କଣ ରାତିରେ ବାରମ୍ବାର ପରିସ୍ରା ଯାଉଛନ୍ତି କି ? ତେବେ ହୋଇ ଯାଆନ୍ତୁ ସାବଧାନ! ହୋଇପାରନ୍ତି ଏହି ବଡ ରୋଗର ଶିକାର

ଅନେକ ସମୟରେ ଦେଖାଯାଏ ରାତିରେ ବାରମ୍ବାର ପରିସ୍ରା ଯିବା ଦ୍ଵାରା ଲୋକଙ୍କ ନିଦ୍ରା ଭଙ୍ଗ ହୁଏ, ଏହି କାରଣରୁ ସେମାନେ ଚିନ୍ତିତ ହେଇ ପଡନ୍ତି । ସେମାନେ ଏହାକୁ ସାମାନ୍ୟ ମନେ କରନ୍ତି କିନ୍ତୁ ଏହା ଭୟଙ୍କର ହେଇପାରେ । ଯଦି ଆପଣ ରାତିରେ ଥରେ କିମ୍ବା ୨ ଥରରୁ ଅଧିକ ପରିସ୍ରା ଯାଉଛନ୍ତି ତେବେ ଏହା ଆପଣଙ୍କ ରୋଗର ଲକ୍ଷଣ ହେଇଥାଏ । ଲୋକମାନେ ଭାବନ୍ତି ଯେ ପାଣି ଅଧିକ ପିଇବା ଦ୍ଵାରା ସେମାନଙ୍କୁ ବାରମ୍ବାର ପରିସ୍ରା ଲାଗିଥାଏ । କିନ୍ତୁ ଏହି କାରଣରୁ ହେଉଥିବା ଦୁର୍ବଳତା ଏବଂ ଥକାପଣ ବିଷୟରେ ଆମେ ଧ୍ୟାନ ଦେଇ ନଥାଉ । ବିଶେଷଜ୍ଞଙ୍କ କହିବା ମୁତାବକ ରାତିରେ ଅତିବେଶିରେ ୨ ଥରରୁ ଅଧିକ ପରିସ୍ରା କରିବା ମଧୁମେହ, ଉଚ ରକ୍ତଚାପ, ପ୍ରୋଷ୍ଟେସ କ୍ୟାନ୍ସର ଏବଂ ଅନ୍ୟ ବଡ ରୋଗର ସଙ୍କେତ ହେଇଥାଏ ।

Image Courtesy: Google

କିନ୍ତୁ ଡାକ୍ତର ଏହା ମଧ୍ୟ ମାନନ୍ତି ଯେ ଖାଦ୍ୟ ପାନୀୟରେ ପରିବର୍ତ୍ତନ କରିବା ଦ୍ଵାରା ମଧ୍ୟ ଏହି ସଙ୍କଟରୁ ମୁକ୍ତି ମିଳିପାରେ । ଏମିତି ମଧ୍ୟ ହେଇଥାଏ ଯଦି ଆପଣଙ୍କୁ ପୂର୍ବରୁ କୌଣସି ରୋଗ ଅଛି ଏବଂ ଏହାର ଉପଚାର ଚାଲୁଅଛି ତେବେ ଏହି କାରଣରୁ ମଧ୍ୟ ରାତିରେ ବାରମ୍ବାର ପରିସ୍ରା ଲାଗିଥାଏ । ଯଦି ଆପଣଙ୍କର ଉଚ ରକ୍ତଚାପର ଉପଚାର ଚାଲୁଅଛି ତେବେ ଆପଣ ଏହି ଅସୁବିଧାର ସମୁଖିନ ହେଇ ପାରନ୍ତି କାରଣ ଏହି ରୋଗରେ ଦିଆ ଯାଉଥିବା ଔଷଧ ବୃକକରୁ ଅତ୍ୟଧିକ ତରଳ ପଦାର୍ଥ ବାହାର କରିବାକୁ ଅଧିକ ଚାପ ପକାଇଥାଏ ।

Image Courtesy: Google

ଏହି କାରଣରୁ ରାତିରେ ବାରମ୍ବାର ପରିସ୍ରା କରିବାକୁ ଉଠିବାକୁ ପଡିଥାଏ । ଏହିପରି ଗର୍ଭବତୀ ମହିଳାଙ୍କୁ ମଧ୍ୟ ରାତିରେ ବାରମ୍ବାର ପରିସ୍ରା ଯିବାକୁ ପଡିଥାଏ । ଏହାର ସବୁଠୁ ବଡ କାରଣ ଏହା ଯେ ଏହି ସମୟରେ ୟୁଟ୍ରସ ବଡହେବାକୁ ଲାଗେ, ଯାହା କାରଣରୁ ମୂତ୍ରାଶୟ ଉପରେ ଚାପ ପଡିଥାଏ । ତେଣୁ ଏହି ସମୟରେ ମହିଳା ମାନଙ୍କୁ ବାରମ୍ବାର ପରିସ୍ରା ଯିବାକୁ ପଡିଥାଏ । ଯଦି ବିନା କୌଣସି ରୋଗରେ ଆପଣ ରାତିରେ ବାରମ୍ବାର ପରିସ୍ରା ଯାଉଛନ୍ତି ତେବେ ଏହା ଆପଣଙ୍କ ବୃକକ ଉପରେ ପ୍ରଭାବ ପକାଇଥାଏ।

Image Courtesy: Google

ଆପଣଙ୍କୁ ତୁରନ୍ତ ଡାକ୍ତରଙ୍କୁ ଏହି ସମସ୍ଯା ବିଷୟରେ ଜଣାଇବାକୁ ପଡିବ । ଏହାସହ ଯଦି ଆପଣ ଏହି ସମସ୍ୟା ମଧ୍ୟ ଦେଇ ଗତି କରୁଛନ୍ତି ତେବେ ଆପଣଙ୍କୁ ରାତିରେ ତରଳ ପଦାର୍ଥର ସେବନ କମ କରିବାକୁ ପଡିବ । ଏହାସହ ମସଲା ଯୁକ୍ତ ଖାଦ୍ୟ ଏବଂ ମଦ୍ୟପାନ ଠାରୁ ମଧ୍ୟ ଦୂରରେ ରହିବାକୁ ପଡିବ । ଏହାସହ ନିଜର ଶରୀର ଏବଂ ନିଜର ମୂତ୍ରାଶୟକୁ ଶକ୍ତ କରିବା ଭଳି ବ୍ୟାୟାମ କରିବାକୁ ପଡିବ । ଏହିଭଳି ଅନେକ ସ୍ୱାସ୍ଥ୍ୟ ସମ୍ବନ୍ଧିତ ଟିପ୍ସ ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *