ବାପା ହେଲେ ଓଲିଉଡ ର ଲୋକପ୍ରିୟ ଗାୟକ “ସତ୍ୟଜିତ ପ୍ରଧାନ”

ବନ୍ଧୁଗଣ, ଆପଣ ମାନେ ସମସ୍ତେ ସତ୍ୟଜିତ ପ୍ରଧାନ କୁ ଜାଣିଥିବେ । ସତ୍ୟଜିତ ପ୍ରଧାନ ଓଲିଉଡ ର ଜେନ ନାମିଦାମି ଗାୟକ ଅଟନ୍ତି । ବନ୍ଧୁଗଣ ପ୍ରାଏ ୨୦୦ ରୁ ଅଧିକ ଓଡିଆ ଗୀତ ଗାଈ ସେ ନମ୍ବର ୧ ଗାୟକ ହୋଇପାରିଛନ୍ତି । ବନ୍ଧୁଗଣ ସେ ତାଙ୍କର କଣ୍ଠ ର ଜାଦୁ ରେ ଦର୍ଶକ ମାନଙ୍କୁ ବାନ୍ଧି ରଖିଛନ୍ତି । “ସତ୍ୟଜିତ ପ୍ରଧାନ” ଙ୍କ ଗୀତ କୁ ଦର୍ଶକ ମାନେ ବହୁତ ପସନ୍ଦ କରନ୍ତି । ବନ୍ଧୁଗଣ ଅଧିକାଂଶ ସମୟରେ ଗୀତ ଗାଇବା ସହିତ ମଧ୍ୟ ସେ ଖୁବ ସୁନ୍ଦର ଆକଟିଂ ମଧ୍ୟ କରିଥାନ୍ତି ।

ବନ୍ଧୁଗଣ ପିଲା ଦିନରୁ ହିନ ତାଙ୍କୁ ଗୀତ ଗାଇବାର ବହୁତ ରୁଚି ଥିଲା । ପାଠ ପଢା ସହିତ ସେ ଅତି କମ ବୟସରୁ ହିଁ ଗୀତ ଗାଇବା ଆରମ୍ଭ କରିଦେଇଥିଲେ । ବନ୍ଧୁଗଣ ସେ “ରଶ୍ମୀ” ଙ୍କୁ ବିବାହ କରିଛନ୍ତି ।

ସତ୍ୟଜିତ ଙ୍କ ପ୍ରେମ ବାଟରେ ଚାଲୁ ଚାଲୁ ହଟାତ ରଶ୍ମି ଙ୍କ ସହିତ ଦେଖା ହୋଇଥିଲା, ସେହିଠାରୁ ହିଁ ଉଭୟଙ୍କ ମଧ୍ୟରେ ପ୍ରେମ ବନ୍ଧନ ଆରମ୍ଭ ହୋଇଯାଇଥିଲା । ମାତ୍ର ଦୁହେଁ ଦୁହିଙ୍କୁ ନିଜ ମନର କଥା କେବେ ପରିପ୍ରକାଶ କରି ନଥିଲେ । ମାତ୍ର ପରେ ଦୁହେଁ ଦୁହିଙ୍କୁ ଜଣେଇ ପ୍ରେମ ସମ୍ପର୍କ କୁ ଆଗେଇ ନେଇଥିଲେ ।

ଏହାପରେ ପରିବାର ଲୋକ ଙ୍କ ଅନୁପସ୍ଥିତି ରେ ଦୁହି ଜଣ ବିବାହ କରିଥିଲେ । ବନ୍ଧୁଗଣ ବର୍ତ୍ତମାନ ତାଙ୍କ ଘରକୁ ଏକ କୁନି ବେବି ର ଆଗମନ ହୋଇଅଛି । ବନ୍ଧୁଗଣ ତାଙ୍କ ବାସଗୃହରେ ବର୍ତ୍ତମାନ ଖୁସିର ଲହରୀ ଖେଳି ଯାଇଛି । ବନ୍ଧୁଗଣ ସେ ଏକ କନ୍ୟା ସନ୍ତାନ ର ବାପା ହୋଇଛନ୍ତି । ତାଙ୍କ କୁନି ଝିଅ ଙ୍କୁ ନେଇ ସେ ବହୁତ ଖୁସି ଥିଲାବେଳେ । ତାଙ୍କ ଝିଅ ଙ୍କର ଫୋଟୋଚିତ୍ର ସୋସିଆଲ ମିଡିଆରେ ସେୟାର କରିଛନ୍ତି । ସତ୍ୟଜିତ ଙ୍କର ପ୍ୟାନ୍ସ ମଧ୍ୟ ତାଙ୍କର ଏହି ଖୁଶିର ମୂହୁର୍ତ୍ତ ରେ ବହୁତ ଆନନ୍ଦ ଅଛନ୍ତି ।

