ଭଗବାନ ଶିବଙ୍କ ବାପା ଏବଂ ମା କିଏ ଅଟନ୍ତି ? Shiv Purana

ଭଗବାନ ଶିବ ଏହି ସୃଷ୍ଟିର ଆଦି ଓ ଅନ୍ତ ଅଟନ୍ତି । ଏମିତିରେ ସମସ୍ତଙ୍କ ମନରେ ପ୍ରଶ୍ନ ଆସେ କି ଭଗବାନ ଶିବଙ୍କ ପିତା ମାତା କିଏ । ଆଜି ଆମେ ଆପଣଙ୍କୁ ଏହି ପ୍ରଶ୍ନର ଜବାବ ଦେବୁ । କହିଦେଉଛୁ କି ଭଗବାନ ଶିବ ଏହି ସୃଷ୍ଟିର ଆରମ୍ଭ କରିଥିଲେ ଓ ସେ ହିଁ ଏହି ସୃଷ୍ଟିର ଅନ୍ତ କରିବେ । ଏହା ବି ପ୍ରଶ୍ନ ଆସୁଛି କି ଯଦି ଭଗବାନ ଶିବ ଏହି ସୃଷ୍ଟିର ରଚୟତା ତେବେ ତାଙ୍କୁ ଜନ୍ମ କିଏ ଦେଇଥିବ । ପୌରାଣିକ କଥା ଅନୁସାରେ ଭଗବାନ ଶିବଙ୍କ ମାତା ପିତା ଜାଣିବା ପାଇଁ କିଛି ରୁଷିମାନେ ତାଙ୍କୁ ପ୍ରଶ୍ନ କରିଲେ କି ମହାଦେବ ଆପଣଙ୍କୁ କିଏ ଜନ୍ମ ଦେଇଛନ୍ତି ? ସେହି ସମୟରେ ମହାଦେବ କହିଲେ କି ମୋତେ ସୃଷ୍ଟିର ନିର୍ମାଣ କରିଥିବା ଭଗବାନ ବ୍ରହ୍ମା ଜନ୍ମ ଦେଇଛନ୍ତି ।

ଏହା ସତ୍ବେ ବି ରୁଷିମାନଙ୍କ ଜିଜ୍ଞାସା ଏତିକିରେ ଶାନ୍ତ ହୋଇ ନ ଥିଲା । ସେମାନେ ଭଗବାନ ଶିବଙ୍କୁ ପୁଣି ପ୍ରଶ୍ନ କରିଲେ କି ଯଦି ଆପଣଙ୍କର ପିତା ଭଗବାନ ବ୍ରହ୍ମା ଅଟନ୍ତି ତେବେ ଆପଣଙ୍କ ଜେଜେବାପା କିଏ ? ଭଗବାନ ଏହାର ଜବାବରେ କହିଲେ କି ଏହି ସୃଷ୍ଟିର ପାଳନକର୍ତ୍ତା ଭଗବାନ ବିଷ୍ଣୁ ହିଁ ମୋର ଜେଜେବାପା ଅଟନ୍ତି । ଭଗବାନ ଶିବଙ୍କ ଲିଲା ବିଷୟରେ ନ ବୁଝି ପାରି ରୁଷିମାନେ ପୁଣି ପ୍ରଶ୍ନ କରିଲେ କି ଯଦି ତୁମର ବାପା ବ୍ରହ୍ମା ଓ ଜେଜେବାପା ବିଷ୍ଣୁ ତେବେ ତୁମର ଜେଜେବାପା ବାପା କିଏ ?

ଏହି ପ୍ରଶ୍ନ ଶୁଣିବା ପରେ ଭଗବାନ ଶିବ ହସିବାକୁ ଲାଗିଲେ ଓ ସେ ଏହି ପ୍ରଶ୍ନର ଉତ୍ତର ଦେଇ କହିଲେ କି ଭଗବାନ ଶିବ ହିଁ ମୋର ଜେଜେବାପାଙ୍କ ବାପା ଅଟନ୍ତି । ଶ୍ରୀମଦଦେବୀ ଭାଗବତ ମହାପୁରାଣ ଅନୁସାରେ ଥରେ ନାରଦ ନିଜର ପିତା ବ୍ରହ୍ମାଙ୍କୁ ପ୍ରଶ୍ନ କରିଲେ କି ଏହି ସୃଷ୍ଟିର ନିର୍ମାଣ କିଏ କରିଛନ୍ତି । ଭଗବାନ ବିଷ୍ଣୁ, ନା ଭଗବାନ ଶିବ, ନା ସ୍ଵୟଂ ସେ । ଅର୍ଥାତ ଆପଣଙ୍କର ମାତା ପିତା କିଏ ? ସେହି ସମୟରେ ବ୍ରହ୍ମା ତ୍ରିଦେବଙ୍କ ଜନ୍ମ କାହାଣୀ ବିଷୟରେ କହିଲେ କି ପ୍ରକୃତି ସ୍ୱରୂପ ଦୂର୍ଗା ଓ କାଳ ସଦାଶିବ ସ୍ୱରୂପ ବ୍ରହ୍ମା ଯୋଗୁ ବ୍ରହ୍ମା, ବିଷ୍ଣୁ ଓ ମହେଶ୍ଵରଙ୍କ ଉତ୍ତପତି ହୋଇଛି ।

ଏହାର ଅର୍ଥ ପ୍ରକୃତି ସ୍ୱରୂପ ଦୂର୍ଗା ମାତା ଅଟନ୍ତି ଓ ବ୍ରହ୍ମା ଅର୍ଥାତ କାଳ ସଦାଶିବଙ୍କ ପିତା ଅଟନ୍ତି । ଶାସ୍ତ୍ର ଓ ପୁରାଣରେ ଭଗବାନ ଶିବ ଓ ଆଦିଶକ୍ତି ମହିମା ବିଷୟରେ ବିଭିନ୍ନ ଗାଥା ବର୍ଣନା କରାଯାଇଛି । କିନ୍ତୁ ଇଶ୍ଵରଙ୍କ ଲୀଳା ବିଷୟରେ ସେ ସ୍ଵୟଂ ହିଁ ଜାଣିଛନ୍ତି । ତାଙ୍କ ଲିଲା ବିଷୟରେ କେହି ବି ବୁଝି ପାରିବେ ନାହିଁ । ଭଗବାନ ଶିବ ଦେବତାମାନଙ୍କ ଦେବତା ଅଟନ୍ତି । ସେ ହିଁ ଆରମ୍ଭ ଓ ସେ ହିଁ ଅନ୍ତ ।

Leave a Reply

Your email address will not be published. Required fields are marked *