ସିରିଏଲ Balika Vadhu ର ଏହି ବାଲ କଳାକାର ମାନେ ଆଜି ବଡ ହୋଇ ଦେଖା ଯାଉଛନ୍ତି ଏମିତି

ବର୍ଷ ୨୦୦୮ରେ କଲର୍ସ ଟିଭିରେ ପ୍ରସାରିତ ହୋଇଥିବା ଟିଭି ସିରିଏଲ ବାଳିକା ବୋଧୁ ଆପଣ ସମସ୍ତେ ନିଶ୍ଚିତ ଦେଖିଥିବେ । ଯାହାର କାହାଣୀ ରାଜସ୍ଥାନର ଗୋଟିଏ ଛୋଟ ଗାଁ ଉପରେ ଆଧାରିତ ଥିଲା । ଯେଉଁଥିରେ ଛୋଟ ବୟସରେ ହିଁ ପିଲାମାନଙ୍କର ବିବାହ କରି ଦିଆଯାଉଛି । ସେହି ବାଲ କଳାକାରରେ ନଜର ଆସିଥିଲେ ଆନନ୍ଦୀ ଓ ଜଜ୍ଞା । ଏହି ସିରିଏଲରେ ଆନନ୍ଦୀ ଓ ଜଜ୍ଞାର ଯୋଡିକୁ ଦର୍ଶକମାନେ ବହୁତ ପସନ୍ଦ ମଧ୍ୟ କରିଥିଲେ ।

ଏହି ଦୁଇ ଜଣଙ୍କର ଅଭିନୟ କାରଣରୁ ଦର୍ଶକମାନେ ଏହି ସିରିଲେରେ ବାନ୍ଧି ହୋଇ ଯାଇଥିଲେ । ଆଜି ଆମେ ସେହି ବାଲ କଳାକାରଙ୍କ ବିଷୟରେ କଥାବାର୍ତ୍ତା କରିବୁ । ଯେଉଁମାନେ ଆଜି ବହୁତ ବଡ ହୋଇ ଯାଇଛନ୍ତି ଓ ବହୁତ ବଦଳି ଯାଇଛନ୍ତି । ଆଗ ଅପେକ୍ଷା ସେମାନଙ୍କୁ ଚିହ୍ନିବା ବର୍ତ୍ତମାନ ବହୁତ କଷ୍ଟ ଅଟେ ।

ଏହି ସିରିଏଲରେ ଛୋଟ ଜଜ୍ଞାର ଅଭିନୟ କରିଥିବା ଅଭିନେତାର ଅସଲ ନାଁ ଅଭିନାଶ ମୁଖାର୍ଜୀ ଅଟେ । ଅଭିନାଶ ମୁଖାର୍ଜୀଙ୍କ ଜନ୍ମ ୧ ଅଗଷ୍ଟ ୧୯୯୭ରେ ହୋଇଥିଲା । ଅଭିନାଶ ମୁଖାର୍ଜୀ ୨୦୦୮ରୁ ହିଁ ଟିଭି ଇଣ୍ଡଷ୍ଟ୍ରିରେ କାମ କରୁଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ଅଭିନାଶ ମୁଖାର୍ଜୀ ବହୁତ ଟିଭି ସିରିଏଲରେ କାମ କରି ସାରିଛନ୍ତି । କିନ୍ତୁ ବାଳିକା ବୋଧୁରେ ତାଙ୍କୁ ଯେଉଁ ପରିଚୟ ମିଳିଛି ତାହା ଅନ୍ୟ କେଉଁ ସିରିଏଲରୁ ମିଳି ନାହିଁ । ଅଭିନାଶ ମୁଖାର୍ଜୀ ବହୁତ ବଡ ଓ ହ୍ୟାଣ୍ଡସମ ହୋଇ ଯାଇଛନ୍ତି ।

ଅଭିନାଶ ମୁଖାର୍ଜୀ ଏବେ ବି ଅଭିନୟ ଦୁନିଆରେ ସକ୍ରିୟ ଅଛନ୍ତି । ସେ ଏବେ ବି କେତେକ ସିରିଏଲରେ ମୁଖ୍ୟ ଅଭିନେତା ରୂପରେ ଅଭିନୟ କରୁଛନ୍ତି । ସିରିଏଲରେ ବାଳିକା ବୋଧୁରେ ଛୋଟ ଆନନ୍ଦୀର କିରଦାର ଅଭିନେତ୍ରୀ ଅବିକା ଗୌର କରିଥିଲେ । ଅବିକା ଗୌରଙ୍କ ଜନ୍ମ ୩୦ ଜୁନ ୧୯୯୭ରେ ମୁମ୍ବାଇ ମହାରାଷ୍ଟ୍ରରେ ହୋଇଥିଲା । ଅବିକା ଗୌର ଜଣେ ଭାରତୀୟ ଫିଲ୍ମ ଓ ଟେଲିଭିଜନ ଅଭିନେତ୍ରୀ ଅଟନ୍ତି ।

ଅବିକା ଗୌର ୨୦୦୮ରୁ ହିଁ ବାଳିକା ବୋଧୁ ସିରିଏଲରୁ ନିଜର ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ । ବାଳିକା ବୋଧୁରେ ଭଲ ଅଭିନୟ କାରଣରୁ ତାଙ୍କୁ ଅନ୍ୟ କେତେକ ସିରିଏଲରେ ମଧ୍ୟ କାମ କରିବା ପାଇଁ ଚାନ୍ସ ମିଳିଛି । ଆଜି ସେ ଟିଭି ଇଣ୍ଡସ୍ତ୍ରୀର ପ୍ରସିଦ୍ଧ ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ ହୋଇ ଯାଇଛନ୍ତି । ଏହା ସହିତ ସେ ବହୁତ ସୁନ୍ଦର ଓ ଷ୍ଟାଇଲିସ ମଧ୍ୟ ହୋଇ ଯାଇଛନ୍ତି । ସେ ବର୍ତ୍ତମାନ ଅନ୍ୟ କେତେକ ସିରିଏଲରେ ମଧ୍ୟ ମୁଖ୍ୟ ଅଭିନେତ୍ରୀ ରୂପରେ ନଜର ଆସୁଛନ୍ତି ।

ଏହା ଛଡା ସେ କେତେକ ହିନ୍ଦୀ, ତେଲୁଗୁ, କନ୍ନଡ ଫିଲ୍ମରେ ବି ଅଭିନେତ୍ରୀ ରୂପରେ ନଜର ଆସିସାରିଛନ୍ତି । ଆସନ୍ତା ସମୟରେ ସେ ଅନ୍ୟ କେତେକ ତେଲୁଗୁ ଫିଲ୍ମରେ ନଜର ଆସିବେ । ଏହା ଛଡା ସେ କେତେକ ପୁରଷ୍କାର ଦ୍ଵାରା ବି ସମ୍ମାନିତ ହୋଇଛନ୍ତି । କହିଦେଉଛୁ କି ସିରିଏଲ ଭଳି ଦର୍ଶକମାନେ ତାଙ୍କର ଫିଲ୍ମକୁ ବି ବହୁତ ପସନ୍ଦ କରୁଛନ୍ତି ।

Leave a Reply

Your email address will not be published. Required fields are marked *