି, ସୌହାର୍ଦ୍ୟ ନିର୍ଭର କରିଥାଏ । ଆଜି ଆମେ ଆପଣଙ୍କୁ ଘରର ମୁଖ୍ୟଦ୍ଵାର କିପରି ହେବ ଉଚିତ ସେହି ବିଷୟାରେ କହିବାକୁ ଯାଉଛି । ପ୍ରଥମେ ଦେଖିବା ଯେ ମୁଖ୍ୟଦ୍ଵାର ସବୁ ଦ୍ଵାରା ଠାରୁ ବଡ ହେବା ଉଚିତ । ମୁଖ୍ୟଦ୍ବାରର ପ୍ରସ୍ତ ଓ ଦରଘ୍ଯ ୧ ଅନୁପାତ ୨ କରାଯାଏ ଅର୍ଥାତ ଲମ୍ବ ଯେତିକି ହେବ ଚଉଡା ତାର ଦୁଇ ଗୁଣା ଅଧିକ ହେବା ଦରକାର ।

ମୁଖ୍ୟଦ୍ବାରର ଏକ ପଟିଆ ନୁହେଁ ବରଂ ଦୁଇ ପଟେ ହେବା ଉଚିତ । ମୁଖ୍ୟଦ୍ବାରର କବାଟ ଦୁଇ ପଟେ ହେଲେ ଶୁଭଦାୟକ ହୋଇଥାଏ । ମୁଖ୍ୟଦ୍ଵାର ସଂପୂର୍ଣ୍ଣ ନୂଆ କାଠରେ ହେବା ଉଚିତ ପୁରୁଣା କାଠ ବ୍ୟବହାର ଅନୁଚିତ । ମୁଖ୍ୟଦ୍ବାରର ବନ୍ଧା ୪ ଖଣ୍ଡ ବିଶିଷ୍ଟ ହେବ ଉଚିତ । ଗାଈ ବାଛୁରି ପାଣି ପିଉଥିବାର ଚିତ୍ର, ହାତୀ ପାଣି ଫୋପାଡୁଥିବାର ଚିତ୍ର, କଳସ, ଶଙ୍ଖ, ଫୁଲ, ଲକ୍ଷ୍ମୀ, ସ୍ଵସ୍ତିକ, ମାଛ ପାଣିରେ ଥିବାର ଚିତ୍ର ରଖିଲେ ମୁଖ୍ୟଦ୍ଵାରରେ ଶୁଭ ହୋଇଥାଏ । ଯଦି ଆପଣ କୁଳଦେବତାଙ୍କ ଚିତ୍ର ରଖୁଛନ୍ତି ଏକ ହାତ ହେବ ଉଚିତ ।

ଯଦି ମୁଖ୍ୟଦ୍ବାରଟି ଅତି ବଡ ହୋଇଯାଏ ତେବେ ରାଜଭୟ ହୋଇଥାଏ । ମୁଖ୍ୟଦ୍ଵାର ଛୋଟ ହୋଇଗଲେ କୁଳ ବିନାସକ ଆଶଙ୍କା ଦେଖାଯାଇଥାଏ । ଯଦି ମୁଖ୍ୟଦ୍ଵାର ଆପେ ଆପେ ଖୋଲିଯାଏ ଘରର ମୁଖ୍ୟ ବାତୁଳ ହେବେ । ମୁଖ୍ୟଦ୍ଵାର ବାହାରକୁ ଢଳିଲେ ତେବେ ଗୃହ ସ୍ଵାମୀ ଅଧିକାଂଶ ସମୟ ବାହାରେ ରହିବେ । ମୁଖ୍ୟଦ୍ଵାର ଖୋଲିବା ବା ବନ୍ଦ କରିବା ସମୟରେ ଶବ୍ଦ ହୁଏ ପରିବାରକୁ ଅନେକ ପ୍ରକାରର ପୀଡା ମିଳିଥାଏ । ମୁଖ୍ୟଦ୍ଵାର ସାମ୍ନାରେ ମୁଖ୍ୟ ସଡକ ଯୋଡି ହୁଏ ପରିବାରକୁ ପୀଡା ହୁଏ ।

ପତ୍ର ନ ଥିବା ଗଛ, ମଲା ଗଛ ରହିବା ଅନୁଚିତ । ମୁଖ୍ୟଦ୍ଵାର ଆଗରେ ଗଛ ଶବ୍ଦ କରୁଥିଲେ ଅଶୁଭ । ମୁଖ୍ୟଦ୍ଵାର ସାମ୍ନାରେ କୂଅ ରଖନ୍ତୁ ନାହି କି ପାଣି ଜାମ ହେବାକୁ ଦିଅନ୍ତୁ ନାହି । ଏହା ଦ୍ଵାରା ପରିବାରରେ ରୁଣ ଭାର ବଢେ । ମୁଖ୍ୟଦ୍ଵାର ଆଗରେ ଦେବାଳୟ ରହିଲେ ଗୃହ ସାମ୍ୟର କ୍ଷତି ହୁଏ , ହୋଟେଲ, ପାଣିଟାଙ୍କି ରଖିବା ଅନୁଚିତ । ତେଣୁ ଘର ତିଆରି କରିବା ସମୟରେ ଏହି ସବୁ ରହିବା ଅନୁଚିତ । ମୁଖ୍ୟଦ୍ଵାର ଆଗରେ ଇଲେକ୍ଟ୍ରି ଖୁଣ୍ଟି ବା ଗାଈ ରଖିବା ପାଇଁ ଖୁଣ୍ଟି ରହିଥାଏ ମହିଳାଙ୍କର କ୍ଷତି ହୋଇଥାଏ ।

ଘରର ମୁଖ୍ୟଦ୍ଵାର ଦକ୍ଷିଣ ଦିଗରେ ରଖିଲେ ଭଲ ହୋଇଥାଏ । ନୂଆ ଘର ଆରମ୍ଭ କରୁଥିଲେ ଭଲ ଭାବେ ନକ୍ସା ଦେଖନ୍ତୁ ମୁଖ୍ୟଦ୍ଵାର ଠିକ ସ୍ଥାନରେ ରଖନ୍ତୁ । ମୁଖ୍ୟଦ୍ଵାର ରେ ଯେଉଁ ସ୍ଥାନରେ ଦୋଷ ତ୍ରୁଟି ଆସି ସେଥିରେ ପରିବର୍ତ୍ତନ କରନ୍ତୁ ।   ଆଉ ଯେଉଁ ମାନେ ଘର କରି ସାରିଛନ୍ତି ସେମାନେ ଏହି ସବୁ ଦିଗ ପ୍ରତି ନିଶ୍ଚୟ ଧ୍ୟାନ ଦିଅନ୍ତୁ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *