ବଜାରରୁ ଫେରୁଥିବା ମହିଳାଙ୍କୁ ବାଦମାସ ମାନେ ଜଙ୍ଗଲରେ ଘେରିଲେ, ସ୍ଵାମୀର ହାତ ବାନ୍ଧି ସ୍ତ୍ରୀ ସହ କଲେ କିଛି ଏମିତି

ଝାଡଖଣ୍ଡ ର ଦୁମକାରେ ସାପ୍ତାହିକ ବଜାରରୁ ଫେରୁଥିବା ମହିଳାଙ୍କ ସହିତ ଗ୍ୟାଙ୍ଗ ବଳାତ୍କାର ଘଟଣା ସାମ୍ନାକୁ ଆସିଛି । ସୋମବାର ଦିନ ସନ୍ଧ୍ୟାରେ କାଠିକୁଣ୍ଡର ଝିକରା ଜଙ୍ଗଲରେ ସ୍ଵାମୀ ଆଗରେ ସ୍ତ୍ରୀ ସହିତ ତିନିଜଣ ଲୋକ ବଳାତ୍କାର କଲେ । ପୋଲିସରେ କରାଯାଇଥିବା ଅଭିଯୋଗ ଅନୁସାରେ ଅପରାଧୀ ମାନେ ପ୍ରଥମେ ସ୍ବାମୀର ହାତକୁ ଗାମୁଛାରେ ବାନ୍ଧି ଦେଲେ ଏବଂ ତାଙ୍କ ସ୍ତ୍ରୀ ସହିତ ବଳାତ୍କାର କଲେ ।

ମଙ୍ଗଳବାର ଦିନ ପୀଡ଼ିତାଙ୍କ ଶିକାୟତ ରେ ତିନିଜଣ ଦୋଷି ଦୂର୍ଗା ଦେହରି ,ଦେବେନ୍ଦ୍ର ଦେହରି ଓ ସୋନୁ ଦେହରି କୁ ଥାନାକୁ ନେଇ ପୋଲିସ ପଚରାଉଚରା କରୁଛି ।

ତିନିଜଣ ଅପରାଧୀ ଭିତରେ ଦୂର୍ଗା ଦେହାରୀ ଗୋପିକନ୍ଦରର ଖରୋନି ବଜାର ପଞ୍ଚାୟତର ମୁଖୀୟା ଅଟେ । ପୀଡ଼ିତା ଏବଂ ତିନିଜଣ ଅପରାଧୀ ଜନଜାତି ପାହାଡିଆ ସମୁଦାୟ ର ଅଟନ୍ତି । ଏସପି ବାଇଏସ ରମେଶ କହିଛନ୍ତି କି ମହିଳା ଜଣଙ୍କ ତିନିଜଣଙ୍କ ଦ୍ଵାରା ଗ୍ୟାଙ୍ଗ ବଳାତ୍କାର କରାଯାଇଥିବାର ଅଭିଯୋଗ କରିଛନ୍ତି ।

ଅଭିଯୋଗକୁ ଆଧାର କରି ତିନିଜଣ ଅପରାଧୀଙ୍କୁ ଥାନାକୁ ନିଆଯାଇଛି । ପୀଡ଼ିତା ମଙ୍ଗଳବାର ଦିନ ସକାଳେ କଠିକୁଣ୍ଡ ଥାନାରେ ପହଞ୍ଚି ପୋଲିସରେ ଘଟଣାର ଲିଖିତ ଅଭିଯୋଗ କରିବା ସହିତ ନ୍ୟାୟ ପାଇଁ ଗୁହାରି କରିଥିଲା । କାଠିକୁଣ୍ଡ ଥାନାର ପୋଲିସଙ୍କୁ ଦିଆଯାଇଥିବା ବୟାନ ଅନୁସାରେ ୨୪ବର୍ଷର ମହିଳା ନିଜ ସ୍ଵାମୀ ସହିତ ଝିକରା ଗାଁରେ ହେଉଥିବା ସାପ୍ତାହିକ ହାଟକୁ ଆସିଥିଲେ ଏବଂ ହାଟରୁ ଜିନିଷ କିଣି ଫେରୁଥିଲେ ।

ରାସ୍ତାରେ ଦୂର୍ଗା ଦେହରି ,ଦେବେନ୍ଦ୍ର ଦେହରି ଓ ସୋନୁ ଦେହରି ଦୁଇଜଣଙ୍କୁ ଧରି ନେଲେ ଏବଂ ଜଙ୍ଗଲ କୁ ନେଇଗଲେ । ପୀଡ଼ିତା ଙ୍କ ଆଭିଯୋଗ ଅନୁସାରେ ତାଙ୍କ ସ୍ଵାମୀଙ୍କ ହାତକୁ ଗାମୁଛରେ ବାନ୍ଧିଦେଲେ ଏବଂ ତିନିଜଣ ତାଙ୍କ ସହିତ ଦୁଷ୍କର୍ମ କଲେ । ବଳାତ୍କାର ଘଟଣାକୁ ଅଞ୍ଜାମ ଦେଲା ପରେ ତିନିଜଣ ଅପରାଧୀ ପଳାଇ ଗଲେ ।

Leave a Reply

Your email address will not be published. Required fields are marked *