ବାତ୍ୟା Jawad : ଆସନ୍ତା 13ରେ ହୋଇପାରେ ବାତ୍ୟା, ସତର୍କ କରାଇଲେ ପାଣିପାଗ ବିଭାଗ…. ଦେଖନ୍ତୁ କଣ କହୁଛନ୍ତି IMD ଡିରେକ୍ଟର HR Biswas

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଦକ୍ଷିଣ ଚୀନ ସାଗରରେ ସୃଷ୍ଟି ହୋଇଛି ବାତ୍ୟା ଲାୟନରକ । ସମୟ କ୍ରମେ ଆଗକୁ ବଢିଆବରେ ଲାଗିଛି ବାତ୍ୟା ଲାୟନରକ । ବାତ୍ୟା ଲାୟନରକ ହଙ୍ଗକଙ୍ଗରେ ହିଟ କରିବା ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି । ସ୍ଥଳଭାଗ ଛୁଇଁବା ପରେ ଲାୟନରକର ଅବଶିଷ୍ଟାନ୍ସ ଭିଏତନାମ ଦେଇ ବଙ୍ଗୋପସାଗରରେ ପ୍ରବେଶ କରିବ । ଏହି ସମୟରେ ବଙ୍ଗୋପସାଗରେ ଲାଗୁଚାପ ସୃଷ୍ଟି ହେବାର ଆଶଙ୍କା କରା ଯାଉଛି । ବାତ୍ୟା ଲାୟନରକର ଅବଶିଷ୍ଟାନ୍ସ ଲଘୁଚାପ ସହ ମିଶିବ ।

ଯଦି ସ୍ଥିତି ଅନୁକୂଳ ରହିବ ତେବେ ପୁଣି ଥରେ ଆଉ ଏକ ବାତ୍ୟା ସୃଷ୍ଟି ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ଆସନ୍ତା ୧୩ରୁ ୧୪ ତାରିଖ ବେଳକୁ ସାମୁଦ୍ରିକ ଝଡର ସମ୍ଭାବନା ରହିଛି ବୋଲି ପୂର୍ବାନୁମାନ କରିଛି ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟ । ବାତୟ ହେଲା ଏହାର ନାଁ ରହିବ ଜବାଦ । ଏହାର ସ୍ଥିତି ଏ ଯାଏଁ ସ୍ପଷ୍ଟ ହୋଇ ନାହି । କିନ୍ତୁ ସୂଚନା ଯୋଗ୍ୟ ଯେ ହୁଏ ତ ଆସନ୍ତା ୧୭ ତାରିଖରେ ବାତ୍ୟା ଜବାଦ ଲ୍ୟାଣ୍ଡଫଲ କରିବ । ୱିଣ୍ଡି GFS ମଡେଲ ସୂଚନା ଅନୁସାରେ ଓଡିଆ ଉପକୂଳ ଦେଇ ଅତିକ୍ରମ କରିପାରେ ବାତ୍ୟା ଜବାଦ । କିନ୍ତୁ ଭାରତୀୟ ପାଣିପାଗ ବିଭାଗ କୌଣସି ପୂର୍ବାନୁମାନ କରି ନାହି ।

ବର୍ତ୍ତମାନ ଉତ୍ତର ଆଣ୍ଡାମାନ ସାଗର ଓ ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣୀବଳୟ ସକ୍ରିୟ ରହିଛି । ଏହାର ପ୍ରଭାବରେ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଅନ୍ୟ ଏକ ଲଘୁଚାପ ସୃଷ୍ଟି ହେବାର ଆଶଙ୍କା କରା ଯାଇଛି । ପରବର୍ତ୍ତି ସମୟରେ ଲଘୁଚାପ ୪ରୁ ୫ ଦିନ ଯାଏଁ ଘନିଭିତ ହୋଇ ପଶ୍ଚିମ ଓ ଉତ୍ତର ପଶ୍ଚିମ ଦିଗରେ ଗତି କରିବ । ଦକ୍ଷିଣ ଓଡିଶା ଓ ଉତ୍ତର ଆନ୍ଧ୍ର ଉପକୂଳ ମୁହାଁ ହେବାର ଆଶଙ୍କା କରା ଯାଉଛି । ସେପ୍ଟେମ୍ବର ୨୬ରେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିଲା ବାତ୍ୟା ଗୁଲାବ ।

ଆନ୍ଧ୍ର ଉପକୂଳରେ ମାଡ କରି ଓଡିଶା ଦେଇ ପଶ୍ଚିମବଙ୍ଗ ଦେଇ ଗତି କରିଥିଲା ବାତ୍ୟା ଗୁଲାବ । ବାତ୍ୟା ଗୁଲାବ ଦୁର୍ବଳ ହେବା ପରେ ଆରବ ସାଗରରେ ଶକ୍ତିଶାଳୀ ହୋଇ ଗୁଲାବରୁ ବାତ୍ୟା ସାହିନରେ ପରିଣୀତ ହେଲା । ଏବେ ଦକ୍ଷିଣ ଚାଈନା ସାଗରରୁ ବାତ୍ୟା ଲାୟନରକ ଆସି ବଙ୍ଗୋପସାଗରରେ ଲଘୁଚାପ ସହ ମିଶି ବାତ୍ୟା ଜବାଦର ରୂପ ନେଇପାରେ ବୋଲି ବିଭିନ୍ନ ପାଣିପାଗ ସଂସ୍ଥା ପୂର୍ବାନୁମାନ କରୁଛନ୍ତି ।

ବନ୍ଧୁଗଣ ଏହି ଘଟଣା କୁ ନେଇ ଆପଣ ମାନଙ୍କର ମତାମତ କଣ ରହିଛି ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *