ବର୍ତମାନ ପର୍ଯ୍ୟନ୍ତ ଲୋକ ଯାହାକୁ ଭାବୁଥିଲେ ଛୋଟ ମୋଟ ଅଭିନେତ୍ରୀ, ସେ ହେଉଛନ୍ତି ଗବର ସିଂହଙ୍କ ଝିଅ

ଫିଲ୍ମ ଶୋଲେ ରେ ଆପଣ ମାନେ ଗବ୍ବର ସିଂହ ଅଭିନୟ କରିଥିବା କଳାକାରଙ୍କୁ ଚିହ୍ନିଥିବେ, ବଲୀଉଡ ଜଗତରେ ଅଭିନେତା ମାନଙ୍କ ଅଭିନୟ ଯେତେ ଦମଦାର ହୋଇଥାଏ ଭିଲନ ମାନଙ୍କ ଅଭିନୟ ମଧ୍ୟ ସେତିକି ଦମଦାର ହୋଇଥାଏ ।

ଏହି ଦୁଇ ଜଣଙ୍କ ବିନା ବଲୀଉଡ ଜଗତରେ ଫିଲ୍ମ ବନେଇବା ଅସମ୍ଭବ ହୋଇଥାଏ । ତେବେ ଆଜିବି ଏମିତି ବହୁତ ଅଭିନେତା ଅଛନ୍ତି ଯିଏ ଦର୍ଶକ ମାନଙ୍କ ମନ ଉପରେ ନିଜ ଚିତ୍ର ଛାଡି ଯାଇଛନ୍ତି କିନ୍ତୁ କେତେକ ଭିଲନ ମଧ୍ୟ ଅଛନ୍ତି ଯିଏ ନିଜ ଅଭିନୟ ଦ୍ଵାରା ଦର୍ଶକ ମାନଙ୍କ ମନରେ ଜାଗା କିଣି ନେଇଛନ୍ତି । ତେବେ ଆପଣ ମାନେ ପ୍ରସିଦ୍ଧ ଫିଲ୍ମ ଶୋଲେରେ ଗବ୍ବର ଅଭିନୟ କରିଥିବା ଭିଲନଙ୍କୁ ଜାଣିଥିବେ । ଆପଣଙ୍କୁ ଆମେ କହିବାକୁ ଚାହୁଁଛୁ ଯେ ଅମଜଦ ଖାନ ଯିଏ ଗବ୍ବର ଅଭିନୟ କରିଥିଲେ ସେ ଆଜି ଆମ ମାନଙ୍କ ମଧ୍ୟରେ ନାହାନ୍ତି ।

କିନ୍ତୁ ଆଜି ଆମେ ତାଙ୍କ ବିଷୟରେ ନୁହ ତାଙ୍କ ଝିଅ ଅଲହମ ଖାନ ବିଷୟରେ କଥା ହବାକୁ ଯାଉଛୁ । ତେବେ ଅମଜଦ ଖାନ ଝିଅ ଅଲହମ ଖାନ ବହୁତ ଶୀଘ୍ର ବଲୀଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି, ସେ ୨୦୧୧ରେ ଜାଫରି କରାଚିୱାଲା ସହ ବିବାହ କରିଥିଲେ କିନ୍ତୁ ଏବେ ବଲୀଉଡ ଆସି ନିଜ ସ୍ଵପ୍ନ ପୂର୍ଣ କରିବାକୁ ଇଛା କରୁଛନ୍ତି ।

କେବଳ ଏତିକି ନୁହ ଅଲହମ ଦେଶପାଣ୍ଡେଙ୍କ ଫିଲ୍ମ “ମିସ ବ୍ୟୁଟିଫୁଲ” ଉପରେ ଆଧାରିତ ଫିଲ୍ମ ମିସ ସୁନ୍ଦରୀରେ ଅଭିନୟ କରିବାକୁ ଯାଉଛନ୍ତି । ଅଲହମ ବହୁତ ସମୟ ଧରି ଅଭିନୟ କରି ଆସୁଛନ୍ତି କିନ୍ତୁ ବହୁତ ବଡ ସଫଳତା ପ୍ରାପ୍ତ କରି ପାରି ନାହାନ୍ତି ।

ଅମଜଦ ଖାନ ଅଭିନୟ ଦୁନିଆରେ ବହୁତ ବଡ କଳାକାର ଥିଲେ ତାଙ୍କ ଭିଲନ ରୂପ ଦର୍ଶକ ମାନଙ୍କ ମନ ବହୁତ ଭଲ ଭାବରେ କିଣିଥିଲା କିନ୍ତୁ ବହୁତ କମ ଲୋକ ଏହା ଜାଣିଛନ୍ତି ଯେ ଅମଜଦ ଖାନଙ୍କ ବାପା ଜକାରୀୟା ଖାନ ମଧ୍ୟ ଫିଲ୍ମରେ ଭିଲନ ଅଭିନୟ କରୁଥିଲେ ।

କଣ ଆପଣ ଏହା ଜାଣିଛନ୍ତି ଯେ ଅମଜଦ ଖାନଙ୍କ ଗୋଟେ ପୁଅ ମଧ୍ୟ ଅଛନ୍ତି ଯିଏ ଅଭିନୟ ଦୁନିଆରେ ପାଦ ରଖିଥିଲେ କିନ୍ତୁ ତାଙ୍କ ଫିଲ୍ମ କିଛି ବିଶେଷ ସଫଳତା ପାଇଲା ନାହିଁ ଯାହା ଦ୍ଵାରା ସେ ଫିଲ୍ମ ଦୁନିଆ ଛାଡି ଦେଇଛନ୍ତି ତେବେ ତାଙ୍କ ନାମ ହେଉଛି ଶାଦାବ ଖାନ ଯିଏ ମେହେନଦୀ ଫିଲ୍ମ ରାଣୀ ମୁଖାର୍ଜୀ ସହ କରିଥିଲେ । ତେବେ ଏହି ଫିଲ୍ମ ଲୋକଙ୍କୁ ପସନ୍ଦ ଆସିଥିଲା କିନ୍ତୁ ଶାଦାବ ଖାନଙ୍କ ଅଭିନୟ ଦର୍ଶକ ମାନଙ୍କ ମନ ବେସ ଭଲରେ ଆକର୍ଷିତ କରି ପାରିଲା ନାହିଁ ଯାହା ଦ୍ଵାରା ତାଙ୍କୁ ନିଜ ଅଭିନୟ କେରିଅରକୁ ଛାଡିବାକୁ ପଡିଥିଲା ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।

Leave a Reply

Your email address will not be published. Required fields are marked *