ସୋସିଆଲ ମିଡିଆ ରେ ତାଙ୍କ ଟ୍ବିଟର ଆକାଉଣ୍ଟ ରେ ବର୍ତ୍ତମାନ ପର୍ଯ୍ୟନ୍ତ ବହୁତ ପ୍ୟାନ୍ସ ତଥା ଦର୍ଶକଗଣ  ଶୁଭେଛା ର ବାର୍ତ୍ତା ପଠାଇଛନ୍ତି । ବନ୍ଧୁଗଣ ତାଙ୍କ ପରିବାର ବର୍ଗ ମଧ୍ୟ ବହୁତ ଖୁସି ଅଛନ୍ତି ।  ସେ ତାଙ୍କ ପତ୍ନୀ ଙ୍କୁ ବହୁତ ଭଲ ପାଉଥିଲା ବେଳେ ତାଙ୍କ ଘରକୁ କୁନି ଝିଅଟିର ଆଗମନ ଯୋଗୁଁ ସତ୍ୟଜିତ ଙ୍କ ଖୁସି କହିଲେ ନ ସରେ । ଆଗକୁ ସେ ତାଙ୍କ ଝିଅଙ୍କୁ କେଉଁ ଦିଗ ଆଡକୁ ନେଇ ଯିବେ ତାହାକୁ ନେଇ ସେ ବହୁତ ଉତ୍କଣ୍ଠା ପ୍ରକାଶ କରିଛନ୍ତି । ବନ୍ଧୁଗଣ “ସତ୍ୟଜିତ” ଜେନ ଗାୟକ ହେବା ସଙ୍ଗେ ସଙ୍ଗେ ଜଣେ ଭଲ ମଣିଷ ମଧ୍ୟ ଅଟନ୍ତି ।

ବନ୍ଧୁଗଣ ବର୍ତ୍ତମାନ ପର୍ଯ୍ୟନ୍ତ ସେ ଓଲିଉଡ କୁ ବହୁତ ଫିଲ୍ମ ଦେଇ ଆସିଛନ୍ତି । ତାଙ୍କ କଣ୍ଠ ଏବଂ ଗୀତ ଓଡିଆ ଇଣ୍ଡଷ୍ଟ୍ରି ପାଇଁ ଗୋଟିଏ ଅବଦାନ ସ୍ୱରୂପ । ଶେଷରେ ଭଗବାନ ଙ୍କ ନିକଟରେ ଆମ୍ଭର ପ୍ରାର୍ଥନା “ସତ୍ୟଜିତ” ବହୁତ ଉନ୍ନତି କରନ୍ତୁ ଏବଂ ତାଙ୍କର ଆଗାମୀ ଜୀବନ ଆନନ୍ଦ ମାୟ ହେଉ । ଦର୍ଶକ ବନ୍ଧୁ ଆପଣ ମାନେ ମଧ୍ୟ “ସତ୍ୟଜିତ” ଏବଂ ତାଙ୍କ ଧର୍ମ ପତ୍ନୀ “ରଶ୍ମି” ଙ୍କୁ କମେଣ୍ଟ ମାଧ୍ୟମରେ ଶୁଭେଛା ଜଣାଇ ପାରିବେ । ଆପଣଙ୍କୁ ଯଦି ଏହି ବିବରଣୀ ଟି ଭଲ ଲାଗୁଛି ତେବେ ନିଜର ମତାମତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *